Sushant Singh Rajput Case: ଡ୍ରଗ୍ସ ବେପାରୀଙ୍କ ସହିତ ରହିଛି ରିୟାଙ୍କ ଭାଇ ସୌବିକଙ୍କ କନେକ୍ସନ

ମୁମ୍ବାଇ: ସୁଶାନ୍ତ ସିଂ ମୃତ୍ୟୁ ମାମଲାର ତଦନ୍ତ ଜାରି ରଖିଛି ସିବିଆଇ । ଗୋଟିଏ ପକ୍ଷରେ ରିୟାଙ୍କୁ ପଚରାଉଚରା କରାଯାଉଥିବା ସମୟରେ ଅନ୍ୟ ପକ୍ଷରେ ଗତକାଲି ତାଙ୍କ ବାପା ମାଆଙ୍କୁ ଡିଆରଡିଓ ଗେଷ୍ଟ ହାଉସ ଡକା ଯାଇଥିଲା ଓ ଆଜି ମଧ୍ୟ ପଚରାଉଚରା ପାଇଁ ଡାକିଛି ସିବିଆଇ । କେବଳ ସେତିକି ନୁହେଁ ରିୟାଙ୍କ ଭାଇ ସୌବିକ  ଚକ୍ରବର୍ତ୍ତୀ, ସାମୁଏଲ ମିରାଣ୍ଡା ଏବଂ ନିରଜଙ୍କୁ ମଧ୍ୟ ସାମ୍ନା ସାମ୍ନି ବସାଇ ପଚରାଉଚରା କରିଛି ସିବିଆଇ । ରିୟା ଏବଂ ସୌଭିକଙ୍କ ଡ୍ରଗ୍ସ କାରବାରରେ ସମ୍ପର୍କ ଥିବା ଘଟଣାକୁ ନେଇ ତଦନ୍ତ ଜାରି ରହିଥିବା ବେଳେ ଏବେ ସୌଭିକ ଏବଂ ସାମୁଏଲ ମିରାଣ୍ଡାକୁ ନେଇ ଡ୍ରଗ୍ସ କାରବାର ଘଟଣାରେ ବଡ଼ ଖୁଲାସା ହୋଇଛି । ରିୟା ସୁଶାନ୍ତଙ୍କ ଟଙ୍କା ନେବାକୁ ନେଇ ପଚରାଉଚରା ହେଉଛି । କିନ୍ତୁ ଏହି ମଧ୍ୟରେ ଏନସିବିକୁ ମିଳିଛି ବଡ଼ ସୁରାକ୍ ।

ମୁମ୍ବାଇର ବାନ୍ଦ୍ରା ସ୍ଥିତ ଡ୍ରଗ୍ସ ପ୍ୟାଡଲର ଜେଦକୁ ଗିରଫ କରାଯାଇଥିବା ବେଳେ ଅନ୍ୟ ପ୍ୟାଡଲର ବସିତ ପରିହାରଙ୍କୁ ହେପାଜତଙ୍କୁ ନିଆଯାଇଛି । ପଚରାଉଚରା ସମୟରେ ସୌବିକ ଡ୍ରଗ୍ସ କାରବାର କରୁଥିବା କଥାର ଖୁଲାସା କରିଛନ୍ତି ଏହି ପ୍ୟାଡଲର । ଏହା ସହିତ ଡ୍ରଗ୍ ପ୍ୟାଡଲର ଜେଦକୁ ୧୦ ଲକ୍ଷ ଦେଇଦେବା ପାଇଁ ସୌବିକ କହିଥିଲେ ।

ଇଡି ଗତ ମଙ୍ଗଳବାରକୁ ରିୟାଙ୍କ ବନ୍ଧୁ ଋଷଭ ଠକ୍କରଙ୍କୁ ୮ ଘଣ୍ଟା ପଚରାଉଚରା କରିଛି । ସୂଚନା ମୁତାବକ ରିୟା ଏବଂ ଋଷଭଙ୍କ ମଧ୍ୟରେ ଡ୍ରଗ୍ସକୁ ନେଇ ହ୍ୱାଟ୍ସାଆପରେ ଚ୍ୟାଟିଂ ହୋଇଥିଲା ।

Leave a Reply