ମହାରାଷ୍ଟ୍ର, ଦିଲ୍ଲୀ, ତାମିଲନାଡୁରେ ସ୍ଥିତି ଅଣାୟତ…ଦେଶରେ ୭ ହଜାର ୫ଶହ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: କରୋନା ଚୋଟରେ ବିଷାକ୍ତ ହୋଇଗଲାଣି ସମଗ୍ର ଭାରତ । ୧୦ ଦିନ ମଧ୍ୟରେ ଟପିଲା ୬ହଜାରରୁ ଅଧିକ ପଜିଟିଭ ସଂଖ୍ୟା । ମହାରାଷ୍ଟ୍ରରେ ଏବେ ୧୫୦୦, ଦିଲ୍ଲୀ ଓ ତାମିଲନାଡୁରେ ୧୦୦୦ ଟପିଲା କରୋନା ପଜିଟିଭ୍‌ଙ୍କ ସଂଖ୍ୟା । ଏବେ ସୁଦ୍ଧା ଦେଶରେ ଲକ୍ଷେ ୭୦ ହଜାରରୁ ଅଧିକ ସାମ୍ପଲ ଟେଷ୍ଟ ହୋଇସାରିଛି । ତେବେ ବର୍ତ୍ତମାନର ସ୍ଥିତି ଯାହା ଅନ୍ୟ ପ୍ରଗତିଶୀଳ ଦେଶଠୁ ବି ଭାରତରେ ବହୁ ଭଲ ସ୍ଥାନରେ ଅଛି । ତେବେ ପ୍ରତ୍ୟେକ ଦିନ ୧୬ ହଜାରରୁ ଅଧିକ ଟେଷ୍ଟ କରାଯାଉଛି । ଆଗକୁ ଆହୁରି ଅଧିକ ଟେଷ୍ଟ କରିବା ପାଇଁ ସରକାର ଦକ୍ଷତା ବୃଦ୍ଧି କ୍ଷେତ୍ରରେ ଗୁରୁତ୍ବ ଦେଉଛନ୍ତି । ରାଜସ୍ଥାନ, ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ଟପିଛି ।

ତେବେ ଗୋଆ, ପୁଡୁଚେରୀ, ମଣିପୁର, ମିଜୋରାମ, ତ୍ରିପୁରା, ଅରୁଣାଚଳ ପ୍ରଦେଶରେ ସବୁଠୁ କମ୍‌ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା । ଅପରପକ୍ଷରେ ମହାରାଷ୍ଟ୍ର ଓ ପଶ୍ଚିମୃବଂଗ ବି ଏପ୍ରିଲ ୩୦ ଯାଏଁ ଲକଡାଉନ ଅବଧିକୁ ବୃଦ୍ଧି କରିଛି । ସେପଟେ କର୍ଣ୍ଣାଟକରେ ୧୦ ମାସର ଶିଶୁ କରୋନା ମୁକ୍ତ ହୋଇଛି । ସମଗ୍ର ବିଶ୍ୱରେ ୧୭ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇ ଚିକିତ୍ସତ ହେଉଛନ୍ତି । ଆମେରିକା ଓ ଇଟାଲୀରେ ୧୯୦୦୦ ପାର ହେଲାଣି ମୃତ୍ୟୁ ସଂଖ୍ୟା । କେବଳ ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ଟପିଲାଣି । ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଆମେରିକାର ନ୍ୟୁୟର୍କ ।

Leave a Reply