ବିଧାୟକମାନେ ଥିବା ହୋଟେଲ ବାହାରେ ଧାରଣାରେ ବସିଲେ ଦିଗବିଜୟ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ପହଞ୍ଚିଲା ମଧ୍ୟପ୍ରଦେଶ ରାଜନୀତି । ବେଙ୍ଗାଲୁରୁ ସ୍ଥିତ ରାମଦା ହୋଟେଲ ବାହାରେ ଧାରଣାରେ ବସିଲେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ । ତାଙ୍କୁ ବିଧାୟକମାନଙ୍କ ସହ ଦେଖାକରିବାକୁ ଦିଆଯାଇନଥିବାରୁ ସେ ଧାରଣା ବସିଛନ୍ତି । ଆଜି ସକାଳେ ସେ କର୍ଣ୍ଣାଟକରେ ପହଞ୍ଚିବା ପରେ ସେଠାରୁ ସିଧାସଳଖ ସେ ହୋଟେଲ ଅଭିମୁଖେ ବାହାରିଥିଲେ । କିନ୍ତୁ ସେଠାରେ ତାଙ୍କୁ ପୋଲିସ କର୍ମଚାରୀମାନେ ଭିତରକୁ ଯିବାକୁ ଅନୁମତି ଦେଇନଥିଲେ  । ତା’ ଧାରଣା ବସିଲେ ଦିଗବିଜୟ । ବର୍ତ୍ତମା ମଧ୍ୟପ୍ରଦେଶର ୨୧ ବିଧାୟକ ଧାରଣାରେ ବସିଛନ୍ତି ।

ଗତ ୧୬ ତାରିଖରେ ଫ୍ଳୋର ଟେଷ୍ଟ କରାଇବା ନେଇ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ନିର୍ଦ୍ଦେଶକୁ  କରୋନା ଆଳରେ ଟାଳିଦିଆଯାଇଥିଲା  । ତେବେ ଏନେଇ ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ଆଜି ସାଢ଼େ ୧୦ରେ ଶୁଣାଣି ଆରମ୍ଭ ହେବାର ଅଛି  ।

ମଧ୍ୟପ୍ରଦେଶ କଂଗ୍ରେସର ୨୧ ବିଧାୟକଙ୍କ ବିଦ୍ରୋହ ପରେ ସଂକଟରେ ପଡ଼ିଯାଇଛି କମଳନାଥ ସରକାର । ବେଙ୍ଗାଲୁରୁରେ ରହିଥିବା କଂଗ୍ରେସ ବିଧାୟକମାନେ ଭିଡିଓ ମେସେଜ୍‌ ଦ୍ୱାରା କଂଗ୍ରେସ ଛାଡ଼ିବା ନେଇ ଘୋଷଣା କରିଛନ୍ତି ।

Leave a Reply