କରୋନା ଖେଳ: କ୍ରିକେଟ ଷ୍ଟାଡିୟମ ଖାଲି, ଛକା ମାରିବା ପରେ ଷ୍ଟାଡିୟମ ଭିତରୁ ବଲ୍ ଆଣୁଛନ୍ତି ଫିଲଡର

କରୋନା ପାଇଁ ଏବେ ସବୁଠି ଷ୍ଟ୍ରାଇକ୍‌ ହୋଇଛି । ସେ ଖେଳ ହେଉକି ଫିଲ୍ମ ହଲ୍‌ ସବୁଠି ଏବେ କରୋନାକୁ ନେଇ ଭୟ । ଏଭଳି ସମୟରେ ସବୁ ଦେଶ କରୋନାକୁ ନେଇ ପ୍ରତିକାରକ ଖୋଜିବାରେ ଲାଗିଛନ୍ତି । ଏବେ ଦେଶ ଦେଶ ମଧ୍ୟରେ କ୍ରିକେଟ୍‌ ଓ୍ୱାଣ୍ଡେ ମ୍ୟାଚ୍‌ ଚାଲିଛି । ଆଇସିସି ଏହି ସବୁ ମ୍ୟାଚ ପାଇଁ ଏକ ବଡ଼ ନିଷ୍ପତି ମଧ୍ୟ ନେଇଛି । ବନ୍ଦ ଷ୍ଟାଡିୟମ ଭିତରେ ବିନା ଦର୍ଶକଙ୍କ ଭିଡ଼ରେ ଏହି ସବୁ ମ୍ୟାଚ୍‌ ଖେଳାଯିବ । କାରଣ କରୋନା ପାଇଁ ଗୋଟିଏ ସ୍ଥାନରେ ଏକାଧି ଲୋକଙ୍କୁ ଜମା ହେବାକୁ ପୁରା ବାରଣ କରାଯାଇଛି ।

ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ରେ ଏବେ ଓ୍ୱାଣ୍ଡେ ସିରିଜ ଚାଲିଛି । ଏହି ମ୍ୟାଚ୍‌ ଏବେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆରମ୍ଭ ହୋଇଛି । ତେବେ ଏହି ମ୍ୟାଚ୍‌ ବିନା ଦର୍ଶକରେ ଖେଳାଯାଉଛି । ଷ୍ଟାଡିୟମ ଭିତରକୁ ଦର୍ଶକଙ୍କୁ ଯିବାପାଇଁ ଦିଆଯାଉନାହିଁ । ଯାହାର ପ୍ରଭାବ ପୁରା ଖେଳ ଉପରେ ପଡ଼ିଛି । ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଓଡ଼ିଆଇ ରେ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା । ଯେଉଁଥିରେ ଦଳକୁ ଉତ୍ସାହିତ କରିବା ପାଇଁ ଜଣେ ଦର୍ଶକ ମଧ୍ୟ ଷ୍ଟାଡିୟମରେ ଉପସ୍ଥିତ ନଥିଲେ ।

ଏପରିକି ଖେଳାଳିଙ୍କୁ ଷ୍ଟାଣ୍ଡ ଭିତରକୁ ଯାଇ ବଲକୁ ଫେରାଇ ଆଣିବାକୁ ପଡିଲା । ଅଷ୍ଟ୍ରେଲିଆର ଖେଳାଳି ଫିଞ୍ଚ ଯେତେବେଳେ ନିଉଜିଲାଣ୍ଡର ବୋଲର ସୋଡିଙ୍କୁ ଛକା ମାରିଥିଲେ ସେତେବେଳେ ଷ୍ଟାଡିୟମ ଭିତରୁ ଫରଗସନ ଯାଇ ବଲ ଆଣିଥିଲେ । ବଲ ଆଣିବା ପରେ ସିଦ୍ଧା ବୋଲର ପାଖକୁ ଫିଙ୍ଗିଥିଲେ ବଲ । ଖେଳ ମଝିରେ ଯେଉଁ କାମ ଦର୍ଶକ କରିଥାନ୍ତି ସେହି କାର୍ଯ୍ୟ ଆଜି ଖେଳାଳି କରୁଛନ୍ତି । ଯେଉଁ ଦୃଶ୍ୟ ସମସ୍ତଙ୍କୁ ଆକର୍ଶଣ କରିଥିଲା । ଷ୍ଟାଡ଼ିୟମରେ ଦର୍ଶକ ମାନେ ନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ।

Leave a Reply