ଡୁପ୍ଲିକେଟ୍‌ ସଚିନ୍‌ଙ୍କ ପରିବାର ଏବେ ଦୁଃଖରେ, ଜାଣିଲେ ଆପଣ ବି ଦୁଃଖୀ ହେବେ…

1 min read
Cricket News, Sachin's duplicate balbir chands entire family corona infected also lost job

ପଞ୍ଜାବ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଡୁପ୍ଲିକେଟ୍‌ ବଲବୀର ଚାନ୍ଦଙ୍କ ଅବସ୍ଥା ଏବେ ଶୋଚନୀୟ । ତାଙ୍କ ପରିସ୍ଥିତି ଏବେ ଅତି ଦୁଃଖଦାୟକ । କରୋନା ଉଜାଡ଼ି ଦେଇଛି ତାଙ୍କ ଜୀବନ ଜୀବିକା । ଲକ୍‌ଡାଉନ୍‌ ଯୋଗୁଁ ଜୁନ୍‌ ପ୍ରଥମ ସପ୍ତାହରେ ସେ ନିଜ ଗାଁକୁ ଫେରିଥିବା ବେଳେ ଏବେ ପୁରା ପରିବାର କରୋନା ଜାଲରେ ଛନ୍ଦି ହୋଇଯାଇଛନ୍ତି । ପରିବାରରେ ତାଙ୍କ ପତ୍ନୀ, ପୁଅ ଓ ଗୋଟିଏ ଝିଅ ରୁହନ୍ତି । ତାଙ୍କର ପୁରା ପରିବାର ଏବେ କରୋନା ସଂକ୍ରମିତ । ଖାଲି ଏତିକିରେ ତାଙ୍କ ଦୁର୍ଦଶା କମି ନାହିଁ । କରୋନା ମହାମାରୀ ଯୋଗୁଁ ତାଙ୍କ ଚାକିରି ମଧ୍ୟ ଚାଲିଯାଇଛି । ସେ ଏକ କମ୍ପାନୀରେ ବ୍ରାଣ୍ଡ ଆମ୍ବାସଡର ଭାବେ କାମ କରୁଥିଲେ । ଏବେ ସେହି କାମ ଆଉ ତାଙ୍କ ପାଇଁ ନାହିଁ ।

Duplicate Sachin 1 ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍‌ ବେଳେ ବଲବୀରଙ୍କୁ ଦେଖିବାକୁ ମିଳିଥାଏ । ସଚିନ୍‌ଙ୍କ ଫ୍ୟାନ୍‌ମାନେ ତାଙ୍କ ସହ ଫଟୋ ଉଠାଇ ନପାରିଲେ ସେମାନେ ବଲବୀରଙ୍କ ସହ ଫଟୋ ଉଠାଇଥାନ୍ତି । ବଲ୍‌ବୀର ଡୁପ୍ଲିକେଟ୍‌ ସଚିନ୍‌ ନାଁରେ ବେଶ୍‌ ପରିଚିତ ।

Duplicate Sachin 1

ବଲବୀରଙ୍କ ଦୁଃଖ କାହାଣୀ

ଲକ୍‌ଡାଉନ୍‌ ପରେ ତାଙ୍କର ପରିସ୍ଥିତି ଏମିତି ହୋଇଥିଲା ଯେ, ସେ ଘର ଭଡ଼ା ମଧ୍ୟ ଦେଇପାରିନଥିଲେ । ତେଣୁ ପୁରା ପରିବାରକୁ ନେଇ ସେ ଗାଁକୁ ଚାଲି ଆସିଥିଲେ । ଟ୍ରେନ୍‌ ସେବା ଆରମ୍ଭ ହେବା ମାତ୍ରେ ସେ ଘରକୁ ପଞ୍ଜାବ ସ୍ଥିତ ସୋଲନ୍‌ ଅଞ୍ଚଳରେ ଥିବା ତାଙ୍କ ଗାଁକୁ ଫେରିଆସିଥିଲେ । ହେଲେ ବିଡ଼ମ୍ବନାର କଥା ଏହି କି ଯେ, ଗାଁରେ ତାଙ୍କ ପରିସ୍ଥିତି ସୁଧିରିବା ପରିବର୍ତ୍ତେ ଆହୁରି ଭୟଙ୍କର ହୋଇଥିଲା । ତାଙ୍କର ପୁରା ପରିବାର କରୋନା ପଜିଟିଭ୍ ଥିବା ଜଣାପଡିଛି ।

Duplicate Sachin 1

ତେବେ ଏହାକୁ ଦେଇ ବଲବୀର କହିଛନ୍ତି ଯେ, ‘ଟ୍ରେନ୍ ଯାତ୍ରା ସମୟରେ ସେ ଅନେକ ପ୍ରତିଶୋଧକ ନେଇଥିଲେ । ସାଙ୍ଗରେ ୧୫ଟି ସାନିଟାଇଜର ବୋତଲ, N-95 ମାସ୍କ, ଏମିତିକି ଖାଦ୍ୟ ସାମଗ୍ରୀ ମଧ୍ୟ ସେ ଘରୁ ସାଥିରେ ନେଇ ଯାଇଥିଲେ । ହେଲେ ଟ୍ରେନ୍‌ରେ ଅନେକ ଯାତ୍ରୀ ଥିଲେ ଯେଉଁମାନେ ଅତି ବେପରୁଆ ଥିଲେ । ସେମାନେ କୌଣସି ପ୍ରତିଶୋଧକ ଗ୍ରହଣ କରିନଥିଲେ । ତେଣୁ ଟ୍ରେନ୍‌ ଯାତ୍ର ଏଭଳି ପରିସ୍ଥିତିରେ ବିଲ୍‌କୁଲ ନିରାପଦ ନୁହେଁ ।

Duplicate Sachin 1

ଚାକିରି ଚାଲିଯିବା ନେଇ ବଲବୀର କହିଛନ୍ତି ଯେ, ସେ ଯେଉଁ କମ୍ପାନୀରେ କାମ କରୁଥିଲେ, ଲକ୍‌ଡାଉନ୍‌ ଯୋଗୁଁ କମ୍ପାନୀ ଘାଟାରେ ଚାଲିଥିଲା ତେଣୁ ସେ ଅନେକ କର୍ମଚାରୀଙ୍କୁ ଚାକିରିରୁ ବାହାର କରିବାକୁ ବାଧ୍ୟ ହେଲା । ଏମିତିକି ତାଙ୍କୁ ମଧ୍ୟ ଚାକିରି ଛାଡ଼ିବାକୁ କୁହାଗଲା । ହେଲେ ପରିସ୍ଥିତି ସୁଧାରିବା ପରେ ତାଙ୍କୁ ପୁଣି ସେହି କମ୍ପାନୀ ଚାକିରିରେ ରଖିବ ବୋଲି ଆଶ୍ୱସନା ଦେଇଛି ବୋଲି କହିଛନ୍ତି ବଲବୀର ।

Leave a Reply