ଲଦାଖ ସୀମାରେ ଶଶାଙ୍କ ସହିଦ, ଝୁରୁଛି ଯାଜପୁରର କ୍ଷେତ୍ରପାଳ ଗାଁ

Odia Jawan Sasank Sekhar Samal Martyred In Ladakh LAC

ଚଣ୍ଡିଖୋଲ: ଆଖିରେ ଲୁହ, ମନରେ କୋହ । ସାରା ଗାଁରେ ଶୋକର ଛାୟା । ଶଶାଙ୍କୁ ହରାଇ ଶୋକରେ ମୂକ ପାଲଟି ଯାଇଛି କ୍ଷେତ୍ରପାଳ ଗାଁ । ବାପାଙ୍କ ପରେ ସାନ ଭାଇକୁ ହରାଇ ବଡ଼ ଭାଇ ବି ପ୍ରାଗଳ ପ୍ରାୟ । ଲଦାଖ ସୀମାରେ ମୁତୟନ ହୋଇଥିବା ଶଶାଙ୍କ ଶେଖର ଦେଶ ପାଇଁ ସହିଦ ହୋଇଛନ୍ତି । ଭାରତୀୟ ସେନାର ୬୧୩ ଇନଏସି ବାଟାଲିୟନରେ କାର୍ଯ୍ୟରତ ଥିଲେ ଯାଜପୁରର ପୁଅ ଲାନ୍ସ ନାଏକ ଶଶାଙ୍କ ଶେଖର ସାମଲ । ଶୁକ୍ରବାର ସେ ଦେଶ ପାଇଁ ସହିଦ ହୋଇଥିବା ଜଣାପଡ଼ିଛି ।

Odia Jawan Sasank Sekhar Samal Martyred In Ladakh LAC

ଶଶାଙ୍କ ଦେଶ ପାଇଁ ସହିଦ ହୋଇଥିବା ସେନା ପକ୍ଷରୁ ଫୋନ୍ ଯୋଗେ ଖବର ଦିଆଯାଇଛି । ଦୀର୍ଘ ୧୨ ବର୍ଷ ହେଲା ଶଶାଙ୍କ ସେନାରେ କାର୍ଯ୍ୟରତ ଥିଲେ । ବୀର ବାପାର ବୀର ପୁଅ ଥିଲେ ଶଶାଙ୍କ । ଦେଶ ପାଇଁ ଶଶାଙ୍କ ସହିଦ ହେବା ଖବର ସାରା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଥିବା ବେଳେ ସ୍ତବ୍ଦ ହୋଇଯାଇଛି ପରିବାର । ଶଶାଙ୍କ ବାପା ସ୍ୱର୍ଗତଃ ଯଦୁନାଥ ନାୟକ ମଧ୍ୟ ସେନାରେ କାର୍ଯ୍ୟରତ ଥିବା ବେଳେ ସହିଦ ହୋଇଥିଲେ ।

Odia Jawan Sasank Sekhar Samal Martyred In Ladakh LAC

ଏବେ ସେନାରେ କାର୍ଯ୍ୟରତ ୨୮ ବର୍ଷୀୟ ଶଶାଙ୍କ ମାଟି ମାତୃକା ପାଇଁ ସହିଦ ହୋଇଛନ୍ତି । ଆସନ୍ତାକାଲି ଶଶାଙ୍କ  ପାର୍ଥିବଶରୀର ନିଜ ଜନ୍ମ ମାଟିରେ ପହଞ୍ଚିବ ବୋଲି ଜଣାପଡ଼ିଛି ।

Leave a Reply