ପୋଲିଓ ଟିକାକରଣ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ସ୍ଥଗିତ । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ସ୍ଥଗିତ ରହିଲା କାର୍ଯ୍ୟକ୍ରମ । ଆସନ୍ତା ଜାନୁଆରୀ ୧୭ ତାରିଖରେ ଜାତୀୟ ଟିକାକରଣ ଦିବସରେ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାନ୍ତା । ଯେଉଁଥିରେ ପାଞ୍ଚ ବର୍ଷ ଯାଏଁ ଶିଶୁଙ୍କୁ ଟିକା ଦିଆଯାଇଥାଏ । କିନ୍ତୁ କିଛି ଅଣଯୋଜନାବଦ୍ଧ କାର୍ଯ୍ୟକ୍ରମ ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟପକ୍ଷରୁ କୁହାଯାଇଛି ।

ଏ ନେଇ ସମସ୍ତ ରାଜ୍ୟ କେନ୍ଦ୍ର ଶାସିତ ପ୍ରଦେଶଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଚିଠି ଲେଖି ଜଣାଇଛନ୍ତି । ଯେଉଁଥିରେ କିଛି ଅଣଯୋଜନାବଦ୍ଧ କାର୍ଯ୍ୟକ୍ରମ ପାଇଁ ଟିକାକରଣ କାର୍ଯ୍ୟକ୍ରମ ସ୍ଥଗିତ ରହିଥିବା ଚିଠିରେ ଉଲ୍ଲେଖ ରହିଛି ।

          ସୂଚନା ଯୋଗ୍ୟ ଯେ, ଆସନ୍ତା ୧୬ ତାରିଖରୁ ଦେଶବ୍ୟାପୀ କରୋନା ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ । ଯେଉଁଥିରେ ଅଗ୍ରାଧିକାର ଭିତ୍ତିରେ ପ୍ରାୟ ୩୦ କୋଟି ଲୋକଙ୍କୁ ଟିକା ଦେବାର ଲକ୍ଷ ରଖାଯାଇଛି । ଯେଉଁଥିରେ ପ୍ରଥମେ ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନ ଟିକା ଦିଆଯିବ ଏବଂ ପରେ ୫୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଏହି ଟିକା ଦିଆଯିବାର କାର୍ଯକ୍ରମ ରହିଛି

ଏଥିସହିତ ପଢ଼ନ୍ତୁ: ଭ୍ୟାକ୍ସିନ୍ ବଜାରରେ ୪ ବ୍ରାଣ୍ଡ, ଜାଣନ୍ତୁ କାହାର କଣ ବିଶେଷତ୍ୱ

Leave a Reply