ନିହତ ୪ ମାଓବାଦୀଙ୍କ ମଧ୍ୟରେ ଜଣେ ମହିଳା, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

1 min read

ବାଲିଗୁଡ଼ା: ତୁମୁଡ଼ିବନ୍ଧ ସିର୍ଲା ଜଙ୍ଗଲରେ ହୋଇଥିବା ଏନକାଉଣ୍ଟରରେ ୪ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ସେମାନଙ୍କ ମଧ୍ୟରେ ଜଣେ ମହିଳା ମାଓବାଦୀ ଥିବା ବଳେ ଆଉ ତିନି ଜଣ ପୁରୁଷ ମାଓବାଦୀ ରହିଛନ୍ତି ।

ଏନ୍‌କାଉଣ୍ଟର ପରେ ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି ପୋଲିସ । ସ୍ଥାନୀୟ ଅଞ୍ଚଳରେ କମ୍ବିଂ ଅପରେସନ ଜାରି ରହିଛି । ଏହି ଦଳରେ ୧୨ଜଣ ମାଓବାଦୀ ଥିଲେ । ଘଟଣାସ୍ଥଳରେ ପୋଲିସ ଆଇଜି ପହଞ୍ଚି ସ୍ଥିତି ତଦାରଖ କରିଛନ୍ତି । ଅନ୍ୟପଟେ ଘଟଣାର ସମୀକ୍ଷା ପାଇଁ ଫୁଲବାଣୀ ଗସ୍ତରେ ଯାଇଛନ୍ତି ପୋଲିସ ଡିଜି ଅଭୟ ।

https://www.facebook.com/NandighoshaTV/videos/1337352363142710/

୩ ଦିନ ତଳେ କନ୍ଧମାଳ ପୋଲିସ ଜିଲ୍ଲାର ଫିରିଙ୍ଗିଆ ଥାନାର ସମରବନ୍ଧ ଅଞ୍ଚଳରେ ଏକ ମାଓ କ୍ୟାମ୍ପ ଧ୍ୱଂସ କରିଥିଲା ପୋଲିସ । ସେଠାରୁ ଏସଓଜି ୧୬ କେଜି ବିସ୍ଫୋରକ ସହ ୨୮ଟି ଡିଟୋନେଟର ଓ ଟିଫିନ୍ ବୋମା (ଆଇଡି) ଜବତ କରିଥିଲା । କ୍ୟାମ୍ପରୁ ସୁରକ୍ଷାକର୍ମୀ ମାଓବାଦୀଙ୍କ ବ୍ୟାଗ, ଜୋତା ଓ ଅନ୍ୟ ସାମଗ୍ରୀ ଜବତ କରିଥିବା ବେଳେ ମାଓବାଦୀମାନେ ଖସି ପଳାଇବାରେ ସକ୍ଷମ ହୋଇଥିଲେ ।

ପୂର୍ବରୁ ଏହି ଅଞ୍ଚଳରେ ମାଓବାଦୀମାନେ ଆଧିପତ୍ୟ ବିସ୍ତାର କରିବା ସହ ବିଭିନ୍ନ ସମୟରେ ପୋଷ୍ଟର ମଧ୍ୟ ମାରୁଥିଲେ ।

https://www.facebook.com/NandighoshaTV/videos/2664969683748231/

ପୋଲିସ ସୂତ୍ର ଅନୁଯାୟୀ କେକେବିଏନ୍ ସହ ଜଡ଼ିତ ‘ଦସାରୁ’ ଏରିଆ କମିଟିର ୧୫ରୁ ୨୦ ମାଓବାଦୀ ଏହି ଅଞ୍ଚଳରେ ରହୁଥିଲେ । ଗତ ସାଧାରଣ ନିର୍ବାଚନ ବେଳେ କେକେବିଏନ୍ ମାଓ ସଂଗଠନ ନିର୍ବାଚନରେ ବ୍ୟବହୃତ ୨ଟି ପୋଲିଂ ପାର୍ଟି ଗାଡ଼ି ମଧ୍ୟ ଜାଳି ଦେଇଥିଲେ ।

Leave a Reply