ହରଭଜନ୍ ସିଂହ ସେୟାର କଲେ କ୍ରିକେଟ୍ ତାରକାଙ୍କ ଲେଡିଜ୍ ଭର୍ସନ୍ କୋଲାଜ୍… ମଜେଦାର କମେଣ୍ଟ ଦେଲେ ସୌରଭ ଗାଙ୍ଗୁଲି

1 min read
Harbhajan Singh shared a post on Instagram featuring some gender-swap pictures of cricketers

ମୁମ୍ବାଇ: ଭାରତୀୟ କ୍ରିକେଟ୍ ତାରକା ହରଭଜନ୍ ସିଂହ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ୍ ରୁହନ୍ତି । ହରଭଜନ୍ ନିଜ ଫ୍ୟାନ୍ସଙ୍କ ପାଇଁ ଅନେକ ଫଟୋ ଓ ଭିଡିଓ ସେୟାର କରନ୍ତି । ନିକଟରେ ସେ ନିଜ ଇନଷ୍ଟାରେ ଏକ କୋଲାଜ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ସବୁ କ୍ରିକେଟରଙ୍କ ଲେଡିଜ୍ ଅବତାର ଦେଖିବାକୁ ମିଳିଛି । ଏହି ଫଟୋରେ ସମସ୍ତେ ମହିଳାଙ୍କ ଅବତାରରେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଫଟୋରେ ସେ ଫ୍ୟାନ୍ସମାନଙ୍କୁ ପଚାରିଛନ୍ତି ଯେ, “କାହା ସହ ଡେଟ୍ ରେ ଯିବା ପସନ୍ଦ କରିବେ?”

ହରଭଜନ୍ ନିଜ ଇନଷ୍ଟାଗ୍ରାମରେ ସେୟାର କରିଥିବା ପୋଷ୍ଟରେ ସଚୀନ ତେନ୍ଦୁଲକର, ପୂର୍ବତନ ଖେଳାଳୀ ବିରେନ୍ଦର ସେହୱାଗ ଓ ଗୌତମ ଗମ୍ଭୀର ମଧ୍ୟ ନଜର ଆସିଛନ୍ତି । ସବୁ କ୍ରିକେଟ ତାରକା ଲେଡିଜ୍ ଲୁକ୍ ରେ ନଜର ଆସିଛନ୍ତି । ତେବେ ହରଭଜନଙ୍କର ଏହି ପ୍ରଶ୍ନର ଅନେକ ତାରକା ଉତ୍ତର ଦେଇଛନ୍ତି । ଭାରତୀୟ ଟିମ୍ ର ପୂର୍ବତନ କ୍ୟାପଟେନ୍ ଓ ବିୟିୟିଆଇର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ନିଜ ଫଟୋକୁ ଇଙ୍ଗିତ କରି ଲେଖିଛନ୍ତି ଯେ, ତାଙ୍କୁ କୋଲାଜରେ ମଝିରେ ଥିବା ଝିଅଙ୍କ ଫଟୋ ସବୁଠୁ ଅଧିକ ଭଲ ଲାଗୁଛି ।

ଯିଏ ଚସମା ପିନ୍ଧିଛନ୍ତି । ତେବେ ସେହି ମଝି ଝିଅ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ନିଜେ ସୌରଭ ଗାଙ୍ଗୁଲି । ତେବେ କିଏ କାହା ସହ ଡେଟ୍ ରେ ଯିବାକୁ ଚାହାଁନ୍ତି ସେନେଇ କୌଣସି କମେଣ୍ଟ ଆସିନାହିଁ । ୩୯ ବର୍ଷୀୟ ହରଭଜନ୍ ଟେଷ୍ଟ କ୍ରିକେଟ୍ ରେ ୪୧୭, ୱାନଡେରେ ୨୬୯ ଓ ଟି-୨୦ ଇଣ୍ଟରନ୍ୟାଶନାଲରେ ୨୫ ୱିକେଟ କରିଛନ୍ତି ।

Leave a Reply