ଦିଲ୍ଲୀ ସରକାରଙ୍କ ନୂଆ ନିଷ୍ପତ୍ତି, ଘରେ ପହଞ୍ଚିବ ରାସନ୍

1 min read

ଦିଲ୍ଲୀରେ ଲୋକଙ୍କ ଘରେ ସରକାର ରାସନ ପହଞ୍ଚାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଘୋଷଣା କରିଛନ୍ତି । ସାଧାରଣ ଲୋକେ ରାସନ ଦୋକାନରେ ଗହଳି କରୁଥିବା ହେତୁ ସରକାର ଏଭଳି କରିଛନ୍ତି । ଏଣିକି ରାସନ ବଣ୍ଟନ ପ୍ରକ୍ରିୟା ମାଧ୍ୟମରେ ରାସନ ପାଉଥିବା ଲୋକଙ୍କ ଘରେ ପହଞ୍ଚି ଏସବୁ ଯୋଗାଇ ଦିଆଯିବ । ଆଗାମୀ ୬ରୁ୭ ମାସ ମଧ୍ୟରେ ଦିଲ୍ଲୀ ସରକାର ଏହି ଯୋଜନାକୁ କାର୍ଯ୍ୟକାରୀ କରିବେ । ସାନିଟାଇଜ ପ୍ୟାକେଟରେ ସାଧାରଣ ଲୋକଙ୍କୁ ରାସନ ଯୋଗାଇ ଦିଆଯିବ ।

ତେବେ କେନ୍ଦ୍ର ସରକାରଙ୍କ ୱାନ୍ ନେସନ ୱାନ ରାସନ ଯୋଜନା ଓ ମୁଖ୍ୟମନ୍ତ୍ରୀ ଘର ଘର ରାସନ ଯୋଜନା ମଧ୍ୟ ସମାନ ଦିନରୁ ସାରା ଦିଲ୍ଲୀରେ ଲାଗୁ ହେବ । ତେବେ ଦିଲ୍ଲୀର ଲକ୍ଷାଧିକ ଗରିବ ଲୋକଙ୍କ କ୍ଷେତ୍ରରେ ଏଭଳି ଯୋଜନା ଫଳପ୍ରଦ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଆଧାରରେ ସାରା ଦେଶରେ ଗରିବ ଲୋକଙ୍କ ପାଖରେ ସରକାର ରାସନ ଯୋଗାଇବାର କାର୍ଯ୍ୟ କରୁଛି । ତେବେ କେନ୍ଦ୍ର ସରକାରଙ୍କ ୱାନ୍ ନେସନ୍ ଓ ୱାନ୍ ରାସନ୍ ମଧ୍ୟ ଏହି ଆଇନ ଅନ୍ତର୍ଗତ ଏକ ପଦକ୍ଷେପ ।

ସାଧାରଣ ଲୋକଙ୍କ ପାଖରେ ସହଜରେ ରାସନ ପହଞ୍ଚାଇବା ଉଦ୍ଦେଶ୍ୟର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ତେବେ ଦିଲ୍ଲୀ ସରକାରଙ୍କର ଏଭଳି ଅଭିନୟ ପଦକ୍ଷେପ ପରେ ଗରିବ ଲୋକଙ୍କ ପାଖରେ ରାସନ ପହଞ୍ଚିବା ଅପେକ୍ଷାକୃତ ଭାବେ ସହଜ ହୋଇଛି । ଉଲ୍ଲେଖଯୋଗ୍ୟ ଯେ ଘର ପାଖରେ ରାସନ ପହଞ୍ଚାଇବା ପାଇଁ ସରକାର ନେଇଥିବା ଏହି ନିଷ୍ପତ୍ତି ବାଧ୍ୟତାମୂଳକ ନୁହେଁ । ଜଣେ ଚାହିଁଲେ, ପିଡିଏସ ଦୋକାନରୁ ଯାଇ ରାସନ୍ ଆଣିପାରିବେ ।

Leave a Reply