ରାଜପଥର ପ୍ରତି ୩୦ କିଲୋମିଟରରେ ରହିବ ଚେକିଂ ସ୍କ୍ୱାଡ୍, ପିଲିଅନଙ୍କ ପାଇଁ ହେଲମେଟ୍ ବାଧ୍ୟତାମୂଳକ

ଭୁବନେଶ୍ୱର: ସଡ଼କ ଦୁର୍ଘଟଣା ରୋକିବାକୁ ସରକାରଙ୍କ ପ୍ରୟାସ । ଏଣିକି ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ ଜଗିବ ମୋବାଇଲ ଭ୍ୟାନ୍, ରାସ୍ତାରେ ରହିବେ ସ୍କ୍ୱାଡ୍ । ପ୍ରତି ୩୦ କିଲୋମିଟର ଅନ୍ତରରେ ମୋବାଇଲ୍ ଭ୍ୟାନ୍ ଓ ସ୍କ୍ୱାଡ୍ ରହିବେ । ନୂଆଦିଲ୍ଲୀରେ ଅନୁଷ୍ଠିତ ସଡ଼କ ସୁରକ୍ଷା ବୈଠକରେ ଯୋଗଦେଇ ଫେରିବା ପରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏନେଇ ସୂଚନା ଦେଇଛନ୍ତି ।ଏଥିସହ ରାଜ୍ୟର ଦୁର୍ଘଟଣା ପ୍ରବଣ ରାସ୍ତାରେ ବ୍ଲାକ୍ ସ୍ପଟ ଚିହ୍ନଟ କାମ ଜାରି ରହିଛି । କେନ୍ଦ୍ରକୁ ପ୍ରସ୍ତାବ ଦେଇଛୁ । ଆର୍ଥିକ ସହାୟତା ମିଳିଲେ ଆମେ ରାଜପଥରେ ସ୍କ୍ୱାଡ୍ ମୁତୟନ କରିବୁ । ନୂଆ ମୋଟର ଯାନ ଆଇନରେ ମୋଟା ଫାଇନ୍ କୋହଳ ନେଇ ଆଲୋଚନା ହୋଇଛି । କେନ୍ଦ୍ର ସମ୍ମତି ପ୍ରଦାନ କଲେ ଜରିମାନା କମିବ । ବର୍ତ୍ତମାନ ସେ ନେଇ କିଛି ନିଷ୍ପତ୍ତି ହୋଇନାହିଁ ।ରାଜ୍ୟ ସରକାର ଗାଡ଼ି କାଗଜପତ୍ର ଓ ଡ୍ରାଇଭିଂ ଲାଇସେନ୍ସ ପାଇଁ ଦେଇଥିବା ସମୟସୀମାକୁ ଆଉ କୋହଳ କରାଯିବ ନାହିଁ । ୩ ମାସ କଣ୍ଟ ପୂରିଲେ ନୂଆ ମୋଟର ଯାନ ଆଇନ୍ ଅନୁଯାୟୀ ଜରିମାନା ଆଦାୟ ହେବ । ବାଇକ୍ ଚାଳକ ଓ ପଛରେ ବସିଥିବା ବ୍ୟକ୍ତି ହେଲମେଟ ପିନ୍ଧିବାକୁ ବାଧ୍ୟ । ପିଲିଅନ୍ ହେଲମେଟ ପିନ୍ଧିବା କଡ଼ାକଡ଼ି କରାଯିବ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ଜାତୀୟ ରାଜପଥ ଉପରେ ଟ୍ରାଫିକ୍ ଆଖି, ନିୟମ ଉଲ୍ଲଂଘନକାରୀଙ୍କୁ ତ୍ରାହି ନାହିଁ

Leave a Reply