ଗଞ୍ଜେଇ ଚୋରାଚାଲାଣର ଅଭିନବ ଉପାୟ, ୨୯ କେଜିର ଗଞ୍ଜେଇ ଜବତ

1 min read

କୋରାପୁଟ: କୋରାପୁଟ ଜିଲ୍ଲା ମାଛକୁଣ୍ଡ ଓ ଲମତାପୁଟ ପୋଲିସକୁ ବଡ଼ ସଫଳତା । ମୋଟର ସାଇକେଲ ଯୋଗେ ଅଭିନବ ଉପାୟରେ  ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ମାଛକୁଣ୍ଡ-ଲମତାପୁଟ ପୋଲିସ ଜଣେ ନକଲି ସାମ୍ବାଦିକଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଏବଂ ନକଲି ସାମ୍ବାଦିକଙ୍କ ଜଣେ ସହଯୋଗୀଙ୍କୁ ଗିରଫ କରାଯିବା ସହ ଗୋଟିଏ ବାଇକକୁ ମଧ୍ୟ ପୋଲିସ ଜବତ କରିଛି । ନନ୍ଦପୁର sdpo ଙ୍କ ନେତୃତ୍ୱରେ ମାଛକୁଣ୍ଡ,-ଲମତାପୁଟ ପୋଲିସ ରାତ୍ର ପେଟ୍ରୋଲିଙ୍ଗ କରୁଥିବା ବେଳେ ପୋଲିସ ଚଢାଉ କରିଥିଲା ।

କଳାହାଣ୍ଡି ଜିଲ୍ଲାକୁ ଗଞ୍ଜେଇ ଚୋରାଚାଲାଣ କରୁଥିବା ସମୟରେ ଟିକାପୁଟ ଛକ ନିକଟରେ ମୋଟର ସାଇକେଲକୁ ଅଟକ ରଖି ଗାଡି ଯାଞ୍ଚ ସମୟରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ଜଣାପଡ଼ିଥିଲା । ଏବଂ ଜବତ ୨୯ କେଜି ୮୦୦ଗ୍ରାମର ଗଞ୍ଜେଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା । ତେବେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଲକ୍ଷେ ଟଙ୍କା ।

ଅନ୍ୟପଟେ କୋକସରା ଥାନା ଅନ୍ତର୍ଗତ ମର୍ଯାପୁର ଗାଁର ସୁଶାନ୍ତ ଦୁର୍ଗା ଓ ଅନିଲ ସଗାରକୁ ପୋଲିସ ଗିରଫ କରିଛନ୍ତି । ସୁଶାନ୍ତ ଦୂର୍ଗାଙ୍କ ପାଖରେ ଦିଲ୍ଲୀ କ୍ରାଇମ ନାମକ ଏକ ଅନୁଷ୍ଠାନରେ ସାମ୍ବାଦିକତା କରୁଥିବା ନେଇ ନକଲି ସାମ୍ବାଦିକ ପରିଚୟ ପତ୍ର ଥିଲା  । ଏବଂ ଏହି ପରିଚୟ ପତ୍ର ସହ ଗୋଟିଏ ବାଇକକୁ ମଧ୍ୟ ପୋଲିସ ଜବତ କରିଛି । ଉକ୍ତ ପରିଚୟ ପତ୍ରରେ  ଦୁର୍ନୀତି ବିରୋଧୀ ମଞ୍ଚ ଉଲ୍ଲେଖ ରହିଥିବା ବେଳେ ନିଜେ ନକଲି ସାମ୍ବାଦିକ ସାଜି ଗଞ୍ଜେଇ ଚୋରାଚାଲାଣ କରୁଥିବା ଘଟଣା ଏବେ ଅଞ୍ଚଳରେ ଆଶ୍ଚର୍ଯ୍ୟକର ବିଷୟ ପାଲଟିଛି । ଅନ୍ୟପଟେ ୨ ଗଞ୍ଜେଇ ବ୍ୟବସାୟଙ୍କୁ ସମସ୍ତ ତଦନ୍ତ ପରେ କୋର୍ଟ ଚାଲାଣ କରାଯିବ ବୋଲି ଲମତାପୁଟ ପୁଲିସ ସୂଚନା ଦେଇଛନ୍ତି ।

Leave a Reply