୬ ଡିଭିଜନର ୨୫୦ ଷ୍ଟେସନରେ ବଢ଼ିଲା ପ୍ଲାଟଫର୍ମ ଟିକେଟ୍‌ ଦର

କରୋନା ପାଇଁ ରେଲଓ୍ୱେ ଷ୍ଟେସନରେ କଡ଼ା ପଦକ୍ଷେପ । ଅଧିକରୁ ଅଧିକ ଲୋକଙ୍କୁ ଷ୍ଟେସନକୁ ଆସିବାରୁ ରୋକିବା ପାଇଁ ବଢ଼ିଲା ପ୍ଲାଟଫର୍ମ ଟିକେଟ୍‌ । ବିନା କାମରେ ଆସୁଥିବା ଲୋକଙ୍କୁ ଅଟକାଇବା ପାଇଁ ନିଆଯାଇଛି ଏଭଳି ପଦକ୍ଷେପ । ଭାରତୀୟ ରେଲଓ୍ୱେ ଏଭଳି କଡ଼ା ନିଷ୍ପତ୍ତି ନେଇଛି କରୋନାକୁ ରୋକିବା ପାଇଁ । ତେବେ ଯେଉଁ ପ୍ଲାଟଫର୍ମ ଟିକେଟ ପୂର୍ବରୁ ୧୦ ଟଙ୍କା ଥିଲା ତାହାର ମୂଲ୍ୟ ବଢ଼ି ଏବେ ୫୦ ଟଙ୍କାରେ ପହଞ୍ଚିଛି । ଭାରତୀୟ ରେଳ ବିଭାଗ ଏହାକୁ ୫ ଗୁଣା ବୃଦ୍ଧି କରିଛି । ରେଳ ମନ୍ତ୍ରଣାଳୟର ସୂଚନା ଅନୂଯାୟୀ ପ୍ଲାଟଫର୍ମ ଟିକେଟ୍ ମୂଲ୍ୟ ବୃଦ୍ଧି କରିବାକୁ ଜୋନାଲ ରେଳବାଇ ନିଷ୍ପତ୍ତି ନେଇଛି ।

ସେ କହିଛନ୍ତି ୬ ଡିଭିଜନର ୨୫୦ଟି ଷ୍ଟେସନରେ ପ୍ଲାଟଫର୍ମ ଟିକେଟ୍ ମୂଲ୍ୟ ଦେଶର ବିଭିନ୍ନ ସ୍ଥାନରେ  ୧୦ ଟଙ୍କାରୁ ୫୦ ଟଙ୍କାକୁ ବୃଦ୍ଧି କରାଯାଇଛି । ପଶ୍ଚିମ ରେଳବାଇ ମୁମ୍ବାଇ, ଭଦୋଦ୍ରା, ଅହମ୍ମଦାବାଦ, ରତ୍ଲାମ, ରାଜକୋଟ ଏବଂ ଭବନଗରର ରେଳ ଷ୍ଟେସନରେ ପ୍ଲାଟଫର୍ମରେ ଟିକେଟ୍ର ମୂଲ୍ୟକୁ ୫୦ କୁ ବୃଦ୍ଧି କରାଯାଇଛି ।

ସାରା ବିଶ୍ୱରେ କରୋନାର ବୃଦ୍ଧି ଏବଂ ଭାରତରେ ଏହାର ପ୍ରଭାବ ବଢୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ପ୍ଲାଟଫର୍ମ ଟିକେଟ୍ ମୂଲ୍ୟରେ ବୃଦ୍ଧି ହେବା ଫଳରେ ଷ୍ଟେସନକୁ ଅଧିକ ଲୋକ ଆସିବେ ନାହିଁ ଯାହା ଦ୍ୱାରା ଏକ ପ୍ରକାରର କରୋନାଠୁ ଦୁରେଇ ରହିପାରିବେ ।

Leave a Reply