ସୀମିତ ସଂଖ୍ୟକ ଦଇତାପତି ସେବାୟତଙ୍କ ଉପସ୍ଥିତରେ ଶ୍ରୀମନ୍ଦିରରେ ହେବ ସ୍ନାନଯାତ୍ରା

1 min read

ପୁରୀ: କରୋନା ପାଇଁ ଏବେ ସାରା ଦେଶରେ ତାଲା ପଡ଼ିଛି । କରୋନାଠୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତାକୁ ଅବଲମ୍ବନ କରୁଛି ପୁରା ଦେଶ । ଏହି ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି । ସେଥିପାଇଁ ପୁରୀରେ ରଥ ନିର୍ମାଣ କାର୍ଯ୍ୟ ଚାଲୁଥିଲେ ମଧ୍ୟ ରଥଯାତ୍ରା ହେବକି ନାହିଁ ତାହା ସ୍ଥିର ହୋଇନାହିଁ। ତେବେ ଏହାରି ଭିତରେ ଏକ ଭଲ ଖବର ଆସି ପହଞ୍ଚିଛି । କରୋନା ସମୟରେ ଶ୍ରୀମନ୍ଦିର ଭିତରେ କରୋନା କଟକଣାରେ ହେବ ସ୍ନାନଯାତ୍ରା । ଏନେଇ ଆସନ୍ତାକାଲି ଦଇତାପତି ନିଯୋଗର ବସିଥିବା ଗୁରୁତ୍ୱପୂର୍ଣ ବୈଠକରେ ନିଷ୍ପତ୍ତି ହୋଇଥିଲା । ଆଜି ପୁଣି ଦଇତାପତି ନିଯୋଗ ପକ୍ଷରୁ ଆଉଏକ ବୈଠକ ବସିଥିଲା ।

ସେହି ବୈଠକରେ ଜଗନ୍ନଥ, ବଳଭଦ୍ର, ସୁଭଦ୍ରା ଏବଂ ସୁଦର୍ଶନଙ୍କ ପାଖରେ କେତେ ବାଡ଼ଗ୍ରାହି ରହିବେ ସେନେଇ ନିଷ୍ପତ୍ତି ହୋଇଛି । ଶ୍ରୀଜିଉଙ୍କ ସ୍ନ।ନଯାତ୍ରା ଓ ଅଣସର ନୀତି କରିବେ ବାଡଗ୍ରାହୀଙ୍କ ସମେତ ୧୫୦ଜଣ ଦଇତାପତି । ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ୬୦ଜଣ, ବଳଭଦ୍ରଙ୍କ ବାଡରେ ୫୦ଜଣ, ଦେବୀ ସୁଭଦ୍ରାଙ୍କ ବାଡରେ ୩୦ ଜଣ ଓ ସୁଦର୍ଶନଙ୍କ ବାଡରେ ୧୦ଜଣ ସେବାୟତ ନୀତି ସଂପାଦନ କରିବେ ବୋଲି ନିଯୋଗ ପକ୍ଷରୁ ସ୍ଥିର କରାଯାଇଛି ।

ଶୃଙ୍ଖଳିତ ଭାବେ ମହାପ୍ରଭୂଙ୍କ ପହଣ୍ଡି ଓ ସ୍ନ।ନ ନୀତି କରିବା ନେଇ ବୈଠକରେ ନିଯୋଗ ପକ୍ଷରୁ ଆଲୋଚନା କରାଯାଇଛି । କୋଭିଡ୍‌-19 ନିୟମକୁ ମାନି ସାମାଜିକ ଦୂରତା ରକ୍ଷା କରି ସ୍ନ।ନବେଦୀରେ ସୀମିତ ସଂଖ୍ୟକ ଦଇତାପତି ସେବାୟତ ଉପସ୍ଥିତ ରହିବେ । ଆଜି ଏନେଇ ନିଯୋଗ ପକ୍ଷରୁ ସବିଶେଷ ରିପୋର୍ଟ ପ୍ରସ୍ତୁତ କରି ଶ୍ରୀମନ୍ଦିର ପ୍ରଶାସନକୁ ଦିଆଯିବ ।

କିନ୍ତୁ ସ୍ନାନଯାତ୍ରରା ଦେଖିବାକୁ ବାହାରୁ ଭକ୍ତ ଆସିବେ ନା ନାହିଁ ତାହା ଲକ୍‌ଡାଉନ୍‌ ୪.୦ ପରେ ଜଣା ପଡ଼ିବ । କେନ୍ଦ୍ର ସରକାରଙ୍କର ଲକ୍‌ଡାଉନ୍‌ ନିଷ୍ପତ୍ତି ଉପରେ ଏହା ସମ୍ପୁର୍ଣ୍ଣ ନିର୍ଭର କରୁଛି ।

Leave a Reply