ଦ୍ୱିତୀୟ ପର୍ଯ୍ୟାୟରେ ଟିକା ନେବେ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ଜାରି ରହିଛି ପ୍ରଥମ ପର୍ଯ୍ୟାୟ ଟିକାକରଣ । ପ୍ରଥମ ପର୍ଯ୍ୟାୟରେ ଟିକା ନେଉଛନ୍ତି ସମସ୍ତ ସ୍ବାସ୍ଥ୍ୟକର୍ମୀ ଏବଂ କୋଭିଡ ଯୋଦ୍ଧା । ଖୁବ ଶୀଘ୍ର ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ଟିକା ନେବେ ପ୍ରଧାନମନ୍ତ୍ରୀଙ୍କ ସମେତ ସମସ୍ତ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀମାନଙ୍କ ସହ ପୂର୍ବରୁ ବୈଠକ ନେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ବିଷୟରେ ଦେଇଥିଲେ ସୂଚନା । ୫୦ ବର୍ଷ କିମ୍ବା ଏହାଠୁ ଅଧିକ ବୟସର ସମସ୍ତ  ମୁଖ୍ୟମନ୍ତ୍ରୀଙ୍କୁ ଟିକା ପ୍ରଦାନ କରାଯିବା ନେଇ ସୂଚନା ଦେଇଥିଲେ ପ୍ରଧାନମନ୍ତ୍ରୀ ।

ଏହି ଟିକାକରଣରେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ବ୍ୟତିତ ସମସ୍ତ ସାସଂଦ, ବିଧାୟକ ମଧ୍ୟ ଟିକା ନେବେ । କିନ୍ତୁ ବୟସ ୫୦ରୁ ଅଧିକ ହୋଇଥିବା ଆବଶ୍ୟକ । ପ୍ରଥମ ପର୍ଯ୍ୟାୟ ଟିକାକରଣରେ ୭ ଲକ୍ଷ କରୋନା ଯୋଦ୍ଧାଙ୍କ ପାଇଁ ଭ୍ୟାକ୍ସିନ ପ୍ରସ୍ତୁତ କରାଯାଇଥିଲା । ଯାହା ବର୍ତ୍ତମାନ ମଧ୍ୟ ଚାଲୁ ରହିଛି । ସେପଟେ ଦ୍ୱିତାୟ ପର୍ଯ୍ୟାୟ ଟିକାକରଣ କେବେ ଆରମ୍ଭ କରାଯିବ ତାରିଖ ଘୋଷଣା ହୋଇନାହିଁ । କିନ୍ତୁ ଏନେଇ ସମସ୍ତ ଗାଇଡଲାଇନ ପ୍ରସ୍ତୁତ ସରିଛି ।

ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ,ରାଜ୍ୟପାଳ ଏବଂ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଟିକା ଗ୍ରହଣ କରିବେ । ସାଂସଦ ଏବଂ ବିଧାୟକ ମାନେ ମଧ୍ୟ ଟିକାନେବେ । ସେହିପରି ତୃତୀୟ ପର୍ଯ୍ୟାୟରେ ୫୦ ବର୍ଷରୁ ଅଧିକ ବୟସର ସେନା କର୍ମଚୀରୀ, ଅର୍ଦ୍ଧସାମରିକ ବଳ ଏବଂ ଯବାନଙ୍କୁ ଟିକା ପ୍ରଦାନ କରାଯିବା ନେଇ ନିଷ୍ପତି ହୋଇଛି ।

Leave a Reply