ରେସ୍ତୋଁରାରେ ଯେତିକି ଖାଇବେ ତାର ଅଧା ବିଲ୍ ସରକାର ଦେବେ,ଜାଣନ୍ତୁ କେଉଁଠି ମିଳିବ ଏହି ବମ୍ପର ଲାଭ…

restaurant

ଲଣ୍ଡନ:  ବିଶ୍ୱର ଏକାଧିକ ଦେଶର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି କୋରନା ମହାମାରୀ। ଏହାଦ୍ୱାରା ଜୀବନ ଜୀବିକା ଉପରେ ନିଭର୍ର କରୁଥିବା ସାଧାରଣ ନାଗରିକଙ୍କ ଜୀବନଶୈଳୀ ଖୁବ ପ୍ରଭାବିତ ହୋଇଛି । ନିକଟରେ କର୍ମଚାରୀ ମାନଙ୍କୁ ଆଶ୍ୱସ୍ତି ପ୍ରଦାନ କଲାଭଳି ଏକ ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ ବ୍ରିଟେନରେ ରେସ୍ତୋଁରାରେ ଖାଦ୍ୟ ଖାଇବା ପରେ ଏବେ ପୂରା ନୁହେଁ ବରଂ ଗ୍ରାହକଙ୍କୁ ଅଧା ବିଲ ପୈଠ କରିବାକୁ ପଡ଼ିବ ଏବଂ ଅଧା ବିଲ ସରକାର ପୈଠ କରିବେ । କୋରନା କାରଣରୁ ବୁଡ଼ି ଯାଇଥିବା ଅର୍ଥ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସରକାର ଏହି ପଦେକ୍ଷପ ଗ୍ରହଣ କରିଛନ୍ତି । ଚାନ୍ସଲର ଋଷି ସୁନକଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଯୋଜନା ‘ବାହାରେ ଖାଆନ୍ତୁ  ଲୋକଙ୍କୁ ସାହାଯ୍ୟ କରନ୍ତୁ’ (ଇଟ୍ ଆଉଟ୍ ଟୁ ହେଲପ୍ ଆଉଟ୍)ରେ ୫୩,୦୦୦ରୁ ଅଧିକ ରେସ୍ତୋଁରା, କ୍ୟାଫେ ଏବଂ ଅନ୍ୟ ଆଉଟଲେଟ ସ୍ୱାକ୍ଷର କରି ନିଜର ସହମତି ଦର୍ଶାଇଛନ୍ତି । କୋରନା ଭୂତାଣୁ ମହାମାରୀ କାରଣରୁ ଅର୍ଥନୀତିରେ ପତନ ଘଟିଥିବାରୁ ରେସ୍ତୋଁରା ଉଦ୍ଦ୍ୟୋଗର ସହାୟତା ପାଇଁ ଏହି ଯୋଜନା ଆରମ୍ଭ ହୋଇଛି ।

ଏହି ଯୋଜନା ମାଧ୍ୟମରେ ଅଗଷ୍ଟ ମାସରେ ସାପ୍ତାହିକ ପ୍ରଣାଳୀରେ ପ୍ରତି ସୋମବାରରୁ ବୁଧବାର ପର୍ଯ୍ୟନ୍ତ ରେସ୍ତୋଁରାରେ ବସି ଭୋଜନ କରୁଥିବା ବ୍ୟକ୍ତିଙ୍କୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦିଆଯିବ । ତେବେ ଜଣେ ବ୍ୟକ୍ତି ଦିନରେ ଏକାଧିକ ଥର ଏହାର ଲାଭ ଉଠାଇ ପାରିବେ । ଷ୍ଟିକର ଏବଂ ପୋଷ୍ଟର ମାଧ୍ୟମରେ ରେଷ୍ଟୁରାଂଟ, କ୍ୟାଫେ, ବାର ଏବଂ ଅନ୍ୟ ସ୍ଥାନ ଆଦିରେ ପୋଷ୍ଟର ଏବଂ ଷ୍ଟିକର ଲଗାଇ ଏହି ଯୋଜନାର ବିଜ୍ଞାପନ କରାଯାଉଛି । ତେବେ କୋରନା ଭୂତାଣୁ ପ୍ରଭାବରେ ଏହି ସଂସ୍ଥା ଗୁଡ଼ିକର ଆର୍ଥିକ ଅଧପତନ ଦେଖା ଦେଇ ଥିବାରୁ ସରକାରଙ୍କ ଠାରୁ ସେମାନେ ଅଧିକ ସହାୟତା ଲୋଡ଼ୁଛନ୍ତି ।

ଇଟ୍ ଆଉଟ୍ ଟୁ ହେଲପ୍ ଆଉଟ୍ ଯୋଜନା ମାଧ୍ୟମରେ ଗ୍ରାହକଙ୍କ ଧ୍ୟାନ ଆକଷର୍ଣ କରି ବ୍ୟବସାୟକୁ ବଜାୟ ରଖବାକୁ ଏହି ଯୋଜନା କରାଯାଇଛି । ଏହାଦ୍ୱାରା କର୍ମଚାରୀଙ୍କ ଜୀବିକାକୁ ବଂଚେଇ ରଖାଯାଇ ପାରିବ । ସଚେତନତା ଦୃଷ୍ଟିରୁ ନାଗରିକ ମାନଙ୍କ ସୁରକ୍ଷାକୁ ନଜରରେ ରଖି ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ।

Leave a Reply