ପୂର୍ବତନ CBI ନିର୍ଦ୍ଦେଶକ ଅଶ୍ୱିନୀ କୁମାରଙ୍କ ଆତ୍ମହତ୍ୟା

1 min read
Former Governor Of Manipur Nagaland Ex CBI Director Ashwani Kumar Committed Suicide

ନୂଆଦିଲ୍ଲୀ: ପୂର୍ବତନ ରାଜ୍ୟପାଳ, ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (CBI)ର ପୂର୍ବତନ ନିର୍ଦ୍ଦେଶକ ଓ ହିମାଚଳ ପ୍ରଦେଶର ପୂର୍ବତନ ଡିଜିପି ରହିଥିବା ଅଶ୍ୱିନୀ କୁମାର ବୁଧବାର ଆତ୍ମହତ୍ୟା କରିଛନ୍ତି । ଅଶ୍ୱିନୀ ଶିମଳା ସ୍ଥିତ ନିଜ ଘରେ ଆତ୍ମହତ୍ୟା କରିଛନ୍ତି । ଅଶ୍ୱିନୀ ଅଗଷ୍ଟ ୨୦୦୮ରୁ ନଭେମ୍ବର ୨୦୧୦ ଯାଏଁ ସିବିଆଇ ନିର୍ଦ୍ଦେଶକ ଥିଲେ । ସେ ୭୦ ବର୍ଷ ବୟସରେ ଆତ୍ମହତ୍ୟା କରିଛନ୍ତି ।

Former Governor Of Manipur Nagaland Ex CBI Director Ashwani Kumar Committed Suicide

ଶିମଳା ବ୍ରାକହାଷ୍ଟ ସ୍ଥିତ ଘରୁ ଅଶ୍ୱିନୀ କୁମାରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି । ହିମାଚଳ ପ୍ରଦେଶର ପୂର୍ବତନ ଆଇପିଏସ୍ ଅଧିକାରୀ ଅଶ୍ୱିନୀ କାହିଁକି ଆତ୍ମହତ୍ୟା କଲେ ଜଣାପଡ଼ିନାହିଁ । ତେବେ, ଶିମଳା ଏସପି ଚାୱଲାଙ୍କ ନେତୃତ୍ୱରେ ପୋଲିସ୍ ଟିମ୍ ଘଟଣାସ୍ଥଳରେ ତଦନ୍ତ କରୁଛି ।

ପୋଲିସ ଘଟଣାସ୍ଥଳରୁ ସୁଇସାଇଡାଲ୍ ନୋଟ୍ ଜବତ କରିଛି । ଯେଉଁଥିରେ ଲେଖାଯାଇଛି- ଜୀବନ ଯାତ୍ରାରେ କ୍ଲାନ୍ତ ହୋଇ ମୁଁ ଆଗାମୀ ଯାତ୍ରାରେ ଯାଉଛି । ସୂତ୍ର ଅନୁସାରେ ଅଶ୍ୱିନୀ ଗତ କିଛିମାସ ହେଲା ଅବସାଦଗ୍ରସ୍ତ ଥିଲେ । ଅଶ୍ୱିନୀ କୁମାର ମଣିପୁର ଓ ନାଗାଲାଣ୍ଡ ରାଜ୍ୟର ରାଜ୍ୟପାଳ ଥିଲେ । ଏହା ପୂର୍ବରୁ ଅଶ୍ୱିନୀ ଅଗଷ୍ଟ ୨୦୦୬ରୁ ଜୁଲାଇ ୨୦୦୮ ଯାଏଁ ଡିଜିପି ଥିଲେ । ପରେ ସେ ସିବିଆଇ ନିର୍ଦ୍ଦେଶକ ଭାବେ ୨ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିଥିଲେ ।

Leave a Reply