ବାଲେଶ୍ୱରରେ ମହାବଳ ବାଘ, କୁଳଡ଼ିହା ଅଭୟାରଣ୍ୟରେ ପାଦ ଚିହ୍ନ

ବାଲେଶ୍ୱର: କୁଳଡ଼ିହା ଅଭୟାରଣ୍ୟ ପାଇଁ ଖୁସି ଖବର । ଜଙ୍ଗଲ ଭିତରୁ ମିଳିଛି ମହାବଳ ବାଘର ପାଦ ଚିହ୍ନ । ଏହି ପାଦ ଚିହ୍ନର ଓସାର ସାଢେ 7 ଇଞ୍ଚ ଓ ଗଭୀର ଦେଢ ଇଞ୍ଚ ହୋଇଥିବାରୁ ଏହା ଅଣ୍ଡିରା ମହାବଳ ବାଘ ବୋଲି ବନ୍ୟଜନ୍ତୁ ବିଶେଷଜ୍ଞମାନେ ମତ ଦେଇଛନ୍ତି । କୁଳଡ଼ିହା ଅଭୟାରଣ୍ୟର ଖୁମକୁଟ, ପଞ୍ଚଲିଙ୍ଗେଶ୍ବର, ଯୋଡ଼ାଚୁଆ, ସର୍ବଣା ନାଳ ନିକଟ ସନ୍ତସନ୍ତିଆ ସ୍ଥାନରେ ଏହିଭଳି ଏକାଧିକ ପାଦ ଚିହ୍ନ ପଡ଼ିଥିବା ବନ ବିଭାଗ କର୍ମଚାରୀମାନେ ଚିହ୍ନଟ କରିଛନ୍ତି ।

ମହାବଳର ପାଦ ଚିହ୍ନ ମିଳିବା ପରେ ବନବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଟ୍ରାକିଂ କ୍ୟାମେରା ଲଗାଯାଇଛି । ଏଥିସହିତ ଅଭୟାରଣ୍ୟକୁ ପର୍ଯ୍ୟଟକଙ୍କ ଯାତାୟାତ ଥିବାରୁ ପାଦଚିହ୍ନ ମିଳିଥିବା ଯୋଡ଼ାଚୁଆ ରାସ୍ତାକୁ ସିଲ୍‌ କରିଦିଆ ଯାଇଛି । ଗତ ୨ମାସ ମଧ୍ୟରେ ଏକ ୬୦ କିଲୋ ଓଜନର ହରିଣକୁ ମାଘ ମାରିଦେବା, ବିଭିନ୍ନ ସମୟରେ ବାଘର ଗର୍ଜନ ଶୁଭାଯିବା ଅଭୟାରଣ୍ୟ ପାଇଁ ଖୁସି ଖବର ବୋଲି କୁହାଯାଉଥିଲା ।

ତେବେ ଗତ ୨୦୧୬ ମସିହା ଗଣନା ଅନୁସାରେ କୁଳଡ଼ିହାରେ ୪ଟି ବାଘ ରହିଥିବା ଜଣାପଡ଼ିଥିଲା । ତେବେ ବର୍ତ୍ତମାନ ମହାବଳର ପାଦ ଚିହ୍ନ ଏବଂ ପୂର୍ବରୁ ଅନେକ ଜୀବଜନ୍ତୁଙ୍କ ଶିକାର ଫଳରେ ଏହି ସଂଖ୍ୟା ନିଶ୍ଚିତ ବୃଦ୍ଧି ପାଇଥିବା ନେଇ ‌ ଆଶାବାଦୀ ଅଛନ୍ତି ବିଶେଷଜ୍ଞମାନେ  । ସେପଟେ ଜଙ୍ଗଲ ମଧ୍ୟରେ ମହାବଳର ପାଦ ଚିହ୍ନ ମିଳିବା ପରେ ବାଘକୁ ଟ୍ରାକିଂ ପାଇଁ ହୋଇଛି ସମସ୍ତ ବ୍ୟବସ୍ଥା  ।

Leave a Reply