ବନ୍ଦ ପଡ଼ିଛି ଲକ୍ଷାଧିକ ଟଙ୍କାରେ ନିର୍ମିତ ସରକାରୀ ହୋମିଓପାଥି ମେଡିକାଲ

ସାଲେପୁର: ଲକ୍ଷାଧିକ ଟଙ୍କାରେ ନିର୍ମିତ ହୋମିଓପାଥି ମେଡିକାଲ ଖତ ଖାଉଛି । ମେଡିକାଲରେ ନା ଡାକ୍ତରଙ୍କ ଦେଖା ଅଛି ନା ରୋଗୀଙ୍କ ସେବାରେ ଲାଗିପାରୁଛି  । ରୋଗୀ ଚିକିତ୍ସା ପାଇଁ ଆସୁଥିବା ବେଳେ ମେଡିକାଲ ଆଗରେ ତାଲା ଝୁଲୁଛି  । କଟକ ନିଶ୍ଚିନ୍ତକୋଇଲି ଜନାର୍ଦ୍ଦାନପୁର  ସରକାରୀ ହୋମିଓପାଥି ମେଡିକାଲରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି  ।

ଏ କୌଣସି ଉପାନ୍ତ ଅଞ୍ଚଳର ଘଟଣା ନୁହେଁ  । କଟକ ନିଶ୍ଚିନ୍ତକୋଇଲି ଜନାର୍ଦ୍ଦନପୁର ଠାରେ ଖୋଲିଥିବା ସରକାରୀ ହୋମିଓପାଥି ମେଡିକାଲ । ୧୯୮୮ରେ ଲୋକଙ୍କୁ ଚିକିତ୍ସା ଯୋଗାଇବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ଏହି ମେଡିକାଲ ନିର୍ମାଣ କରାଯାଇଥିଲା  । ହେଲେ ଏବେ ଡାକ୍ତରଖାନାରେ ଡ଼ାକ୍ତରଙ୍କ ଦେଖା ନଥିବା ବେଳେ ମେଡିକାଲରେ ତାଲା ଝୁଲୁଛି  । ଆଉ ଦରକାର ସମୟରେ ଡାକ୍ତରଙ୍କୁ ନ ପାଇ ରୋଗୀ ଆସି ଫେରିଯାଉଛନ୍ତି ।

ବର୍ତ୍ତମାନ କରୋନା କାଳରେ ଡାକ୍ତରଙ୍କ ଆବଶ୍ୟକତା ଅଧିକ ରହିଥିବା ବେଳେ ଏଠାରେ କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି  । ଏନେଇ ବାରମ୍ବାର ଅଭିଯୋଗ ପରେ ବି କୌଣସି ପଦକ୍ଷେପ ନିଆଯାଉ ନଥିବା କହିଛନ୍ତି ସ୍ଥାନୀୟ ଲୋକ  । ଲୋକଙ୍କ ସେବାରେ ନିର୍ମିତ ହୋମିଓପାଥି ମେଡିକାଲ କାମରେ ଆସିପାରୁନି  । ସେପଟେ ପ୍ରଶାସନ କି ସ୍ୱାସ୍ଥ୍ୟ ବିଭାଗ କାହାର ନଜର ନାହିଁ ଏହା ଉପରେ  ।

Leave a Reply