ବାଲିଗୁଡ଼ାରୁ ଅନୁଗୁଳକୁ ଗଞ୍ଜେଇ ଚୋରାଚାଲାଣ ହେଉଥିବାବେଳେ ଧରିଲା ପୋଲିସ

ବାଲିଗୁଡ଼ା: ଗଞେଇ ଚୋରାଚାଲାଣ ବେଳେ ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଚଢ଼ାଉ । କରୋନା କଟକଣା ଯୋଗୁଁ ପର୍ଯ୍ୟାପ୍ତ ପରିମାଣର ଗାଡ଼ି ମୋଟର ଚାଲୁନଥିବା ବେଳେ  ଅଞ୍ଚଳରେ ଗଞେଇ ମାଫିଆଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ଗଞେଇ ଚୋରାଚାଲାଣ ରୋକିବା ସହ ଗଞେଇ ମାଫିଆଙ୍କ ଉପରେ କଡ଼ା ନଜର ମଧ୍ୟ ରଖିଛି ବାଲିଗୁଡ଼ା ପୋଲିସ୍ । ବାଲିଗୁଡ଼ା ଅଞ୍ଚଳରୁ ଗଞେଇ ଚୋରାଚାଲାଣ ହେଉଥିବା ବେଳେ ପୋଖରୀବନ୍ଧ ନିକଟ ଘଞ୍ଚ ଜଙ୍ଗଲ ରାସ୍ତାରୁ ୧୦୪କେଜି ଗଞେଇ ସହ ଚୋରାଚାଲାଣରେ ବ୍ୟବହୃତ ଗୋଟିଏ ଅଟୋ ଓ ଗୋଟିଏ ମୋଟରସାଇକେଲକୁ ଜବତ କରିଛି ପୋଲିସ୍ ।

ଘଟଣାରେ ଦୁଇଜଣ ଚାଲାଣକରୀଙ୍କୁ ଗିରଫକରି କୋର୍ଟ ଚାଲାଣ କରାଯାଇଛି । ବାଲିଗୁଡ଼ା ଅଞ୍ଚଳରୁ ଅନୁଗୁଳ ଜିଲ୍ଲାକୁ ଏହି ଗଞେଇ ଚୋରାଚାଲାଣ ହେଉଥିବା ସନ୍ଦେହ କରାଯାଉଛି । ସେପଟେ ଜବତ ଗଞେଇର ଆନୁମାନିକ ମୂଲ୍ୟ ୫ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ପୋଲିସ୍ ପକ୍ଷରୁ ସୂଚନା ମିଳିଛି । ଗିରଫ ଦୁଇଜଣଙ୍କ ମଧ୍ୟରୁ ଜଣେ ଜେମେସ କୁମାର ସାହୁ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳର ହୋଇଥିବାବେଳେ ଅନ୍ୟ ଜଣକ ବାଲିଗୁଡ଼ା ଥାନା ସୁଡ୍ରା ଅଞ୍ଚଳର ସୁବାଷ ମଲ୍ଲିକ ବୋଲି ଜଣାପଡ଼ିଛି ।

Leave a Reply