ରିୟା କେଉଁଠି ? ଲୁକଆଉଟ୍ ନୋଟିସ୍ ଜାରିକରିବାକୁ ପ୍ରସ୍ତୁତ ହେଉଛି ବିହାର ପୋଲିସ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ତାଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତି ଫଶିବାରେ ଲାଗିଛନ୍ତି । ସୂଚନା ଅନୁସାରେ ବିହାର ପୋଲିସ ଏହି ମାମଲାରେ ରିୟାଙ୍କ ବିରୋଧରେ ଲୁକଆଉଟ୍ ନୋଟିସ ଜାରି କରିବା ଲାଗି ବିଚାର କରୁଛି । ବିହାର ପୋଲିସ ହାତରେ ରିୟାଙ୍କ ବିରୋଧରେ ବଡ ପ୍ରମାଣ ଲାଗିଥିବା କୁହାଯାଉଛି । ଏମିତିରେ ରିୟାଙ୍କ ଜେରା ଜରୁରି ହୋଇପଡିଛି । ଅନ୍ୟପକ୍ଷରେ ବିହାର ପୋଲିସ ରିୟାଙ୍କୁ ସମ୍ପର୍କ କରିବାରେ ବିଫଳ ହୋଇଥିବା ମଧ୍ୟ ଜଣା ପଡିଛି । ରିୟାଙ୍କ ସହ ଫୋନରେ ବିହାର ପୋଲିସ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଛି । ପୋଲିସ ଅନୁସାରେ ରିୟା ଏବେ ନିଖୋଜ ।

ଗତ କିଛି ଦିନ ମଧ୍ୟର ବିହାର ପୋଲିସ ସୁଶାନ୍ତ ମାମଲାରେ ଜୋରଦାର ତଦନ୍ତ କରୁଛି । ଅନେକ ଲୋକଙ୍କ ବୟାନ ପୋଲିସ ନେଇଛି ।  ସୂଚନାଯୋଗ୍ୟ ଯେ, ସୁଶାନ୍ତଙ୍କ ପିତା ପାଟନାର ରାଜିବ ନଗର ଥାନାରେ ରିୟା ଓ ତାଙ୍କ ପରିବାର ବିରୋଧରେ ଏତଲା ଦେଇଥିଲେ । ଏତଲାରେ ରିୟା ଷଡ଼ଯନ୍ତ୍ର କରି ତାଙ୍କ ପୁଅଙ୍କ ଜୀବନକୁ ଆସିଥିଲେ ଓ ସେ ସୁଶାନ୍ତଙ୍କଠାରୁ ୨୦ କୋଟି ଟଙ୍କା  ହଡପ କରିଛନ୍ତି ବୋଲି ଅଭିଯୋଗ କରିଥିଲେ । ଏହାସହ ରିୟା ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବା ପାଇଁ ପ୍ରେରିତ କରିଥିଲେ ବୋଲି ମଧ୍ୟ ଏତଲାରେ ଅଭିଯୋଗ ରହିଛି ।

ବିହାର ପୋଲିସ ରିୟାଙ୍କ ବିରୋଧରେ ଲୁକଆଉଟ୍ ନୋଟିସ ଜାରି କରିବା ପାଇଁ ବିଚାର କରୁଥିବା ବେଳେ ରିୟା ଗତକାଲି ଏକ ସର୍ଟ ଭିଡିଓ ଜାରି କରି ନିଜ ପକ୍ଷ ରଖିଥିଲେ । ଭିଡିଓରେ ସେ ସତ୍ୟର  ବିଜୟ ହେବ ବୋଲି କହିଛନ୍ତି ।

Leave a Reply