ସମ୍ପୂର୍ଣ୍ଣ ରୂପେ ବନ୍ଦ ହେଲା ପବ୍‌ଜୀ, ଡାଉନ୍‌ଲୋଡ୍‌ ଥିଲେ ମଧ୍ୟ ଆଉ ଚାଲିବନି..

PUBG Addict Teenager Killed His Family With Bullets In Pakistan

ନୂଆଦିଲ୍ଲୀ: ସମ୍ପୂର୍ଣ୍ଣ ରୂପେ ବନ୍ଦ ହେଲା ପବ୍‌ଜୀ । ଭାରତରେ ଆଜିଠାରୁ ଆଉ ଚାଲିବନି ପବ୍‌ଜୀ । ସେପ୍ଟେମ୍ବର ୨ରେ ଭାରତ ପକ୍ଷରୁ ୧୧୮ଟି ଆପ୍‌ ଉପରେ ପ୍ରତିବନ୍ଧ ଲଗାଯାଇଥିବା ବେଳେ ପବ୍‌ଜୀ ଖେଳ ଉପରେ ମଧ୍ୟରେ ରୋକ ଲାଗିଥିଲା । ତେବେ ଏହା ପୂର୍ବରୁ ଯେଉଁମାନେ ପବ୍‌ଜୀ ଡାଉନ୍‌ଲୋଡ୍‌ କରି ସାରିଥିଲେ ସେମାନେ ଖେଳି ଏହା ପାରୁଥିଲେ । କିନ୍ତୁ ଶୁକ୍ରବାରଠାରୁ ଏହି ଗେମ୍‌କୁ ସମ୍ପୂର୍ଣ୍ଣ ଅଚଳ କରି ଦିଆଯାଇଛି । ଆପ ଡାଉନଲୋଡ୍ କରି ରଖିଥିଲେ ମଧ୍ୟ ତାହା ଆଉ ଚାଲିବ ନାହିଁ।

ଟେନ୍‌ସେଣ୍ଟ କମ୍ପାନୀ ନିଜର ଫେସ୍‌ବୁକ୍‌ ପୋଷ୍ଟରେ ଅତ୍ୟନ୍ତ ଦୁଃଖର ସହ ଲେଖିଛି ଯେ, ଭାରତରେ ପବ୍‌ଜୀକୁ ଅନେକ ଭଲ ପାଇବା ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ । ଗୁରୁବାର ଏଭଳି ପୋଷ୍ଟ କରିବା ସହ ଅକ୍ଟୋବର ୩୦ରୁ ପବ୍‌ଜୀ ଗେମ୍‌ ଭାରତରେ ଅଚଳ ହୋଇଯିବ ବୋଲି ସେ ଘୋଷଣା କରିଛି । ଉଭୟ ପବ୍‌ଜୀ ଏବଂ ପବ୍‌ଜୀ ଲାଇଟ୍‌ ଆପ୍‌ ଶୁକ୍ରବାରଠାରୁ ସମ୍ପୂର୍ଣ୍ଣ ଅଚଳ ହୋଇଯାଇଛି ।

ତେବେ କମ୍ପାନୀ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ଉପଭୋକ୍ତାମାନଙ୍କ ତଥ୍ୟର ସୁରକ୍ଷାକୁ ଆମେ ସର୍ବଦା ପ୍ରାଥମିକତା ଦେଇଆସିଛୁ । ଆମେ ସବୁବେଳେ ଭାରତରେ ତଥ୍ୟ ସୁରକ୍ଷା ଆଇନ ଏବଂ ନିୟମାବଳୀକୁ ପାଳନ କରିଛୁ । ଆମର ଗୋପନୀୟତା ନୀତିରେ ଦର୍ଶାଯାଇଥିବା ସମସ୍ତ ଉପଭୋକ୍ତାଙ୍କର ଗେମପ୍ଲେ ସୂଚନା ଏକ ସ୍ୱଚ୍ଛ ଢ଼ଙ୍ଗରେ ପ୍ରକ୍ରିୟାକରଣ କରାଯାଏ ।

Leave a Reply