ଅନଲକ୍ ୩.୦ରେ ଆସିଲା ବ୍ୟାଙ୍କ ଓ ବିମା କମ୍ପାନୀଙ୍କ ନୂଆ ନିର୍ଦ୍ଦେଶନାମା, ପୁଣି ଚାର୍ଜ କରିବେ ମିନିମମ୍ ବାଲାନ୍ସ ଫି’, ଜାଣନ୍ତୁ ବଦଳିଲା କେଉଁ ନିୟମ….

ଅବାଧ୍ୟ କରୋନାକୁ ରୋକିବା ପାଇଁ ଦେଶବ୍ୟାପୀ ଲକଡାଉନ୍ ଓ ସଟଡାଉନ୍ ଦେଶର ଆର୍ଥିକ ମେରୁଦଣ୍ଡକୁ ଯେ ପ୍ରଭାବିତ କରିଛି ଏକଥା କହିବାର ଆବଶ୍ୟକତା ନାହିଁ । ଲୋକଙ୍କର ଖର୍ଚ୍ଚ କ୍ଷମତା କମିଛି, ବଜାର ଦୁର୍ବଳ ହୋଇଛି ଓ ଅର୍ଥ ବ୍ୟାପାରର ପରିମାଣରେ ଉଲ୍ଲେଖନୀୟ ହ୍ରାସ ହୋଇଛି । ଏହି କ୍ରମରେ ବ୍ୟାଙ୍କଗୁଡିକ ମଧ୍ୟ ଅତି କଠିନ ସ୍ଥିତି ଦେଇ ଗତି କରୁଛନ୍ତି । ଗ୍ରାହକଙ୍କ ଆର୍ଥିକ ବୋଝକୁ କମାଇବା ପାଇଁ ସରକାର ବ୍ୟାଙ୍କ ଉପରେ ଅନେକ ଆର୍ଥିକ କଟକଣା ନଦିଥିଲେ । ଏବେ ଅନଲକ୍ ପ୍ରକ୍ରିୟାରେ ସେସବୁ କ୍ରମାଗତ ଭାବେ କୋହଳ ହେଉଛି ।

ଏଣିକି ସାଧାରଣ ଲୋକେ ପୁଣି ଥରେ ବ୍ୟାଙ୍କ ତରଫରୁ ଲାଗୁ ହେଉଥିବା ମିନିମମ୍ ବାଲାନ୍ସ ଚାର୍ଜ ଦେବାକୁ ବାଧ୍ୟ । ମୋରାଟୋରମ୍ ସୁବିଧା ବି ସବୁ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବନି । ଏହା ସର୍ତ୍ତଭିତ୍ତିକ ହେବ । ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର, ଆକ୍ସିସ୍ ବ୍ୟାଙ୍କ, କୋଟକ୍ ମହିନ୍ଦ୍ରା ବ୍ୟାଙ୍କ ଓ ଆଲବିଏଲ୍ ବ୍ୟାଙ୍କ ଗ୍ରାହକଙ୍କଠାରୁ ପୁଣି ଥରେ ମିନିମମ୍ ବାଲାନ୍ସ ଚାର୍ଜ ନେବା ନେଇ ଘୋଷଣା କରିଛନ୍ତି । ବିତ୍ତୀୟ ସ୍ଥିତି ଦୁର୍ବଳ ହୋଇଥିବା ହେତୁ ଏଭଳି ନିଷ୍ପତ୍ତି ନିଆଯାଇଛି । ତେବେ ଆଗାମୀ ସମୟରେ ଅନ୍ୟ ରାଷ୍ଟ୍ରାୟତ ବ୍ୟାଙ୍କ ମଧ୍ୟ ଅତିକମରେ ମିନିମମ୍ ବାଲାନ୍ସ ଚାର୍ଜ କରିପାରନ୍ତି ବୋଲି ଚର୍ଚ୍ଚା ଧରୁଛି ।

ସେହିଭଳି ବିମା କମ୍ପାନୀ ମଧ୍ୟ ପୁଣି ଥରେ କରୋନାଜନିତ ଅସ୍ଥାୟୀ ବିତ୍ତୀୟ ନିର୍ଦ୍ଦେଶନାମାକୁ ପରିବର୍ତ୍ତନ କରିବା ନେଇ ପ୍ରକାଶ କରିଛି । ବିଶେଷ ଭାବେ ଦୁଇ ଓ ଚାରିଚକିଆ ଯାନର ବିମା କରୁଥିବା ସଂସ୍ଥା ଆର୍ଥିକ ନୀତିରେ ସାମାନ୍ୟ ବଦଳି କରିଛନ୍ତି । ଥାର୍ଡ ପାର୍ଟି ଡ୍ୟାମେଜ୍ ଓ ଓନ୍ ଡ୍ୟାମେଜ୍ କ୍ଷେତ୍ରରେ କୋଭିଡ୧୯ ବେଳେ ଥିବା ନିୟମକୁ ବୀମା କମ୍ପାନୀ ବଦଳାଇ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ କରୋନା ବେଳେ ଏହି ନିୟମରେ ସାଧାରଣ ଲୋକଙ୍କୁ ଆଶ୍ୱସ୍ଥ କରିବା ପାଇଁ ନିୟମ ସାମାନ୍ୟ ବଦଳିଥିଲା  । ହେଲେ ଏବେ ପୁଣି ନିୟମ ପୂର୍ବ ସ୍ଥିତିକୁ ଫେରିଛି । ତେବ ବଦଳିଥିବା ସମସ୍ତ ନିୟମ କାନୁନ ଚଳିତ ମାସ ଅଗଷ୍ଟ୧ରୁ ଲାଗୁ ହୋଇଛି ।

Leave a Reply