ଚାଇନା ଟିକାକୁ ନେଇ ବ୍ରାଜିଲର ନୂଆ ତଥ୍ୟ, ଟିକାକରଣ ପରେ କାମ କରୁଛି ମାତ୍ର ୫୦ ପ୍ରତିଶତ

ନୂଆଦିଲ୍ଲୀ: ସାମ୍ନାକୁ ଆସିଲା ଚାଇନା ଟିକାର ଅସଲ ଚିତ୍ର। ବ୍ରାଜିଲ ଆଣିଲା ଚାଇନା ଟିକାର ସତ। ଚାଇନାର ସିନୋବେକ ବାୟୋଟେକ୍ ଟିକାର ନୂଆ ଡାଟା ଖୋଲିଛି ବ୍ରାଜିଲ। ଡାଟାରେ ଉଲ୍ଲେଖ ରହିଛି ଯେ ଏହି ଟିକା କେବଳ ୫୦ ପ୍ରତିଶତ କାମ କରୁଛି ଯାହା ପୂର୍ବରୁ ପ୍ରକାଶିତ ତଥ୍ୟ ତୁଳନାରେ ବହୁତ କମ୍ ଅଟେ।

ତୃତୀୟ ପର୍ଯ୍ୟାୟ ଟିକାକରଣ ପରୀକ୍ଷଣର ତଥ୍ୟ ଗତ ସପ୍ତାହରେ ପ୍ରକାଶ ପାଇଥିଲା। ଯେଉଁଥିରେ ଏହି ଟିକା ୭୫ ପ୍ରତିଶତ ପ୍ରଭାବଶାଳୀ ବୋଲି କୁହାଯାଉଥିଲା। ଏବଂ ଏହାର ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହାର କରିବାକୁ ଅନୁମତି ମାଗିଥିଲା ଚିନର ସ୍ୱାସ୍ଥ୍ୟ ବିଭାଗ।

ତେବେ ବ୍ରାଜିଲର ସିନୋବେକ ଟିକାର ଅଂଶୀଦାର ବୁଟାନଟନ୍ ଇନଷ୍ଟିଚ୍ୟୁଟ୍ ଲୋକଙ୍କୁ ଟୀକାକରଣର ନୂତନ ଟିକା ହାରକୁ ଅଣଦେଖା କରିବାକୁ ଅନୁରୋଧ କରିଛି। ଏହି ଚାଇନୀଜ୍ ଟିକାର ନାମ ହେଉଛି କରୋନାଭ୍ୟାକ୍। ବୁଟାନଟନ୍ ଇନଷ୍ଟିଚ୍ୟୁଟ୍ ବ୍ରାଜିଲର ସ୍ୱାସ୍ଥ୍ୟ ନିୟାମକ ସାମ୍ନାରେ ଏହି ଟିକାର ନୂତନ ତଥ୍ୟ ଉପସ୍ଥାପନ କରିଥିଲା ​​ଯେଉଁଥିରେ ଏହାର କାମ କରିବା ଶକ୍ତି ୫୦.୪ପ୍ରତିଶତ ବୋଲି ଜଣାଯାଇଛି।

ବୁଟାନଟନ୍ କ୍ଲିନିକାଲ୍ ପରୀକ୍ଷଣର ନିର୍ଦ୍ଦେଶକ ଡାକ୍ତର ରିକାର୍ଡୋ ପାଲାସିଓସ୍ ଏହି ନୂତନ ତଥ୍ୟକୁ ସ୍ପଷ୍ଟ କରି କହିଛନ୍ତି ଯେ। ଏହି ଟିକାର କାମ କରିବା ଶକ୍ତି ଏଥିପାଇଁ କମ୍‌ ଆସିଛି କାରଣ ଏହି ଟକା କରୋନା ଲକ୍ଷଣ ଥିବା ବ୍ୟକ୍ତଙ୍କ ଠାରେ ମଧ୍ୟ ଦିଆଯାଇଥିଲା। ଏଥି ସହିତ, ଆମେରିକାର ଫଇଜର ବାୟୋଟେକ ଟିକା ବିଷୟରେ କହିବାକୁ ଗଲେ, ଏହାର କାମ କରିବା ଶକ୍ତି ହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ୯୫ ପ୍ରତିଶତ ବୋଲି ଜଣାପଡିଛି।

Leave a Reply