ଡିଜିଟାଲ୍ ପରିଚୟ ଚୋରି କରି ଲୁଟୁଥିଲେ ବାଲେଶ୍ୱରର ଯୁବକ

Delhi Police Arrested Balasore Youth Sanmay Parida For Online Cyber Loot

ଜଳେଶ୍ୱର: ଦିଲ୍ଲୀ ପୋଲିସ ହାତରେ ବାଲେଶ୍ୱରର ସାଇବର ଠକ । ଅନଲାଇନ୍ ଜରିଆରେ ଜଳେଶ୍ୱରରୁ ପୂରା ଦେଶରୁ କରୁଥିଲା ଲୁଟ୍ । ଛୋଟ କମ୍ପାନୀଠୁ ନାମୀ ଦାମୀ ବ୍ରାଣ୍ଡ । ସମସ୍ତଙ୍କୁ ଠକୁଥିଲା । ଏଭଳି ଅନଲାଇନ୍ ଠକକୁ ବସ୍ତା ପୋଲିସ ସହାୟତାରେ ଗରିଫ କରିଛି ଦିଲ୍ଲୀ ପୋଲିସ । ଅଭିଯୁକ୍ତ ବାରମାଡ଼ିଆ ଗାଁର ସନମୟ ପରିଡ଼ା । ତା’ଠାରୁ ୨ଟି ଲାପଟପ୍, ୧୦୦ରୁ ଅଧିକ ଆଧାର କାର୍ଡ, ୧୦୦ରୁ ଅଧିକ ସିମ୍ କାର୍ଡ, ୩ଟି ମୋବାଇଲ୍ ଓ ଅନ୍ୟ ସାମଗ୍ରୀ ଜବତ କରାଯାଇଛି ।

Delhi Police Arrested Balasore Youth Sanmay Parida For Online Cyber Loot

ପୋଲିସ ସୂଚନା ଅନୁସାରେ, ବସ୍ତା ଥାନା ବାରମାଡ଼ିଆର ସନମୟ ପରିଡ଼ା ପୂର୍ବରୁ ବସ୍ତା ବଜାରରେ କିଓସ୍କ ବ୍ୟାଙ୍କି ଓ ଆଧାର କେନ୍ଦ୍ର ଖୋଲିଥିଲା । ସେହି ସମୟରେ ସନମୟ ଲୋକଙ୍କ ଆଧାର କାର୍ଡ ସହ ବାୟୋମେଟ୍ରିକ୍ ତଥ୍ୟକୁ ଷ୍ଟୋର କରି ନେଇଥିଲା । ଦୋକାନ ବନ୍ଦ ହେବା ପରେ ସେହି ତଥ୍ୟକୁ ନେଇ ଆରମ୍ଭ କରିଥିଲା ଠକେଇ । ଯେଉଁଥିପାଇଁ ତା’ ନାଁରେ ବସ୍ତା ଥାନାରେ ୧୩୭/୨୦ରେ ମାମଲା ରୁଜୁ ହୋଇଥିଲା । କମର୍ଦ୍ଦା ଥାନାରେ ବି ମାମଲା ହୋଇଥିଲା । ଏଥିରେ ହାଇକୋର୍ଟରୁ ବେଲରେ ଆସିବା ପରେ ସେ ପୁଣି ଆରମ୍ଭ କୋଇଥିଲା କ୍ରାଇମ୍ ।

Delhi Police Arrested Balasore Youth Sanmay Parida For Online Cyber Loot

ସ୍ଥାନୀୟ ମାର୍କେଟରେ ଠକେଇ ଜଣା ପଡ଼ିବା ପରେ ସେ ରାଜ୍ୟ ବାହାର କମ୍ପାନୀଙ୍କୁ ଟାର୍ଗେଟ୍ କରିଥିଲା । ଇଣ୍ଟରନେଟକୁ ନକଲି ଜିଏସଟି ନମ୍ବର ଆଣି କାରବାର କରୁଥିଲା । ପ୍ରତି ପେମେଣ୍ଟ ବା କ୍ରାଇମ୍ ଲାଗି ଗୋଟିଏ ଲେଖାଏଁ ନୂଆ ସିମ୍ ବ୍ୟବହାର କରୁଥିଲା ସନମୟ । ବିଭିନ୍ନ ନାମୀଦାମୀ କମ୍ପାନୀର ପ୍ରଡକ୍ଟ ଅନଲାଇନରେ ବିଲିଂ କରୁଥିଲା । ଫଟୋସପ୍ ମାଧ୍ୟମରେ ବ୍ୟାଙ୍କ ପେମେଣ୍ଟର ନକଲି ଷ୍ଟେଟମେଣ୍ଟ ତିଆରି କରି କମ୍ପାନୀଙ୍କୁ ଦେଉଥିଲା । ଅନେକ କମ୍ପାନୀ ତାହାକୁ ନଦେଖି ସାମଗ୍ରୀ ଡେଲିଭରି କରି ଦିଅନ୍ତି । ସନମୟ ଲୋକଙ୍କ ଦ୍ୱାରା ବାଲେଶ୍ୱରରୁ ଜିନିଷ ନେଇ ଆସେ ।

Delhi Police Arrested Balasore Youth Sanmay Parida For Online Cyber Loot

କିଛିଦିନ ତଳେ ସନମୟ ଦିଲ୍ଲୀ ଅମର କଲୋନୀ ଅଞ୍ଚଳରେ ଥିବା ନରେଡି ଡଟ୍ ଇନ୍ ଅଟୋ ମୋବାଇଲ୍ ଇମ୍ପୋର୍ଟ, ଏକ୍ସପୋର୍ଟ ସହ ସେମିତି କରିଥିଲା । ହେଲେ, ଚାଲ୍ ଜାଣିପାରି ଥିଲା କମ୍ପାନୀ । ଏନେଇ ନରେଡ୍ ଡଟ୍ ଇନ୍ ଦିଲ୍ଲୀ ପୋଲିସକୁ ଜଣାଇବା ପରେ ବାଲେଶ୍ୱର ପୋଲିସ ପାଖରେ ଖବର ପହଞ୍ଚିଥିଲା । ବାଲେଶ୍ୱର ଜିଲ୍ଲା ପୋଲିସର ସାଇବର ସେଲ୍ ଖୋଳତାଡ଼ କରିବା ପରେ ସନମୟକୁ ଗିରଫ କରାଯିବା ସହ ଠକେଇରେ ବ୍ୟବହୃତ ଲାପଟପ୍, ମୋବାଇଲ୍, ସିମ୍ କାର୍ଡ ଜବତ କରାଯାଇଛି ।

Leave a Reply