MKCGର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ? ଲେବର ରୁମ ସାଇଡରୁ ଛୁଆକୁ କେମିତି ନେଲା କୁକୁର ?

1 min read

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ବଡ଼ ମେଡିକାଲ MKCGରୁ ଆସିଛି ଏମିତି ଏକ ଚିତ୍ର ଯାହା ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛି । ଭାଇରାଲ୍ ହେଉଥିବା ଭିଡିଓରେ କୁକୁର ଗୋଟିଏ ଛୁଆକୁ ପାଟିରେ କାମୁଡ଼ି ମେଡିକାଲ କ୍ୟାମ୍ପସ୍ ଭିତରେ ଘୁରି ବୁଲିଛି । ଏତେ ସୁରକ୍ଷା ବ୍ୟବସ୍ଥା ଭିତରେ କୁକୁର କେମିତି ଛୁଆକୁ ପାଇଲା । ଛୁଆଟି ଜୀବିତ ନା ମୃତ । ଯଦି ମୃତ ତାହାଲେ କର୍ତ୍ତୃପକ୍ଷ ପୋତି ନଥିଲେ କାହିଁକି ?

dog mkcg

 

କୁହାଯାଉଛି କୁକୁରଟି ଏମକେସିଜି ଲେବର ରୁମ ସାଇଡରୁ ଛୁଆକୁ ପାଟିରେ ଧରି ଧାଇଁଥିଲା । ତେବେ, ଲେବର ରୁମ୍ ସାଇଡକୁ ଛୁଆ ଆସିଲା କେମିତି ? କୁକୁର ସେଠାକୁ ଯିବା, ଛୁଆକୁ ପାଟିରେ ଧରିବା ଏତେ ସବୁକୁ କେହି କେମିତି ଜାଣିପାରିଲେନି କାହିଁକି ? ନିୟୋଜିତ ନଥିଲେ କି ସୁରକ୍ଷାକର୍ମୀ ?

dog mkcg

 

ଭିଡିଓଟି କେତେ ତାରିଖର ଜଣାପଡ଼ିନଥିଲେ ମଧ୍ୟ ଏବେକାର ବୋଲି କୁହାଯାଉଛି । ସବୁବେଳେ ମେଡିକାଲରେ ଗହଳି ଲାଗି ରହୁଥିବା ବେଳେ ଭିଡିଓରେ ମେଡିକାଲ୍ କ୍ୟାମ୍ପସ୍ ଖାଁ ଖାଁ ଲାଗୁଛି । ଭିଡିଓରେ ଥିବା ଜଣେ ଦୁଇ ଜଣ ଲୋକ ମାସ୍କ ମଧ୍ୟ ପିନ୍ଧିଛନ୍ତି । ତେଣୁ, ଭିଡିଓଟି ନିହାତି ଏବେର ଲକଡାଉନ୍ ସମୟର କିମ୍ବା ସଟଡାଉନ ସମୟର । ଏନେଇ ମେଡିକାଲ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ପୂର୍ବରୁ ମେଡିକାଲ ବାରଣ୍ଡାରେ ପ୍ରସବକୁ ନେଇ ଅପବାଦ ମୁଣ୍ଡାଇଥିବା ଏମକେସିଜି ପୁଣି ବିବାଦ ଘେରକୁ ଆସିଛି ।

 

https://www.facebook.com/NandighoshaTV/videos/1001889420243685/

Leave a Reply