୨୦୨୦-୨୧ ଆର୍ଥିକ ବର୍ଷରେ ସୁଧହାର ୮.୫ ପ୍ରତିଶତ

1 min read

ନୂଆଦିଲ୍ଲୀ: ଦେଶର ୬ କୋଟି କର୍ମଚାରୀଙ୍କ ପାଇଁ ଖୁସି ଖବର । ଅପରିବର୍ତ୍ତିତ ରହିଲା ଇପିଏଫ ସୁଧହାର । ୨୦୨୦-୨୧ ଆର୍ଥିକ ବର୍ଷରେ ସୁଧହାର ପୂର୍ବଭଳି ୮.୫ ପ୍ରତିଶତ ରହିଛି। ଏନେଇ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ବା ଇପିଏଫ୍ଓ ପକ୍ଷରୁ ଏକ ବୈଠକରେ ଘୋଷଣା କରାଯାଇଛି। ଚଳିତ ଥର ବୖେଠକ ଶ୍ରୀନଗରରେ ଆୟୋଜିତ କରାଯାଇଥିଲା ।

ଏଥିରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ୨୦୧୯-୨୦ ବର୍ଷରେ ମଧ୍ୟ ଏହି ଦର ଧାର୍ଯ୍ୟ କରାଯାଇଥିଲା । ଗତ ୭ ବର୍ଷରେ ୨୦୧୯-୨୦ ସୁଧହାର ସର୍ବନିମ୍ନ ରହିଥିଲା । ୨୦୧୮-୧୯ ଆର୍ଥକ ବର୍ଷରେ ଏହା ୮.୬୫ ରହିଥିଲା । ୧୯୫୨ରେ ପ୍ରଥମେ ୩ ପ୍ରତିଶତ ସୁଧହାରରୁ ଇପିଏଫ ଆରମ୍ଭ ହୋଇଥିଲା। ତେବେ ଏହି ସୁଧହାର କମାଯିବ ବୋଲି ପୂର୍ବରୁ ଆଶଙ୍କା କରାଯାଉଥିଲା ।

ପିଏମ୍ କଣ୍ଟ୍ରିବ୍ୟୁସନରେ ହ୍ରାସ ହୋଇପାରେ

ଚଳିତ ବର୍ଷ ସମସ୍ତ ୩ ସ୍କିମର ପିଏମ୍ କଣ୍ଟ୍ରିବ୍ୟୁସନରେ ଗତ ଆର୍ଥିକ ବର୍ଷ ତୁଳନାରେ ୫% ହ୍ରାସ ହୋଇପାରେ ବୋଲି  ଇପିଏଫଓ ପକ୍ଷରୁ ଆଶା କରାଯାଉଛି । ତେବେ ଚଳିତ ଆର୍ଥିକ ବର୍ଷରେ କଲେକ୍ସନ ବଜେଟ୍ ଅନୁମାନ ଠାରୁ ପ୍ରାୟ ୧୧% କମ୍ ରହିଥିବା ସୂଚନା ମିଳିଛି ।

Leave a Reply