ସୁପ୍ରିମକୋର୍ଟଙ୍କ ‘କମିଟି’କୁ କୃଷକଙ୍କ ପ୍ରତ୍ୟାଖ୍ୟାନ: ଜାଣନ୍ତୁ କାହିଁକି

2 min read

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ‘କମିଟି’ ଥିଓରିକୁ କୃଷକଙ୍କ ପ୍ରତ୍ୟାଖ୍ୟାନ୍ । କୃଷି ଆଇନ୍ କାର୍ଯ୍ୟକାରୀ ଉପରେ ମାନ୍ୟବର ସୁପ୍ରିମକୋର୍ଟ ରୋକ ଲଗାଇଥିବା ବେଳେ ଏହାର ସମାଧାନ ନେଇ ଏକ କମିଟି ନିଯୁକ୍ତ କରିଛନ୍ତି ମାନ୍ୟବର କୋର୍ଟ । କିନ୍ତୁ କୋର୍ଟଙ୍କ ପରାମର୍ଶକୁ ଗ୍ରହଣ କରିନାହାନ୍ତି କୃଷକ ସଂଗଠନ । କୋର୍ଟଙ୍କ ପକ୍ଷରୁ ନିଯୁକ୍ତି କମିଟି ସମ୍ମୁଖରେ ହାଜିର ହେବାକୁ ଅନିଚ୍ଛୁକ ଥିବା କହିଛି ସଂଯୁକ୍ତି କିଷାନ ମୋର୍ଚ୍ଚା ।  ସଂଗଠନ ପକ୍ଷରୁ ଆହୁରି କୁହାଯାଇଛି ଯେ, କୋର୍ଟରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟରୁ ସ୍ପଷ୍ଟ ଯେ, ସରକାର ଆଇନ ଉଚ୍ଛେଦ ନେଇ କମିଟି ସହ ଆଲୋଚନା କରିବାକୁ ଚାହୁଁନାହାନ୍ତି ।

https://twitter.com/ASidhu1313/status/1349244897941811200

          କୋର୍ଟରେ କୃଷକଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଓକିଲଙ୍କ କହିବା ହେଲା ଯେ, ବିଭିନ୍ନ କୃଷକ ନେତା ବଲବିର ସିଂହ ରାଜେଓ୍ୱାଲ, ଦର୍ଶନପାଲ, ପ୍ରେମ ସିଂହ ଭାଙ୍ଗୁ, ରାଜେନ୍ଦ୍ର ସିଂହ ଦୀପ ସିଂହ ଏବଂ ଜଗମୋହନ ସିଂହଙ୍କ ସହ ଓକିଲଙ୍କ ଆଲୋଚନା ପରେ କୃଷକମାନେ ଏହି କିମିଟିକୁ ଅଗ୍ରାହ୍ୟ କରିଛନ୍ତି । ଅପରପକ୍ଷରେ ମାନ୍ୟବର କୋର୍ଟ କୃଷକଙ୍କ ବ୍ୟାଥା ବୁଝି କୃଷି ଆଇନର କାର୍ଯ୍ୟକାରୀ ଉପରେ ରୋକ ଲଗାଯାଇଥିବାରୁ ମାନ୍ୟବର କୋର୍ଟଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଅପରପକ୍ଷରେ କୃଷକଙ୍କ ଏଭଳି ନିଷ୍ପତ୍ତିକୁ ବିଭିନ୍ନ ବର୍ଗରୁ ସମର୍ଥନ ମିଳିଛି । ଯାହା ଝଲକ ସୋସିଆଲ୍ ମିଡିଆରେ ମଧ୍ୟ ଦେଖିବାକୁ ମିଳିଛି । କମିଟି ଗଠନର ପରାମର୍ଶକୁ ପ୍ରତ୍ୟାଖ୍ୟାନ କାହିଁକି ଠିକ୍ ଏ ନେଇ ଯୁକ୍ତି ବାଢ଼ିଛନ୍ତି ସୋସିଆଲ୍ ମିଡିଆ ବ୍ୟବହାରକାରୀ । ଜଣେ ଟ୍ୱିଟର ୟୁଜରଙ୍କ ପକ୍ଷରୁ ଲେଖାଯାଇଛି ଯେ, ପ୍ରଥମର ହିଁ ଚାଷୀ ବିଲକୁ ସମର୍ଥନ କରୁଥିବା ଏବଂ ସରକାରଙ୍କୁ ସମର୍ଥନ କରିଆସୁଥିବା ଲୋକଙ୍କୁ କିମିଟି ସଦସ୍ୟ ରହିବେ । ସେମାନେ ବିଭିନ୍ନ ସମୟରେ ଖବର କାଗଜରେ ଲେଖା ଲେଖି କୃଷି ଆଇନ ଠିକ୍ ଏ ନେଇ ଯୁକ୍ତି ବାଢ଼ିଛନ୍ତି  । ଏଭଳି ପରିସ୍ଥିତିରେ କିଭଳି  କୃଷକଙ୍କୁ କିଭଳି ନ୍ୟାୟ ମିଳିପାରିବ ବୋଲି ପ୍ରଶ୍ନ କରିଛନ୍ତି ।

Leave a Reply