ନୂଆଦିଲ୍ଲୀ: କେଜରିଓ୍ୱାଲଙ୍କ ପ୍ରସ୍ତାବକୁ ମିଳିଲା ଅନୁମତି, ୭ ସେପ୍ଟେମ୍ବରକୁ ଆରମ୍ଭ ହେବ ମେଟ୍ରୋ ସେବା

ନୂଆଦିଲ୍ଲୀ: ୭ ସେପ୍ଟେମ୍ବରକୁ ଆରମ୍ଭ ହୋଇପାରେ ଦିଲ୍ଲୀ ମେଟ୍ରୋ । ସୂଚନାନୁଯାୟୀ ଉପରାଜ୍ୟପାଳ ଅନିଲ ବୈଜଲ କେଜରିଓ୍ୱାଲ ସରକାରଙ୍କ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି । ଏହାର ଅର୍ଥ ଦିଲ୍ଲୀରେ ମେଟ୍ରୋ ଚଳାଚଳକୁ ଅନୁମତି ମିଳି ସାରିଛି । ଦିଲ୍ଲୀ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥୋରିଟିର ବୈଠକରେ ଏହି ନିଷ୍ପତ୍ତି ହୋଇଛି ।

ଖବର ଅନୁଯାୟୀ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନଲକ ୪.୦ରେ ମେଟ୍ରୋ ଚଳାଚଳକୁ ସବୁଜ ସଙ୍କେତ ମିଳିବା ପରେ ଯେଉଁ ଷ୍ଟେସନରୁ ଉକ୍ତ ସେବା ଆରମ୍ଭ ହେବ ତାହାକୁ ନେଇ ସୂଚୀ ପ୍ରସ୍ତୁତ କରାଯାଉଛି ବୋଲି କହିଛନ୍ତି ଦିଲ୍ଲୀ ସରକାର । ଖୁବଶୀଘ୍ର ଏହାକୁ ସାର୍ବଜନୀନ କରାଯିବ ବୋଲି ମଧ୍ୟ ସେ ଜଣାଇଛନ୍ତି ।

କରୋନା ମହାମାରୀ କାରଣରୁ ଗତ ୫ ମାସରୁ ଅଧିକ ସମୟ ଏହି ସେବା ବନ୍ଦ ରହିଥିବା ହେତୁ, ଦିଲ୍ଲୀ ମେଟ୍ରୋ ରେଳ ସେବା ୭ ସେପ୍ଟେମ୍ବରକୁ ଆରମ୍ଭ ହେବାକୁ ନେଇ ନୂଆ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଉଛି । ସୂଚନାଯୋଗ୍ୟ ଦିଲ୍ଲୀ ମେଟ୍ରୋ ସେବା ୨୨ ମାର୍ଚ୍ଚରୁ ବନ୍ଦ ରହିଛି । ସାମାଜିକ ଦୂରତାକୁ ନଜରରେ ରଖି ଉକ୍ତ ସେବା ଆରମ୍ଭ ହୋଇପାରେ ।

Leave a Reply