କରୋନା ଭାଇରସ୍ ମହାମାରୀ ଭିତରେ ଆମେରିକାରେ କଣ ପାଇଁ ହେଲିକପ୍ଟର ମନି ପଲିିସି କଥା ଉଠୁଛି ? ଜାଣନ୍ତୁ

କଳ୍ପନା କରନ୍ତୁ ଆପଣ କରୋନା ଭାଇରସ କାରଣରୁ ଘରେ କ୍ୱାରେଣ୍ଟାଇନରେ ଅଛନ୍ତି ଓ ଅଚାନକ ବାଲକୋନିରୁ ଦେଖିବେ ଯେ, ଗୋଟିଏ ହେଲିକପ୍ଟର ଆକାଶରୁ ଟଙ୍କା ବର୍ଷା କରୁଛି । ଅର୍ଥନୀତିଜ୍ଞ ଏହି କାଳ୍ପନିକ ସ୍ଥିତିକୁ ‘ହେଲିକପ୍ଟର ମନି’ ବୋଲି କୁହନ୍ତି । ଆପଣ ଜାଣିଛନ୍ତି କି ଏହାର ଅର୍ଥ କଣ ?

ଯେତେବେଳେ ଗମ୍ଭୀର ଆର୍ଥିକ ସଂକଟ ମଧ୍ୟରେ ଲୋକଙ୍କୁ ଏହି ଆଶାରେ ମାଗଣାରେ ଟଙ୍କା ଦିଆଯାଏ ଯେ, ଏହାଦ୍ୱାରା ସେମାନଙ୍କ ଖର୍ଚ୍ଚ ଓ ଉପଭୋଗ ବଢିବ ତଥା ଅର୍ଥବ୍ୟବସ୍ଥାରେ ସୁଧାର ଆସିବ ତାକୁ ହିଁ କୁହନ୍ତି ‘ହେଲିକପ୍ଟର ମନି’ ।

ପ୍ରଥମ ନଜରରେ ଆପଣଙ୍କୁ ଲାଗିପାରେ ଯେ, କରୋନା ଭଳି ମହାମାରୀ ଭିତରେ ଲୋକଙ୍କୁ ବଂଚାଇବା ପାଇଁ ସରକାରଙ୍କ ତରଫରୁ ଦିଆଯାଉଥିବା ଆର୍ଥିକ ସାହାଯ୍ୟ ମଧ୍ୟ ହେଲିକପ୍ଟର ମନି କିନ୍ତୁ ପ୍ରକୃତରେ ଏହା ସତ ନୁହେଁ ।

୧୯୬୯ ମସିହାରେ ଅର୍ଥଶାସ୍ତ୍ରୀ ମିଲ୍ଟନ ଫ୍ରିଡମ୍ୟାନ୍ ‘ହେଲିକପ୍ଟର ମନି’କୁ କିଛି ଏମିତି ବୁଝାଇଥିଲେ, ‘ରିଜର୍ଭ ବ୍ୟାଙ୍କ ନୋଟ୍ ଛାପୁ ଓ ସରକାର ତାକୁ ଖର୍ଚ୍ଚ କରନ୍ତୁ’  । ଏହା ସରକାରଙ୍କ ଉପରେ କୌଣସି କରଜ ଭଳି ହୋଇନଥାଏ । ଯେମିତିକି କଳ୍ପନା କରାଯାଇଥିଲା ଟଙ୍କା ଆକାଶରୁ ବର୍ଷିବ ।

ଆର୍ଥିକ ସଂକଟ ଚରମରେ ଥିବା ବେଳେ …

ଅର୍ଥଶାସ୍ତ୍ରର ସିଧାନ୍ତ ଅନୁସାରେ ଯେତେବେଳେ ଆର୍ଥିକ ସଂକଟ ଚରମରେ ପହଂଚିବ ସେତେବେଳେ ଏହା ଅନ୍ତିମ ବିକଳ୍ପ ହୋଇଥାଏ ।  କିନ୍ତୁ ଅତୀତରେ ଯେତେବେଳେ ବି ହେଲିକପ୍ଟର ମନି ବିକଳ୍ପର ସହାୟତା ନିଆଯାଇଛି ସେତେବେଳେ ତାହାର ଅତ୍ୟନ୍ତ ଖରାପ ଫଳାଫଳ ଆସିଛି । ହେଲିକପ୍ଟର ମନିର ଆଲୋଚନା କରିବା ବେଳେ ଆମ ମନକୁ ପ୍ରଥମେ ଜିମ୍ବାୱେ ଓ ଭେନେଜୁଏଲାର ଚିତ୍ର ଆସିଥାଏ । ଯେଉଁଠାରେ ଏତେ ପରିମାଣରେ ଟଙ୍କା ଛପା ଯାଇଥିଲା ଯେ, ତାହାର କୌଣସି ମୂଲ୍ୟ ହିଁ ରହିଲା ନାହିଁ ।

ଡଲାର ଓ ୟୁରୋକୁ ଗ୍ରହଣ କରିଥିବା ବିକଶିତ ଦେଶରେ ରିଜର୍ଭ ବ୍ୟାଙ୍କର ନୋଟ୍ ଛାପିବା ଖିଆଲ ମଧ୍ୟ ପାଗଳାମି ଭଳି ଲାଗେ ।

କିନ୍ତୁ ମୁଦ୍ରାର ଦ୍ୱିତୀୟ ପାର୍ଶ୍ୱ ହେଉଛି ଆମ ଆଗରେ କରୋନା ଭଳି ସଂକଟ ଛିଡା ହୋଇଛି । ତେଣୁ ହେଲିକପ୍ଟର ମନିର ବିଚାର କିଛି ବିଶେଷଜ୍ଞ ସାମ୍ନାରେ ରଖିଛନ୍ତି ।

ନିଆଁ ସହ ଖେଳିବା ଭଳି..

ସମସ୍ତେ ଜାଣିଛନ୍ତି ଯେ, ହେଲିକପ୍ଟର ମନି ଏକ ଭୟାନକ ଆଇଡିଆ । ଏହାକୁ ପ୍ରୟୋଗ କରିବା ଅର୍ଥ ନିଆଁ ସହ ଖେଳିବା ।  ଅନେକ ଦେଶର ରିଜର୍ଭ ବ୍ୟାଙ୍କ ଏହାକୁ ଲାଗୁ କରିବାକୁ ଭୟ କରନ୍ତି । ସମସ୍ୟା ହେଉଛି ଆପଣ ଯେତେବେଳେ ଅର୍ଥବ୍ୟବସ୍ଥା ଭିତରକୁ ଟଙ୍କା ପମ୍ପିଂ କରନ୍ତି ସେତେବେଳ ଲୋକଙ୍କର ଅର୍ଥ ଉପରୁ ଭରସା ଉଠିଯାଏ । ଯାହାର ଫଳାଫଳ ହାଇପର ଇନଫ୍ଲାସନ ଅର୍ଥାତ ବେଲଗାମ ମୁଦ୍ରାସ୍ଫିତୀ  ।

ତେବେ ବିଶେଷଜ୍ଞଙ୍କ କହିବା ହେଉଛି ଯଦି ହେଲିକପ୍ଟର ମନିର ସହାୟତା ନିଆଯାଏ ଓ ମାସକ ଭିତରେ କରୋନା ଭାଇରସ ଟୀକା ତିଆରି ହୋଇଯାଏ ତେବେ ଏହି ନିଷ୍ପତ୍ତି ଭୁଲ ହେବ । କିନ୍ତୁ ଯଦି ଟୀକା ଆସେନାହିଁ ତେବେ ମେ ମାସ ଶେଷ ସପ୍ତାହ ବେଳକୁ ବିଶ୍ୱର ଅନେକ ଦେଶର ଅର୍ଥନୀତି ବରବାଦ ହେଇଯିବ । ଏମିତିରେ ହେଲିକପ୍ଟର ମନିର ସାହାଯ୍ୟ ନିଆ ଯାଇପାରେ ।

Leave a Reply