୧୦୦ ଜଣଙ୍କୁ ହତ୍ୟା କରି କୁମ୍ଭୀରଙ୍କୁ ଖୁଆଇଥିଲା ଏହି ଡାକ୍ତର,ଜାଣନ୍ତୁ କିଏ ଏହି ମଣିଷମରା ଡାକ୍ତର…

ନୂଆଦିଲ୍ଲୀ:  ସେ ମେଡିସିନ୍ ଦେଉନଥିଲା । ସେ ମଣିଷ ମାରୁଥିଲା । ସେ ଆର୍ୟୁବେଦ ଡାକ୍ତରଥିଲା କିନ୍ତୁ ଆୟୁ ବଢାଉନଥିଲା । ସେ ଲୋକଙ୍କ ଆୟୁଷ କମାଉଥିଲା । ନାଁକୁଥିଲା ଡାକ୍ତର । ପେଶାରେ ଥିଲେ ହାର୍ଡକୋର କ୍ରିମିନାଲ । ସିରିଏଲ କିଲର । ଯାହାର ଶିକାର ହୋଇଛନ୍ତି ୧୦୦ରୁ ଅଧିକ ନୀରିହ । ଗ୍ୟାସ୍ ଟ୍ରକ ଅଟକାଇ ସିଲିଣ୍ଡର ଲୁଟ୍ କରୁଥିଲା । କାର ଭଡାରେ ନେଇ ଡ୍ରାଇଭରଙ୍କୁ ହତ୍ୟା କରୁଥିଲ । ହତ୍ୟା ପରେ ପ୍ରମାଣ ଲୁଚାଇବାକୁ କୁମ୍ଭୀର ଭର୍ତ୍ତି ନଇରେ ଫୋପାଡି ଦେଉଥିଲା । ତା’ ବିରୋଧରେ ଥିବା ସବୁ ପ୍ରମାଣକୁ କୁମ୍ଭୀର ନଷ୍ଟ କରୁଥିଲେ । ଭାରତର ସବୁଠାରୁ ବଡ ଓ ଜଘନ୍ୟ ସିରିଏଲ କିଲର ଏବେ ନିଜ ରହସ୍ୟ ନିଜେ ଖୋଲିଛି । କହିଛି ୫୦ ନୁହେଁ ୧୦୦ରୁ ଅଧିକ ଲୋକଙ୍କୁ ମାରିଛି । ଏହି ସୈତନା ଡାକ୍ତରର ନାମ ହେଉଛି ଦେବେନ୍ଦ୍ର ଶର୍ମା ।

ଡାକ୍ତର ଭଳି ପେଶାରେ ରହି ମଧ୍ୟ କିଭଳି ଜଣେ ନୃଶଂସ ଭାବରେ ଜୀବନ ନେଇପାରେ ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି । ରାଜସ୍ଥାନରେ ପେଶାରେ ଡାକ୍ତର ଥିବା ଦେବେନ୍ଦ୍ର ଶର୍ମାକୁ ନେଇ ଆଶ୍ଚର୍ଯ୍ୟ କରିବା ଭଳି ଏକ ଖବର ସାମ୍ନାକୁ ଆସିଛି । ସିରିଅଲ କିଲର ଡାକ୍ତର ଦେବେନ୍ଦ୍ର ଶର୍ମା ପୂବର୍ରୁ ସ୍ୱୀକାର କରିଥିଲା ଯେ ୫୦ ଜଣଙ୍କୁ ହତ୍ୟା କରିବା ପରେ ସେ ଗଣିବାକୁ ଭୁଲି ଯାଇଥିଲା । କିନ୍ତୁ ଏବେ ସେ ଦେଇଥିବା ବୟାନ ଅନୁସାରେ ସେ ୧୦୦ରୁ ଅଧିକ ଲୋକଙ୍କ ହତ୍ୟା କରିଛି । ସବୁଠାରୁ ଭୟଙ୍କର ଏବଂ ଅଜବ ଧରଣର କଥା ହେଉଛି ହତ୍ୟା କରି ସାରିବା ପରେ ସେ ମୃତ ଶରୀର ଗୁଡ଼ିକୁ ଉତ୍ତର ପ୍ରେଦେଶର ଏକ ଜଳାଶୟରେ ଥିବା କୁମ୍ଭୀର ମାନଙ୍କୁ ଖାଦ୍ୟ ରୂପରେ ଦେଇ ଦେଉଥିଲା ।

ଦେବେନ୍ଦ୍ର ଶର୍ମା ନାମକ ଏହି ଡାକ୍ତରକୁ ଗତକାଲି ଦିଲ୍ଲୀରୁ ଧରାଯାଇଛି । ସେ କିଡ୍‌ନୀ ଚୋରି ମାମଲାରେ ଗତ ୧୬ ବର୍ଷ ଧରି ଜେଲଦଣ୍ଡ ଭୋଗୁଥିଲା । ତେବେ ସେ  ପାରୋଲରେ ବାହାରକୁ ଆସିବା ପରେ ଗାଏବ ହୋଇଯାଇଥିଲା ।  ଖବର ମୁତାବକ ୨୦ ଦିନ ପରେ ତାକୁ ପୁଣିଥରେ ଜେଲ ଯିବାର ଥିଲା, କିନ୍ତୁ ସେ ଅଣ୍ଡରଗ୍ରାଉଣ୍ଡ ହୋଇ ଯାଇଥିଲା । କହିରଖୁଛୁ ଧରା ପଡ଼ିବା ପରେ ଏବେ ତା କଳା କାରନାମାର ବନ୍ଦ ଚିଠି ଖୋଲିବାରେ ଲାଗିଛି । ଦେବେନ୍ଦ୍ର ଶର୍ମା ରାଜସ୍ଥାନରେ ଡାକ୍ତର ଥିବାବେଳେ ଆରମ୍ଭ କରିଥିଲା ଅପରାଧର ଯାତ୍ରା ।

ଟ୍ରକ ଡ୍ରାଇଭରଙ୍କ ଶବ ସହ ଏମିତି କରୁଥିଲା ..

ଗୋଟିଏ ପୁଞ୍ଜିନିବେଶରେ ଧୋକା ଖାଇବା ପରେ ସେ ଏହି ରାସ୍ତାକୁ ବାଛି ନେଇଥିଲା । । ଏହାପରେ ସେ ଡାକ୍ତରୀ କାମ କରିବା ସହିତ ଧୀରେ ଧୀରେ କୀଡ୍‌ନୀ ଟ୍ରାନ୍ସପ୍ଲାଂଟ ରାକେଟ୍‌ ଏବଂ ନକଲି ଗ୍ୟାସ ଏଜେନ୍ସି ଚଲେଇବା ଆରମ୍ଭ କରି ଦେଇଥିଲା । ଏତିକିରେ ଶେଷ ହୋଇ ନଥିଲା ତା କଳା କାରନାମା, ଏହା ସହିତ ସେ ଚୋରିରେ ମଦ ବେପାର କରିବା ମଧ୍ୟ ଆରମ୍ଭ କରି ଦେଇଥିଲା । ତା’ ଗ୍ୟାସ୍‌ ଏଜେନ୍ସ ପାଇଁ ଯେତେବେଳେ ତାକୁ ସିଲିଣ୍ଡରର ଆବଶ୍ୟକତା ପଡ଼େ ସେ ଗ୍ୟାସ ସିଲିଣ୍ଡର ଯାଉଥିବା ଟ୍ରକ୍‌କୁ ଚୋରି କରି ନେଇ ଗାଡ଼ି ଡ୍ରାଇଭରର ହତ୍ୟା ମଧ୍ୟ କରି ଦେଉଥିଲା । କହିରଖୁଛୁ ସେ ନିଜର ଏକ ଗ୍ୟାଙ୍ଗ୍‌ ଗଢିଥିଲା, ଯେଉଁଥିରେ ସେମାନେ ତାକୁ ଖୁବ ସାହାଯ୍ୟ କରୁଥିଲେ । ତେବେ ସେ ହତ୍ୟା କରିବା ପରେ ଶବ ଗୁଡ଼ିକୁ ଉତ୍ତର ପ୍ରଦେଶର କାସଗଂଜରେ ଥିବା ଏକ ଜଳାଶୟକୁ ଫିଙ୍ଗି ଦେଉଥିଲା, ଯେଉଁଠାରେ ଅଧିକ ସଂଖ୍ୟାରେ କୁମ୍ଭୀର ରହୁଥିଲେ । ତେବେ କଳା କାରନାମାରେ ସଂପୃକ୍ତ ଏହି ଡାକ୍ତରକୁ ଗତ ବୁଧବାରକୁ ପୋଲିସ ଧରିବାରେ ସକ୍ଷମ ହୋଇଛି ।

ଡାକ୍ତରରୁ ଏମିତି ପାଲଟିଥିଲା ସୈତାନ

ସୂଚନା ମୁତାବକ ଡାକ୍ତର ଦେବେନ୍ଦ୍ର ଶର୍ମା ୧୯୮୪ରେ ଆୟୁର୍ବେଦିକ୍‌ ମେଡିସିନରେ ଗ୍ରାଜୁଏସନ୍‌ ପୂରା କରିବା ପରେ ରାଜସ୍ଥାନରେ କ୍ଲିନିକ୍‌ ଖୋଲିଥିଲା । ଏହାପରେ ୧୯୯୪ରେ ସେ ଏକ ଗ୍ୟାସ ଏଜେନ୍ସି ପାଇଁ ୧୧ ଲକ୍ଷ ଟଙ୍କା ପୁଂଜି ନିବେଶ କରିଥିଲା । କିନ୍ତୁ ଅଚାନକ କମ୍ପାନୀ ଗାୟବ ହୋଇଗଲା । ବ୍ୟବସାୟରେ ଧୋକା ପାଇବା ପରେ ଦେବେନ୍ଦ୍ର ନିଜ ଟଙ୍କା ଫେରି ପାଇବା ପାଇଁ ଅପରାଧ ରାସ୍ତାକୁ ବାଛିଥିଲା । ଗ୍ୟାସ କଂପାନୀ ଧୋକା ଦେଲେ,ତେଣୁ ଲୋକଙ୍କୁ ଧୋକା ଦେବା ପାଇଁ ସେ ଆରମ୍ଭ କରିଥିଲା ନକଲି ଗ୍ୟାସ୍ ଏଜେନ୍ସୀ । ନକଲି ଏଜେନ୍ସୀ ପାଇଁ ଅସଲି ଗ୍ୟାସ ସିଲିଣ୍ଡର ଆବଶ୍ୟକ ପଡେ । ଏହି ସମସ୍ୟାର ସମାଧାନ ପାଇଁ ଦେବେନ୍ଦ୍ର ତାର ଗ୍ୟାଙ୍ଗ୍ ସହ ଗ୍ୟାସ୍ ଟ୍ରକ୍ ଲୁଟ୍ କରିବା ଆରମ୍ଭ କରିଥିଲା । ଗ୍ୟାସ୍ ସିଲିଣ୍ଡର ଟ୍ରକ୍ ଲୁଟ୍ କରିବା ପରେ ସେମାନେ ଡ୍ରାଇଭରକୁ ହତ୍ୟା କରୁଥିଲେ ।

କିଡନୀ ରାକେଟର ମାଷ୍ଟର ମାଇଣ୍ଡ୍

ଦେବେନ୍ଦ୍ର ଶର୍ମା ଗ୍ୟାସ ସିଲିଣ୍ଡର ଲୁଟ୍ କରିବା ସହ ଅଧିକ ଅର୍ଥ ପାଇଁ କାର ଲୁଟ୍ ମଧ୍ୟ ଆରମ୍ଭ କରିଥିଲା । ବିଭିନ୍ନ ସ୍ଥାନରୁ ତା ଗ୍ୟଙ୍ଗ୍ ସଦସ୍ୟ କାର ଭଡାରେ ନେଉଥିଲେ । ରାସ୍ତାରେ ମୌକା ଦେଖି ଡ୍ରାଇଭରକୁ ହତ୍ୟା କରୁଥିଲେ । ଲୁଟ୍ କାରକୁ ୟୁଜ଼ଡ୍ କାର ଦର୍ଶାଇ ବିକ୍ରି କରୁଥିଲେ ।  ଏହାସହ ସେ କିଡନୀ ଚୋରାକାରବାର ସହ ମଧ୍ୟ ଲିପ୍ତ ହେଉଥିଲା । ୧୨୫ କିଡନୀ ଟ୍ରାନସ୍ପପ୍ଲାଣ୍ଟ୍ ପାଇଁ ସେ କିଡନୀ ଯୋଗାଇ ଦେଇଥିଲା । ପ୍ରତି କିଡନୀ ପାଇଁ ସେ ନେଉଥିଲା ୭ ଲକ୍ଷ ଟଙ୍କା ।

କୁହାଯାଏ ଚୋର କେବେ ନା କେବେ ଧରା ପଡ଼େ, ଏବଂ ତା ଘଟଣାରେ ମଧ୍ୟ ଠିକ ସେହିଭଳି କିଛି ହାଇଥିଲା । ୨୦୦୪ ମସିହାରେ ସେ ଧରା ପଡ଼ିଲା ଓ ଜେଲକୁ ଗଲା । କିନ୍ତୁ ଦୀର୍ଘ ବର୍ଷ ପରେ ତା’ର ଭଲ ବ୍ୟବହାର ପାଇଁ ଗତ ୨୦ ତାରିଖ ୨୦୨୦ରେ ତାକୁ ପେରୋଲ ମିଳିଥିଲା । କୁହାଯାଏ ଯେ କିଛି ଲୋକଙ୍କ ପ୍ରକୃତି କେବେ ମଧ୍ୟ ବଦଳେନି, ଏବଂ ତା ଘଟଣାରେ ମଧ୍ୟ କିଛି ସେହିଭଳି ହୋଇଛି । ଅଭିଯୁକ୍ତ ଦେବେନ୍ଦ୍ର ଶର୍ମା ପେରୋଲରେ ଆସିବା ପରେ ଅଣ୍ଡରଗ୍ରାଉଣ୍ଡ ହୋଇଗଲା ଓ ଦିଲ୍ଲୀର ମୋହନ ବଗିଚାରେ ରହିବାକୁ ଲାଗିଲା ।  ସେଠାରେ ସେ ଏକ ବେପାରୀକୁ ଚୁନ ଲଗାଇବାକୁ ବସିଥିଲା, କିନ୍ତୁ ଠିକ ସମୟରେ ପୋଲିସ ତାକୁ ଧରିବାକୁ ସକ୍ଷମ ହୋଇଛି ।

 

Leave a Reply