ବର୍ଷାଙ୍କ ବିରୋଧରେ ଅନୁଭବଙ୍କ ସଙ୍ଗୀନ ଅଭିଯୋଗ

Anubhav Varsha Conflict

ଭୁବନେଶ୍ୱର: ବର୍ଷା ଓ ଅନୁଭବଙ୍କ ବିବାଦରେ ଆସିଛି ଟ୍ୱିଷ୍ଟ । ଜୁଲାଇ ୧୬ରୁ ସାଂସଦ ଅନୁଭବ ତାଙ୍କ ପତ୍ନୀ ବର୍ଷାଙ୍କ ବିରୋଧରେ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ପିଟିସନ୍ ଦାଖଲ କରିଛନ୍ତି । ଅନୁଭବଙ୍କ ବିରୋଧରେ ବର୍ଷା କୋର୍ଟରେ ଦାଖଲ କରିଥିବା ପିଟିସନ ଗତକାଲି ସାମ୍ନାକୁ ଆସିବା ପରେ ଆଜି ବର୍ଷାଙ୍କ ବିରୋଧରେ ଅନୁଭବ ଦାଖଲ କରିଥିବା ପିଟିସନ୍ ସାମ୍ନାକୁ ଆସିଛି ।

୪୭ ପୃଷ୍ଠା ସମ୍ବଳିତ ପିଟିସନ୍‌ରେ ପତ୍ନୀ ବର୍ଷାଙ୍କ ବିରୋଧରେ ଅନୁଭବ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ବାହାଘରର ପ୍ରଥମ ଦିନରୁ ସମ୍ପର୍କ ରଖିବାକୁ ବର୍ଷା ଅରାଜି ଥିଲେ । ତାଙ୍କ ସହ ସମ୍ପର୍କ ରଖିବାକୁ ବର୍ଷା ୩ରୁ ୪ ମାସ ସମୟ ମାଗିଥିଲେ । ସେ ବର୍ଷାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ସମୟ ଦେଇଥିଲେ ।

ବର୍ଷା ଅନେକ ସମୟରେ ଶାଶୂଘର ଛାଡ଼ି ବାପଘରେ ରହୁଥିଲେ ବୋଲି ଅନୁଭବ ତାଙ୍କ ପିଟିସନରେ ଉଲ୍ଲେଖ କରିଛନ୍ତି । ସେପଟେ ମାମଲା ଉପର କୋର୍ଟରେ ଚାଲିଛି । ଆମ ପାଖକୁ ଆସିଲେ ବୁଝିବୁ ବୋଲି କହିଛନ୍ତି ମହିଳା କମିଶନର ।

Leave a Reply