ଲକ୍ ଡାଉନରେ ଦେଶ: ବଢୁଛି ସଂକ୍ରମିତଙ୍କ ସଂଖ୍ୟା, ୬୫୦ ପାର ସଂକ୍ରମଣ ମାମଲା

  •  ବୁଧବାର ୩ ମୃତ୍ୟୁ, ମଧ୍ୟପ୍ରଦେଶ, ଗୁଜୁରାଟ ଓ ତାମିଲନାଡୁରେ ବି କରୋନା ମୃତ୍ୟୁ ।
  •   ଏହା ପୂର୍ବରୁ ମହାରାଷ୍ଟ୍ରରେ ୮ ଦିନ ଭିତରେ କରୋନା ନେଇଛି ୩ ଜୀବନ ।

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ସଂକ୍ରମଣ ୨୫ ରାଜ୍ୟକୁ ବ୍ୟାପିଛି । ସଂକ୍ରମିତଙ୍କ ସଂଖ୍ୟା ୬୫୦ ପାର କରିଛି । ୧୬ ଦିନରେ ୧୬ ଜଣ ପ୍ରାଣ ହରାଇ ସାରିଲେଣି । ଜମ୍ମୁକାଶ୍ମୀରରେ କରୋନା ଜନିତ ପ୍ରଥମ ମୃତ୍ୟୁ ମାମଲା ସାମନାକୁ ଆସିଛି । ସେଠାରେ ଜଣେ ୬୫ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।  ସେହିଭଳି ମହାରାଷ୍ଟ୍ରରେ ମଧ୍ୟ ଜଣେ ମହିଳା (୬୫) ପ୍ରାଣ ହରାଇଛନ୍ତି । ଏହାପୂର୍ବରୁ ବୁଧବାର ଦିନ ତାମିଲନାଡୁର ମଦୁରାଇରେ ଜଣେ(୫୪), ମଧ୍ୟପ୍ରଦେଶରେ ଜଣେ (୬୫) ଓ ଗୁଜୁରାଟର ଅହମ୍ମଦାବାଦରେ ଜଣେ ବ୍ୟକ୍ତି (୮୫) ପ୍ରାଣ ହରାଇଛନ୍ତି । ଅହମ୍ମଦାବାଦରେ ପ୍ରାଣ ହରାଇଥିବା ମହିଳା ଜଣକ କିଛିଦିନ ତଳେ ବିଦେଶରୁ ଫେରିଥିଲେ ।  

 ୮ ଜଣ ରୋଗୀଙ୍କୁ ଆଗରୁ ଡାଇବେଟିସ ଥିଲା

ମଦୁରାଇରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ଆଗରୁ ଡାଇବେଟିସ ଓ ଅନ୍ୟ ରୋଗ ଥିଲା । ତାମିଲନାଡୁରେ ଏହା କରୋନା ଜନିତ ପ୍ରଥମ ମୃତ୍ୟୁ । ସେହିଭଳି ମଙ୍ଗଳବାର ଦିନ ମହାରାଷ୍ଟ୍ରରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କର ଉଚ୍ଚ ରକ୍ତଚାପ ଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁମାନଙ୍କର ମୃତ୍ୟୁ ହୋଇଛି ସେମାନଙ୍କ ମଧ୍ୟରୁ ୮ ଜଣ ହାଇ ବ୍ଲଡ୍ ପ୍ରେସର ଓ ଡାଇବେଟିସ ଭଳି ପୁରୁଣା ରୋଗ ଥିଲା ।

ତାରିଖ ସ୍ଥାନ ବୟସ ରୋଗ
୧୦ ମାର୍ଚ୍ଚ କଲବୁର୍ଗୀ(କର୍ଣ୍ଣାଟକ) ୭୫ ବର୍ଷ ଡାଇବେଟିସ
୧୩ ମାର୍ଚ୍ଚ ଦିଲ୍ଲୀ ୬୮ବର୍ଷ ଡାଇବେଟିସ
୧୭ ମାର୍ଚ୍ଚ ମୁମ୍ବାଇ ୬୪ ବର୍ଷ ଡାଇବେଟିସ
୧୮ ମାର୍ଚ୍ଚ ନୱାଁସହର(ପଂଜାବ) ୭୦ ବର୍ଷ ଡାଇବେଟିସ
୨୧ ମାର୍ଚ୍ଚ ମୁମ୍ବାଇ ୬୩ ବର୍ଷ ଡାଇବେଟିସ
୨୧ ମାର୍ଚ୍ଚ ପାଟନା ୩୮ ବର୍ଷ କିଡନି ଜନିତ ସମସ୍ୟା
୨୪ ମାର୍ଚ୍ଚ ମୁମ୍ବାଇ ୬୩ ବର୍ଷ ଡାଇବେଟିସ ଓ ବ୍ଲଡ୍ ପ୍ରେସର
୨୪ମାର୍ଚ୍ଚ ମଦୁରାଇ ୫୪ ବର୍ଷ ଡାଇବେଟିସ ଓ ବ୍ଲଡ୍ ପ୍ରେସର

 

ଏପର୍ଯ୍ୟନ୍ତ ୫୦ ବର୍ଷରୁ କମ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି

ସୋମବାର ଦିନ ପଶ୍ଚିମବଙ୍ଗରେ ଜଣେ ୫୭ ବର୍ଷ ବୟସ୍କ ଓ ହିମାଚଳରେ ରହୁଥିବା ଜଣେ ତିବ୍ବତି ନାଗରିକ(ନିକଟରେ ଆମେରିକାରୁ ଫେରିଥିଲେ) ମୃତ୍ୟୁ ହୋଇଯାଇଛି । ଏହାପୂର୍ବରୁ ରବିବାର ଦିନ ମୁମ୍ବାଇରେ ଜଣେ ୬୩ ବର୍ଷ ବୟସ୍କ ବ୍ୟକ୍ତି ପ୍ରାଣ ହରାଇଥିଲେ ।  ସେହି ଦିନ ବିହାରର ପାଟନାରେ ୩୮ ବର୍ଷୀୟ ସୈଫ କରୋନାରେ ପ୍ରାଣ ହରାଇଥିଲେ । ସୈଫ୍ ଡାଇବେଟିସ ରୋଗି ଥିଲେ । ତାଙ୍କ କିଡନି ମଧ୍ୟ ଖରାପ ଥିଲା । ୫୦ ବର୍ଷରୁ ବୟସରୁ କମ ବୟସରେ ଏହା ହେଉଛି ପ୍ରଥମ କରୋନା ମୃତ୍ୟୁ ମାମଲା । ମୁଙ୍ଗେରର ସୈଫ୍ ନିକଟରେ କତ୍ତାରରୁ ଭାରତ ଫେରିଥିଲେ । ଏପର୍ଯ୍ୟନ୍ତ ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ଡାଇବେଟିସ ଥିଲା । ଏଥିରୁ ଜଣା ପଡୁଛି ଯେ, ଡାଇବେଟିସ ରୋଗୀ କରୋନାର ସହଜ ଶିକାର ହେଉଛନ୍ତି ।

 ମହାରାଷ୍ଟ୍ରରେ ତିନି ମୃତ୍ୟୁ,ମୁମ୍ବାଇ ଏପିକ୍ ସେଣ୍ଟର ?

ମହାରାଷ୍ଟ୍ରରେ ଗତ ୮ ଦିନ ଭିତରେ କରୋନାରେ  ୩ଜଣଙ୍କ ମୃତ୍ୟୁ ହୋଇଛି । ଏହି ତିନି ମୃତ୍ୟୁ ମୁମ୍ବାଇରେ ହୋଇଛି । ତିନି ଜଣ ରୋଗୀ ମୁମ୍ବାଇର କସ୍ତୁରବା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ

ଦିଲ୍ଲୀରେ ୯୦୦ ଲୋକଙ୍କର ହେବ କ୍ୱାରେଣ୍ଟାଇନ୍

ଦିଲ୍ଲୀରେ ୯୦୦ ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖାଯିବ । ସାଉଦି ଆରବରୁ ଫେରିଥିବା ଜଣେ ମହିଳା ମୌଜପୁରର ମହୋଲ୍ଲା କ୍ଲିନିକରେ ନିଜ ଚିକିତ୍ସା କରାଇଥିଲେ । ମହିଳାଙ୍କଠାରୁ ମୋହଲ୍ଲା କ୍ଲିନିକ ଡାକ୍ତରଙ୍କୁ କରୋନା ହୋଇଥିଲା । ଡାକ୍ତରଙ୍କ ପତ୍ନି ଓ ଝିଅଙ୍କ ସମେତ ମୌଜପୁର ଅଂଚଳର ୯୦୦ ଲୋକଙ୍କର କ୍ୱାରେଣ୍ଟାଇନ କରାଯିବ ।

 

Leave a Reply