ପ୍ଲେ ଷ୍ଟୋରରୁ ହଟିଲା ଲୋନ୍ ଆପ୍, ମନଲୋଭା ଅଫର୍ ଦେଇ ଖାଲି କରୁଥିଲେ ଆକାଉଣ୍ଟ

Google Removed Personal Loan App From Play Store

ନୂଆଦିଲ୍ଲୀ: ଋଣ ପାଇଁ ଯିବାକୁ ପଡ଼ିବନି ବ୍ୟାଙ୍କ । ମାତ୍ର ଗୋଟିଏ କ୍ଲିକରେ ମିଳିଯିବ ଋଣ । ସୋସିଆଲ ମିଡିଆରେ ଏଭଳି ମନଲୋଭା ଅଫର ଚିନ୍ତା ବଢ଼ାଇଛି । ମୋବାଇଲ୍ ଉପଭୋକ୍ତାଙ୍କ ଆକାଉଣ୍ଟ ଖାଲି କରିଦେଉଛି ଏଭଳି ଅଫର୍ । ଅଭିଯୋଗ ବଢ଼ିବାରୁ ପ୍ଲେ ଷ୍ଟୋରରୁ ଶତାଧିକ ଋଣ ଆପ୍ଲିକେସନକୁ ହଟାଇଛି ଗୁଗୁଲ୍ ।

Google Removed Personal Loan App From Play Store

ସୋସିଆଲ୍ ମିଡିଆ ବ୍ୟବହାର ବେଳେ ଆପଣ ଅନେକ ମେସେଜ ଦେଖିଥିବେ । ବିଜ୍ଞାପନରେ ଭରପୁର ଥାଏ ମନଲୋଭା ଅଫର୍ । ଏକ ନିର୍ଦ୍ଦିଷ୍ଟ ଆପ୍ଲିକେସନ୍ ଇନଷ୍ଟଲ କଲେ ମାତ୍ର କେଇ ମିନିଟରେ ଋଣ ମିଳିଯିବାର ପ୍ରତିଶ୍ରୁତି ଦେଇଥାଏ ଏଭଳି ବିଜ୍ଞାପନ । ପ୍ଲେ ଷ୍ଟୋରରେ ଅତି ସହଜରେ ମିଳିଯାଏ ଏହି ଆପ୍ଲିକେସନ୍ । ଯଦି ଆପଣ ଏଭଳି ବିଜ୍ଞାପନ ଦେଖି ଅନଲାଇନରେ ଋଣ ନେବା ପାଇଁ ମନ ବଳାଇଛନ୍ତି ତେବେ ଟିକେ ସାବଧାନ ହୋଇଯାଆନ୍ତୁ । କାରଣ ଋଣ ଦେବାର ପ୍ରତିଶ୍ରୁତି ଦେଉଥିବା ଏହି ଆପ୍ଲିକେସନ୍ ପଛରେ ରହିଛି ବଡ଼ ରାକେଟ । ଆପ୍ଲିକେସନ୍ ଇନଷ୍ଟଲ କରିବାର କେଇ ସମୟ ଭିତରେ ଆପଣଙ୍କ ଆକାଉଣ୍ଟକୁ ସଫା କରିଦେବେ ସାଇବର ଲୁଟେରା ।

Google Removed Personal Loan App From Play Store

ଏଭଳି ନକଲି ଆପ୍ ଲୋକଙ୍କୁ ଲୁଟୁଥିବାର ଅଭିଯୋଗ ବଢ଼ି ଚାଲିଛି । ଅଭିଯୋଗକୁ ଭିତ୍ତି କରି ପ୍ଲେ ଷ୍ଟୋରରୁ ଶତାଧିକ ଋଣ ଆପ୍ଲିକେସନକୁ ହଟାଇ ଦେଇଛି ଗୁଗୁଲ । ଆରବିଆଇ ଗାଇଡଲାଇନକୁ ପାଳନ କରାଯାଉଛି କି ନାହିଁ ସେନେଇ ରିପୋର୍ଟ ଦେବାକୁ ବି ଅନେକ ଆପ୍ଲିକେସନର ଡେଭଲପରଙ୍କୁ ସୂଚନା ଦେଇଛି ଗୁଗୁଲ । ଚାଇନାର ବହୁ ଆପ୍ଲିକେସନ ଡେଭଲପର ଏଭଳି ଆପ୍ଲିକେସନ କରି ମୋବାଇଲ ଉପଭୋକ୍ତାଙ୍କୁ ଠକୁଥିବା ଏକ୍ସପର୍ଟ କହିଛନ୍ତି ।

Google Removed Personal Loan App From Play Store

ଅତି ସହଜରେ ଋଣ ପାଇବା ଆଶାରେ ଅନେକ ମୋବାଇଲ ଉପଭୋକ୍ତା ଏଭଳି ଆପ୍ଲିକେସନ ଇନଷ୍ଟଲ କରିଦିଅନ୍ତି । ମାତ୍ର କିଛି ସମୟର ଅସାବଧାନତା ତାଙ୍କୁ ସମସ୍ୟାରେ ପକାଇବା ସହ ଆକାଉଣ୍ଟ ଖାଲି କରିଦିଏ ।

Leave a Reply