ସ୍ଥାନ ବଦଳିଲେ ବଦଳି ଯାଉଛି ବିଜେପିର ଆଭିମୁଖ୍ୟ

Two Face Of Bjp On Farmer Issue

ଭୁବନେଶ୍ୱର: ଚାଷୀ ପ୍ରସଙ୍ଗରେ ଦୋମୁହାଁ ନୀତି ଧରିଛି ବିଜେପି । ଦିଲ୍ଲୀରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ଦେଶଦ୍ରୋହୀ କହୁଥିବା ବିଜେପି, ରାଜ୍ୟରେ କିନ୍ତୁ ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛି । ବିଜେପିର ଏଭଳି ଆଭିମୁଖ୍ୟକୁ କଡ଼ା ସମଲୋଚନା କରିଛନ୍ତି ବିଜେଡି ଓ କଂଗ୍ରେସ । ବିଜେପି କିନ୍ତୁ ଚାଷୀ ପ୍ରସଙ୍ଗରେ ଭିନ୍ନ ଯୁକ୍ତି ବାଢ଼ିଛି । ଯାହାକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି ।

Two Face Of Bjp On Farmer Issue

ସ୍ଥାନ ବଦଳିଲେ ବଦଳୁଛି ବିଜେପିର ଆଭିମୁଖ୍ୟ । ଦିଲ୍ଲୀରେ ଚାଷୀ ପାଖାପାଖି ଦୁଇମାସ ଧରି ଆନ୍ଦୋଳନ କରୁଥିଲେ ମଧ୍ୟ କେନ୍ଦ୍ର ସରକାର ନିଦାବିଷ୍ଣୁ ସାଜିଛନ୍ତି । ଚାଷୀ ଆନ୍ଦୋଳନକୁ ବେଆଇନ୍ କହିବା ସହ ଚାଷୀଙ୍କୁ ଦେଶଦ୍ରୋହୀ  କହିବାକୁ ପଛାଇ ନାହିଁ ବିଜେପି । ଏପରିକି କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଏଫ୍‌ସିଆଇ ଚାଷୀଙ୍କ ଧାନ କିଣୁନାହିଁ । ଧାରା ୧୩ ଅନୁସାରେ ଏଫ୍‌ସିଆଇ ଧାନ କିଣିବାକୁ ବାଧ୍ୟ, କିନ୍ତୁ କିଣୁନାହିଁ । ଏନେଇ ବିଜେପି ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ବିଜେପିର ଏପରି ଆନ୍ଦୋଳନ ସୈତାନର ବେଦପାଠ ବୋଲି ସେ କହିଛନ୍ତି । ସେପଟେ ବିଜେପି କିନ୍ତୁ ମଣ୍ଡି ସମସ୍ୟା ଓ ଚାଷୀଙ୍କ ହକ୍ ପାଇଁ ଲଢ଼େଇ କରୁଥିବା ଯୁକ୍ତି କରୁଛି ।

Two Face Of Bjp On Farmer Issue

ନୂତନ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ବେଆଇନ କହୁଥିବା ବିଜେପି ରାଜ୍ୟରେ ଚାଷୀ ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଉଛି । ବିଜେପିର ଏପରି ଆନ୍ଦୋଳନ କେବଳ କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନ ଉପରୁ ଦୃଷ୍ଟି ହଟାଇବା ପାଇଁ ଉଦ୍ଦିଷ୍ଟ ବୋଲି ବିଜେଡି କହିଛି । ରାଜ୍ୟ ସରକାର ଚାଷୀଙ୍କ ସହ ଅଛନ୍ତି ଓ ଗତବର୍ଷ ଅପେକ୍ଷା ଏବର୍ଷ ୨୫ ପ୍ରତିଶତ ଅଧିକ ଧାନ ସଂଗ୍ରହ କରିଛନ୍ତି । ଚାଷୀ ଧାନ ବିକି ନପାରିଲେ ତାହା ଏଫସିଆଇ କିଣିବାକୁ ବାଧ୍ୟ । କିନ୍ତୁ ଏଫ୍‌ସିଆଇ ଧାନ କିଣୁନଥିବା ରାଜ୍ୟ ବିଜେପି ଜାଣିଛି କି ନାହିଁ ବୋଲି ପ୍ରଶ୍ନ କରିଛି ବିଜେଡି । କେନ୍ଦ୍ର ସରକାର ପ୍ରଥମେ ଦିଲ୍ଲୀ ଚାଷୀ ଆନ୍ଦୋଳନର ସମାଧାନ କରନ୍ତୁ ବୋଲି ବିଜେଡି କହିଛି ।

Two Face Of Bjp On Farmer Issue

ଚାଷୀ ପ୍ରସଙ୍ଗରେ ବିଜେପି ରାଜ୍ୟରେ ଗୋଟିଏ ଓ କେନ୍ଦ୍ରରେ ଆଉ ଗୋଟିଏ ଆଭିମୁଖ୍ୟ ଗ୍ରହଣ କରୁଛି । ସେପଟେ କୃଷି ଆଇନ୍ ନେଇ କେନ୍ଦ୍ର ସରକାର ସବୁ ରାଜ୍ୟର ମତାମତ ମାଗିଛନ୍ତି । ଚାଷୀ ପ୍ରସଙ୍ଗରେ ରାଜନୀତିର ଗିମିକ୍ସ କରୁଛି ବିଜେପି । ଆଗାମୀ ଦିନରେ ବିଜେପିର ଏଭଳି ଦୋମୁହାଁ ନୀତିର କଡ଼ା ଜବାବ ଦେବାକୁ କଂଗ୍ରେସ ଓ ବିଜେଡି ଜୋରଦାର କାଉଣ୍ଟର ଆଟାକ୍‌ କରିବାକୁ ପ୍ରସ୍ତୁତ ହେଉଛନ୍ତି ।

Leave a Reply