ବନ୍ୟା ପରେ ଏବେ ଲୋକଙ୍କୁ ଘାରିଛି ସାପର ଭୟ

କଟକ: ଧିରେ ଧିରେ ବନ୍ୟା ଛାଡ଼ିବାରେ ଲାଗିଛି । ସୁଧୁରୁଛି ବନ୍ୟାର ଭୟାବହ ସ୍ଥିତି । ହେଲେ ବନ୍ୟା ପରେ ଏବେ ଦେଖା ଦେଇଛି ଜନ୍ତୁ ମାନଙ୍କର ଭୟ । ବନ୍ୟା ପାଣିରେ ଘର ଭିତରକୁ ଭାସିଆସିଥିବା ଜନ୍ତୁଙ୍କ ଭୟ ଏବେ ଲୋକଙ୍କୁ ଘାରିଛି । ସାପ ଭୟରେ ଏବେ ବନ୍ୟା ପ୍ରଭାବିତ ଲୋକେ । କଟକ ଜିଲ୍ଲା ରେ ଗତ କିଛି ଦିନ ହେବ ମହାନଦୀ ର ବନ୍ୟା ଜଳ ପ୍ରବାହିତ ହେବାରୁ ବାଙ୍କୀ ର ବହୁ ଅଞ୍ଚଳ  ଏବେ ବି ଜଳ ବନ୍ଦୀ ହୋଇ ରହିଛି ।  ଆଜିକୁ ୪ ଦିନ ହେବ ବାଙ୍କୀରେ ବହୁ ଲୋକ ଙ୍କ ଘର ଏବେ ସୁଦ୍ଧା ବନ୍ୟା ଜଳ କବଳରେ ରହିଛି । ଯାହାଫଳରେ ଘର ଭିତରେ ବନ୍ୟା ଜଳ ବୃଦ୍ଧି ପାଇ ଘର ଚାରିପଟେ ୯ ରୁ ୧୦ ଫୁଟ ବନ୍ୟା ଜଳ ଜମି ରହିଥିଲା ।

ତେବେ ସେଠିକାର ବାସିନ୍ଦା ରଞ୍ଜନ କୁମାର ସାମନ୍ତରାୟଙ୍କ ଘରେ ରବିବାର ଦିନ ଏକ ବଡ଼ ନାଗ ସାପ ପଶିଲା । ଏହାପରେ ସେ ସ୍ନେକ ହେଲ୍ପ ଲାଇନ ର ସଂଯୋଜକ ଲଳିତ ମୋହନ ପଣ୍ଡା ସହ ଯୋଗାଯୋଗ କରି ଥିଲେ । ତେବେ ତାଙ୍କ ଘର ଚାରି ପଟେ ପାଣି ଅଧିକ ଥିବାରୁ ଏବଂ ଲାଇଫ ଜ୍ୟାକେଟ ଓ ଡ଼ଙ୍ଗା ର ସୁବିଧା ନଥିବାରୁ ସେଠାକୁ ଯାଇ ସାପ ଉଦ୍ଧାର କରିବା ସମ୍ଭବ  ହୋଇନଥିଲା । ତେଣୁ ପାଣି ଟିକେ କମିବା ପର୍ଯ୍ୟନ୍ତ ଉକ୍ତ ଘରଟିକୁ ବନ୍ଦ କରି ରଖିବା ସହ, ନିଜର ସବୁ ଘର ଚାରିପଟେ ଫିନାଇଲ ର ବ୍ୟବହାର ପାଇଁ  ଲଳିତ ପରାମର୍ଶ ଦେଇଥିଲେ । ବନ୍ୟା ଜଳ କମିବା ପରେ  ଗତକାଲି ଲଳିତ ମୋହନ ପଣ୍ଡା ଓ ସଦସ୍ୟ ଦୁର୍ଗାମାଧବ ମହାପାତ୍ର ବନ୍ୟା ଜଳ ରେ ପଶି ସେଠାରେ ପହଞ୍ଚି ସାଢ଼େ ୪ ଫୁଟର ବଡ଼ ନାଗ ସାପଟି କୁ ସେଠାରୁ ଉଦ୍ଧାର କରିଥିଲେ ।

Leave a Reply