କୁହୁଡ଼ି ପାଇଁ ୧୫ ଜିଲ୍ଲାକୁ ଓ୍ୱେଲୋ ଓ୍ୱାର୍ଣ୍ଣିଂ, ଗାଡ଼ି ଚାଳକଙ୍କୁ ସତର୍କ ହେବାକୁ ପରାମର୍ଶ

ଭୁବନେଶ୍ୱର : ଆସନ୍ତା ୫ ଦିନ ପାଇଁ ରାଜ୍ୟରେ ଲାଗି ରହିବ ଘନ କୁହୁଡି । ଏଥିପାଇଁ ୟେଲୋ ଓ୍ବାର୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି ପାଇଁ ୧୫ଟି ଜିଲ୍ଲାରେ ପ୍ରବଳ ଘନ କୁହୁଡି ହେବ ବୋଲି ପୂର୍ବାନୁମାନ କରିଛି ।

ଭଦ୍ରକ,ଯାଜପୁର, କେନ୍ଦ୍ରାପଡା,ଜଗତସିଂହପୁର, ଖୋର୍ଦ୍ଧା, ଢେଙ୍କାନାଳ, ମାଲକାନଗିରି, ବୌଦ୍ଧ, ଦେବଗଡ ଭଳି ୧୫ଟି ଜିଲ୍ଲାରେ ପ୍ରବଳ ଘନ କୁହୁଡି ହେବ ବୋଲି ପାଣିପାଗ ବୈଜ୍ଞାନିକ ସୂଚନା ଦେଇଛନ୍ତି । ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ସତର୍କ କରାଇବା ସହ ଗାଡି ଚଳାଇବା ବେଳେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।

ତେବେ ରାତି ସମୟରେ ୧ରୁ୨ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ ବୋଳି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରବଳ କୁହୁଡ଼ି ପ୍ରଭାବରେ ୫ଟି ବିମାନ ବିଳମ୍ବରେ ଉଡ଼ାଣ କରୁଥିବା ବେଳେ ବହୁ ଟ୍ରେନର ଗତିପଥ ମଧ୍ୟ ପରିବର୍ତ୍ତନ କରାଯାଇଛି ।

Leave a Reply