ସେରମ ଇନଷ୍ଟିଚ୍ୟୁଟ ବିଲ୍ଡିଂରେ ଅଗ୍ନିକାଣ୍ଡ, ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ

1 min read
http://nandighoshatv.com/wp-content/uploads/2021/01/Odisha-Best-In-Country-In-Startup-Policy-Says-Naveen-Patnaik-4.jpg

ପୁଣେ: ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟଣାରେ ଏଯାବତ୍ ୫ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

ତେବେ ପୂର୍ବରୁ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ ସମେତ ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର ସିଇଓ ଆଦାର ପୁନାୱାଲା । ଏହାବ୍ୟତୀତ ସେ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଆହତ ମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଅପରପକ୍ଷରେ ଟିକା ପ୍ରସ୍ତୁତ କୋଠାରେ ନିଆଁ ଲାଗିନାହିଁ। ନିଆଁ ଲାଗିଥିବା ସ୍ଥାନରୁ ଟିକା ପ୍ରସ୍ତୁତ ସ୍ଥାନ ଦେଢ କିଲୋମିଟର ଦୂର ବୋଲି ସୂଚନା ମିଳିଛି। ନିଆଁକୁ ଆୟତ୍ତ କରିବାରେ ୧୫ଟି ଦମକଳ ଗାଡ଼ି ନିୟୋଜିତ ହୋଇଥିବା ବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଘଟଣା ସମ୍ପର୍କରେ ଖବର ନେବା ସହ ଉଦ୍ଧାର କାର୍ଯ୍ୟ ତ୍ୱରାନିତ କରିବା ପାଇଁ ନିର୍ଦେଶ ଦେଇଛନ୍ତି।

ସେରମ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ‘କୋଭିଶିଳ୍ହ’ ନାମକ କରୋନା ଟିକା ପ୍ରସ୍ତୁତ କରାଯାଉଛି। ଏହାକୁ ଅକ୍ସଫୋର୍ଡ ୟୁନିଭର୍ସିଟି ଓ ଆଷ୍ଟ୍ରାଜେନେକାର ଫାର୍ମାସ୍ୟୁଟିକାଲ୍ କମ୍ପାନୀ ମିଳିତ ଭାବେ ତିଆରି କରୁଛନ୍ତି ।

ଏଥିସହ ପଢନ୍ତୁ- ସେରମ୍ ଇନଷ୍ଟିଚ୍ୟୁଟର ଟର୍ମିନାଲ-୧ରେ ଭୟାବହ ଅଗ୍ନିକାଣ୍ଡ

Opn Commnet Area

Leave a Reply

Your email address will not be published. Required fields are marked *

Close Bitnami banner