ସାମାଜିକ ଦୂରତ୍ୱ ପାଇଁ ଆସିଲା ସିଙ୍ଗିଲ୍ ସିଟର ସ୍କୁଟର, ଜାଣନ୍ତୁ କେତେ ଦରରେ ଓ କେବେଠୁ ମିଳିବ ….

1 min read

କୋଭିଡ୍-୧୯ ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତ୍ୱକୁ ପ୍ରାଥମିକତା ମିଳୁଥିବା ବେଳେ ଜେମୋପାଇ ଇସ୍କୁଟର କମ୍ପାନୀ ଏକ ସିଙ୍ଗିଲ୍ ସିଟର ସ୍କୁଟର ଲଞ୍ଚ କରିଛି । ସ୍କୁଟରର ଦର ରହିଛି ୪୪ହଜାର ଟଙ୍କା । ତେବେ ଏବେ ଏହି ଇ-ସ୍କୁଟରର ବୁକିଂ ଆରମ୍ଭ ହୋଇଯାଇଥିବା ବେଳେ ଗ୍ରାହକଙ୍କ ପାଖରେ ସ୍କୁଟର ଆଗାମୀ ମାସରେ ପହଞ୍ଚିବ । ଗୋରିନ ଇମୋବିଲିଟି ଓ ଓପାଇ ଇଲେକଟ୍ରିକର ମିଳିତ ପ୍ରଚେଷ୍ଟାରେ ଜେମୋପାଇ ଇ-ସ୍କୁଟରକୁ ପ୍ରସ୍ତୁତ କରାଯାଇଛି । ଏହି ସ୍କୁଟରରେ କେବଳ ଚାଳକଙ୍କ ପାଇଁ ବସିବାକୁ ସ୍ଥାନ ରହିଛି । ଥରେ ପୂର୍ଣ୍ଣ ଚାର୍ଜ କରିବା ପରେ ଏହି ସ୍କୁଟର ପାଖପାଖି ୭୫ କିଲୋମିଟରର ଯାତ୍ରା କରିପାରିବ । ସେହିଭଳି ଏହାର ସେଲ ୨ ଘଣ୍ଟା ମଧ୍ୟରେ ୯୦ ପ୍ରତିଶତ ଚାର୍ଜ ହୋଇପାରିବ ବୋଲି କମ୍ପାନୀ ଦାବି କରିଛି । କମ୍ପାନୀର ସହ ପ୍ରତିଷ୍ଠାତା ଅମିତ ରାଜ ସିଂ କହିଛନ୍ତି ଯେ, ଏଭଳି ସଙ୍କଟ ସମୟ ବ୍ୟାପର କରିବା ଆମ ପାଖରେ ସବୁଠାରୁ ବଡ ଆହ୍ୱାନ  । ସୁରକ୍ଷିତ ରହି ବ୍ୟାପାର ଜାରି ରହିବା କ୍ଷେତ୍ରରେ ଏହି ସ୍କୁଟର ବିଶେଷ ଭାବେ ସହାୟକ ହେବ । ଗମନାଗମନ ପାଇଁ ଏହି ସ୍କୁଟର ଏକ ସୁରକ୍ଷିତ ବିକଳ୍ପ । ଏହାକୁ ଚଳାଇବା ପାଇଁ ଆରଟିଓର ଅନୁମତିର ମଧ୍ୟ ଆବଶ୍ୟକତା ନାହିଁ । ସ୍କୁଟରର ସର୍ବାଧିକ ବେଗ ୨୫ କିଲୋମିଟର ହୋଇଥିବା ବେଳେ ୧୨୦ କିଲୋଗ୍ରାମର ଆସବାପତ୍ର ପରିବହନ କରିବା ପାଇଁ କ୍ୟାରିୟରର ସୁବିଧା ମଧ୍ୟ ରହିଛି ।

Leave a Reply