ନୂଆପଡ଼ାରେ ପ୍ରଥମ କରୋନା ମାମଲା ଚିହ୍ନଟ, ବଲାଙ୍ଗିରେ ସଂକ୍ରମିତଙ୍କ ସଂଖ୍ୟା ୧୬କୁ ବୃଦ୍ଧି

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ କାୟା ମେଲାଉଛି କରୋନା । ବରଗଡ଼ ପରେ ନୂଆପଡ଼ା ଜିଲ୍ଲାରେ ପ୍ରଥମ କରି କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣଙ୍କ ଖଡ଼ିଆଳ ବ୍ଲକର ସାନମହେଶ୍ୱର ଗାଁରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିଲେ । ପ୍ରବାସୀ ଶ୍ରମିକ ଜଣଙ୍କ ମୁମ୍ବାଇରୁ ଫେରିଥିବା ବେଳେ ତାଙ୍କ ସ୍ୱାବ ସଂଗ୍ରହ ହୋଇଥିଲା । ନୁମନା ପିଜିଟିଭ୍ ଆସିବା ପରେ ତାଙ୍କୁ ଜିଲ୍ଲା କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ପରେ ଭୁବନେଶ୍ୱର ପଠାଯିବ ବୋଲି ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ କାଳନ୍ଦ୍ରୀ ବେହେରା ସୂଚନା ଦେଇଛନ୍ତି । ସନମହେଶ୍ୱର ଗାଁକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯିବା ସହ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ଥିବା ଅନ୍ୟ ପ୍ରବାସୀ ଶ୍ରମିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ ହୋଇଥିବା ସୂଚନା ମିଳିଛି ।

ଅନ୍ୟପଟେ ବଲାଙ୍ଗିର ଜିଲ୍ଲାରୁ ପୁଣି ୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାର ଲୋଇସିଂହା ବ୍ଲକ ବୁଢିପଦର ପଞ୍ଚାୟତରୁ ଜଣେ, ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ପଞ୍ଚାୟତରୁ ଜଣେ, ଆଗଲପୁର ବ୍ଲକ ଇଂସା ପଞ୍ଚାୟତରୁ ଜଣେ, ଭରସୁଜା ପଞ୍ଚାୟତରୁ ଜଣେ ,ସଇଁତଳା ବ୍ଲକ ସିସକେଲା ପଞ୍ଚାୟତରୁ ୨ ଜଣ ଓ ମୁରିବାହାଲ ବ୍ଲକ ପତ୍ରାପାଲି ପଞ୍ଚାୟତରୁ ଜଣଙ୍କ ଠାରେ କରୋନା ପଜିଟିଭ୍ ମିଳିଛି । ବଲାଙ୍ଗିର ଜିଲ୍ଲାରେ ସର୍ବମୋଟ୍ ୧୬ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨ଜଣ ସୁସ୍ଥ ହୋଇ ଫେରିଛନ୍ତି । ୧୪ ସଂକ୍ରମିତଙ୍କ ଚିକିତ୍ସା ଚାଲିଛି ।

କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ରୁ ୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଉଭୟ ମହିଳା ହୋଇଥିବା ବେଳେ ଦେୟଯୁକ୍ତ ଟିଏମସିରେ ଥିଲେ । ସେମାନଙ୍କୁ ଭବାନୀପାଟଣା କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସୁନ୍ଦରଗଡ଼ ଜିଲ୍ଲାରୁ ୪ ନୂଆ ମାମଲା ଚିହ୍ନଟ ସହ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୩୭ରେ ପହଞ୍ଚିଛି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୨୮୬କୁ ବୃଦ୍ଧି ପାଇଛି ।

ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ, ତଦନ୍ତ ଆରମ୍ଭ କଲା ଏସଟିଏଫ୍

Leave a Reply