ନିୟମ ଭାଙ୍ଗି ସୋସିଆଲ୍ ମିଡିଆରେ ଦୋଷ ଛଡ଼ାଇଲେ ସାଂସଦ, କହିଲେ ସ୍ୱେଚ୍ଛାରେ ଦେଇଛି ଜରିମାନା

1 min read

ଭୁବନେଶ୍ୱର: କୋଭିଡ୍ କଟକଣାକୁ ବେଖାତିର୍ ପରେ ସୋସିଆଲ୍ ମିଡିଆରେ ଶରବ୍ୟର ଶୀକାର ହୋଇଥିବା ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ସଫେଇ ରଖିଛନ୍ତି । ଗତକାଲି କୋଭିଡ୍ ନିୟମକୁ ଭୁଲି ସାଂସଦ କର୍ମୀଙ୍କ ସହ ଏକ ଫଟୋରେ ନଜର ଆସିଥିଲେ । ଫଟୋଚିତ୍ରରେ ଭୁବନେଶ୍ୱର ସାଂସଦ ଅପରାଜିତାଙ୍କ ସହ ପ୍ରାୟ ୫୦ ଜଣ ଥିଲେ । କାହାରି ମଧ୍ୟରେ ସାମାଜିକ ଦୂରତା ରକ୍ଷା ହୋଇ ନ ଥିବା ବେଳେ ମୁହଁରେ ମାସ୍କ ନଥିଲା ।

ଏନେଇ ସାମାଜିକ ଗଣମାଧ୍ୟମରେ ଲୋକେ ସାଂସଦଙ୍କୁ ସମାଲୋଚନା କରିଥିଲେ । ସମାଲୋଚନା ପରେ ସାଂସଦ ଟ୍ୱିଟ୍ କରି ଦୋଷ ଛଡ଼ାଇଛନ୍ତି । ଲୋକଙ୍କ ସମାଲୋଚନାକୁ ସାଂସଦ ଭଲ ସଂକେତ କହିଛନ୍ତି । କର୍ତ୍ତବ୍ୟକୁ ପାଳନ କରି ସ୍ୱେଚ୍ଛାକୃତ ଭାବେ ଜରିମାନା ଦେଇଥିବା ସାଂସଦ ଟ୍ୱିଟରରେ ପୋଷ୍ଟ କରିଛନ୍ତି ।

ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ନିୟମ ଭଙ୍ଗ ପାଇଁ ଡିସିପିଙ୍କ ଅଫିସକୁ ଶହେ ଟଙ୍କା ପଠାଇଥିବା ସୂଚନା ମିଳିଛି । ସାମାଜିକ ଦୂରତ ଉଲ୍ଲଂଘନ ପାଇଁ ୫୦୦ ଟଙ୍କା ଜରିମାନା ଓ ମାସ୍କ ପିନ୍ଧି ନଥିଲେ ୫୦୦ ଟଙ୍କା ଜରିମାନା ଦେବା ପାଇଁ ନିୟମ ରହିଛି । ତେବେ, ସାଂସଦ ଶହେ ଟଙ୍କା କେଉଁ ନିୟମ ଭଙ୍ଗ ପାଇଁ ଦେଲେ ତାହା ବୁଝିହେଉନି ।

ବଢ଼ୁଛି ଗୋଷ୍ଠୀ କନ୍ଦଳ, ବିଜେପି ଛାଡ଼ିଲେ ଜଗନ୍ନାଥ ପ୍ରଧାନ…

Leave a Reply