ପରିବାର ସଦସ୍ୟଙ୍କ ଅଭିଯୋଗର ଜବାବ ଦେଲେ ଦୂତୀ: ବ୍ୟାଙ୍କ ଷ୍ଟେଟମେଣ୍ଟର ସ୍କ୍ରିନସର୍ଟ କଲେ ସେୟାର

1 min read

ଭୁବନେଶ୍ୱର: ବାପା-ମାଆ ଓ ପରିବାରର ଅନ୍ୟ ସଦସ୍ୟଙ୍କ ପ୍ରତି ଥିବା ଦାୟିତ୍ୱ ନିର୍ବାହ କରିଛନ୍ତି ଭାରତୀୟ ଆଥଲେଟ୍ ତଥା ଓଡ଼ିଆ ଦୌଡ଼ରାଣୀ ଦୂତୀ ଚାନ୍ଦ ! କିଛି ପୁରୁଣା ଫେସବୁକ୍ ପୋଷ୍ଟ ଏବଂ ବ୍ୟାଙ୍କ ଷ୍ଟେଟମେଣ୍ଟର ସ୍କ୍ରିନସର୍ଟକୁ ଫେସବୁକରେ ସେୟାର କରିବା ସହ ଏହାକୁ ପ୍ରମାଣିତ କରିବାକୁ ଚେଷ୍ଟା କରିଛନ୍ତି ଦୂତୀ । ସେ କରିଥିବା ପୋଷ୍ଟରେ ୨୦୧୬ ମସିହା ଫେସବୁକ୍ ପୋଷ୍ଟର ସ୍କ୍ରିନସର୍ଟ ରହିଛି । ଯେଉଥିରେ ସେ ନିଜ ଘରେ ରହି ଦୀପାବଳି ପାଳନ କରୁଥିବା ଦେଖିବାକୁ ମିଳିଛି ।

ସେହିଭଳି ସେ ୨୦୧୮ ମସିହା ସୋସିଆଲ୍ ମିଡିଆ ପୋଷ୍ଟର ମଧ୍ୟ ସ୍କ୍ରିନ୍ ସର୍ଟକୁ ସେୟାର କରିଛନ୍ତି । ଯେଉଁଥିରେ ଏକ ଘର ଭିତରର କିଛି ଫଟୋ ରହିଛି । ଘରଟି ସମ୍ପୂର୍ଣ୍ଣ ନୂଆ ହୋଇଥିବା ବେଳେ ଘରେ ଆବଶ୍ୟକ ସମସ୍ତ ଆସବବାପତ୍ର ରହିଥିବା ଦେଖିବାକୁ ମିଳିଛି । ଏବଂ ଏହାର କ୍ୟାପସନ୍‌ରେ ଘରଟି ତାଙ୍କ ବାପା-ମାଆଙ୍କ ଉଦ୍ଦେଶ୍ୟରେ ଉତ୍ସଗ୍ରୀକୃତ କରିଥିବା ଲେଖିଛନ୍ତି ।

ଯାହା ତାଙ୍କ ଗାଁ ଚକାଗୋପାଳପୁରରେ ନିର୍ମିତ । ଏହି ଦୁଇଟି ପୋଷ୍ଟର ସ୍କ୍ରିନ୍ ସର୍ଟ ସହିତ କିଛି ବ୍ୟାଙ୍କ ଷ୍ଟେଟମେଣ୍ଟର ସ୍କ୍ରିନସର୍ଟ ମଧ୍ୟ ସେୟାର କରିଛନ୍ତି ଦୂତି । ଯେଉଁଥିରେ ସେ ବାପା ଚକ୍ରଧର ଚାନ୍ଦ ଏବଂ ସାନ ଭଉଣୀ ଅଞ୍ଜନା ଚାନ୍ଦଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିବା ଦେଖିବାକୁ ମିଳିଛି । ପ୍ରାୟ ୨ ହାଜର ଟଙ୍କାରୁ ନେଇ ୪୦ ହଜାର  ପର୍ଯ୍ୟନ୍ତ ଟଙ୍କା ପଠାଇଥିବା ବ୍ୟାଙ୍କ ଷ୍ଟେଟମେଣ୍ଟର ସ୍କ୍ରିନସର୍ଟ ରହିଛି ।

ତେବେ ଦୂତି ତାଙ୍କ ପରିବାର ଓ ବାପା-ମାଆଙ୍କ ପାଇଁ କିଛି କରିନଥିବା ନେଇ ପରିବାର ଜଣେ ସଦସ୍ୟ ମିଛ ଅଭିଯୋଗ କରିଆସୁଥିବା ବେଳେ ଏହାର ଜବାବ ଦେବାକୁ ଯାଇ ଏହି ସବୁ ସ୍କ୍ରିନସର୍ଟ ପୋଷ୍ଟ କରିଥିବା ସେ ଫେସବୁକ୍ ପୋଷ୍ଟରେ ଲେଖିଛନ୍ତି । ସେ ଆହୁରୀ ଲେଖିଛନ୍ତି ଯେ, ତାଙ୍କ ପରିବାର ଜଣେ ସଦସ୍ୟ ବାରମ୍ୱାର ଫେସବୁକ୍ ମାଧ୍ୟମରେ ତାଙ୍କ ବିରୋଧରେ ମିଛ ଅଭିଯୋଗ ଆଣୁଛନ୍ତି ଏବଂ ତାଙ୍କ ବାପା-ମାଆଙ୍କ ପାଇଁ କିଛି କରିନଥିବା ଅଭିଯୋଗ କରିଛନ୍ତି ।

ଏଭଳି ପୋଷ୍ଟରେ ଲୋକଙ୍କ କମେଣ୍ଟ ଦ୍ୱାରା ସମ୍ମାନହାନୀ ହୋଇଥିବା ସେ ଲେଖିଛନ୍ତି । ପୂର୍ବରୁ ମଧ୍ୟ ଘର ଲୋକଙ୍କ ପ୍ରତି ତାଙ୍କ ଲପାଇବା ଥିଲା, ଏବେ ମଧ୍ୟ ରହିଛି । କିନ୍ତୁ ତାଙ୍କ ଘର ଲୋକ ଦୂତିକୁ ଗ୍ରହଣ କରୁନଥିବା ସେ ଅଭିଯୋଗ କରିଛନ୍ତି । ଘର ଲୋକଙ୍କ ଏଭଳି ଆଚରଣ ତାଙ୍କୁ ବ୍ୟଥିତ କରିଛି । ତେବେ ଏ ସବୁ ସତ୍ତ୍ୱେ ସେ ଘର ଲୋକଙ୍କ ପାଇଁ ତାଙ୍କର ଥିବା ଦାୟିତ୍ୱ ନିର୍ବାହ କରିଚଲିଥିବା ସେ ଉଲ୍ଲେଖ କରିଛନ୍ତି । ବାପା-ମାଆଙ୍କ ପାଇଁ ନୂତନ ଘର କରିବା ସହ ମାସିକ ଖର୍ଚ୍ଚ ଓ ଭଉଣୀମାନଙ୍କ ପଢ଼ା ଖର୍ଚ୍ଚ ପଠାଇଥିବା ସେ ପୋଷ୍ଟ ମାଧ୍ୟମରେ କହିଛନ୍ତି ଦୂତି । ସୂଚନା ଥାଉ କି, ପରିବାର ଲୋକଙ୍କ ସହ ସମ୍ପର୍କ ଠିକ୍ ନଥିବା ନେଇ ପୂର୍ବରୁ ମଧ୍ୟ ଦୂତି ଗଣମାଧ୍ୟମରେ ସମ୍ମୁଖରେ ପ୍ରକାଶ କରିଥିଲେ ।

ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କ ନୂଆ ଖୁଲାସା… ନିଜ ବଡ଼ ଭଉଣୀ ସରସ୍ୱତୀଙ୍କୁ ଟାଣିଲେ ବିବାଦ ଘେରକୁ…

Leave a Reply