କରୋନା ଯୋଦ୍ଧା କରୋନା ବଦଳରେ ସାଧାରଣ ଲୋକଙ୍କ ସହ କରୁଛନ୍ତି ଯୁଦ୍ଧ, ଚେକିଂ ବାହାନାରେ ମାରୁଛନ୍ତି ମାଡ଼

ଝାରସୁଗୁଡ଼ା: ଝାରସୁଗୁଡ଼ା ପୋଲିସର ଦବଙ୍ଗଗିରି । ସଟଡାଉନ ବାହାନାରେ ନିର୍ଦ୍ଧୁମ ମାଡ଼ । ସରକାର ଡାକ୍ତର, ପୋଲିସ ଆଦିଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦେଇଥିବାବେଳେ ଝାରସୁଗୁଡ଼ା ଜିଲ୍ଲାରେ ଏହାର ଏକ ଭିନ୍ନ ରୂପ ସାମ୍ନାକୁ ଆସିଛି । ଏଠାରେ ପୋଲିସ ସଟଡାଉନ ବାହାନାରେ ଦେଖାଉଛି ଦବଙ୍ଗଗିରି । ଅତ୍ୟାବଶ୍ୟକ କାମ ପାଇଁ ଘରୁ ବାହାରିଥିବା ଲୋକଙ୍କୁ କରୁଛି ନିର୍ଦ୍ଧୁମ ପ୍ରହାର ।

ଲୋକଙ୍କ ସୁରକ୍ଷା ପାଇଁ ନିୟୋଜିତ ଥିବା ପୋଲିସ ଚେକିଂ ବାହାନାରେ ଲୋକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଲାଠିରେ ପିଟୁଥିବା ଦେଖିବାକୁ ମିଳିଛି  । କିଛି ପୋଲିସ କର୍ମଚାରୀ ସାପ୍ତାହିକ ସଟଡାଉନ ସମୟରେ କରିଥିବା ଏପରି ଦୌରାତ୍ମ୍ୟର ଏକ ଭିଡିଓ ଭାଇରାଲ ହୋଇଛି  । ଭିଡିଓରେ ଜଣେ ଯୁବକଙ୍କୁ ଖୁବ ପିଟୁଛି ପୋଲିସ  । ଯୁକ୍ତି କରିବାରୁ ପୋଲିସ ଉଗ୍ର ରୂପ ଧାରଣ କରି ମାଡ ମାରିଚାଲିଛି  ।

ଏହାକୁ ନେଇ ପୋଲିସର ଭାବମୂର୍ତ୍ତି ଉପରେ ପ୍ରଶ୍ନ କରୁଛନ୍ତି । ପ୍ରଶ୍ନ ଉଠୁଛି ଲୋକଙ୍କ ସୁରକ୍ଷା ପାଇଁ ନିୟୋଜିତ ଥିବା ପୋଲିସ ଯଦି ଆକ୍ରୋଶରେ ଆସି ନିରୀହ ଲୋକଙ୍କୁ ସହଯୋଗ କରିବା ପରିବର୍ତ୍ତେ ମାଡମାରିବ ତେବେ ଜିଲ୍ଲାବାସୀ କେତେ ସୁରକ୍ଷିତ ? ଅନ୍ୟପଟେ ମାଡ଼ ଖାଇଥିବା ଯୁବକ ମାନସିକ ଚାପରେ ରହି ଘରୁ ବାହାରକୁ ବାହାରୁନଥିବାବେଳେ କେଉଁଠି ଅଭିଯୋଗ କରିବେ ବୋଲି ପ୍ରଶ୍ନ କରିଛନ୍ତି  ।

Leave a Reply