୧୦ ଦିନରେ ୩୬ ଲକ୍ଷ ପ୍ରବାସୀ କରିବେ ଟ୍ରେନ୍‌ ଯାତ୍ରା, RAC ଟିକେଟ୍‌ ବି କନ୍‌ଫର୍ମ ସମ୍ଭାବନା…

1 min read

ନୂଆଦିଲ୍ଲୀ: କରୋନା ମୁକାବିଲା ନେଇ ରେଳ ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଶ୍ରମିକଙ୍କୁ ନିଜ ଘରକୁ ଆଣିବା ହେଉ କିମ୍ବା ଟ୍ରେନର ବଗିକୁ କୋଭିଡ୍‌ କେୟାର ସେଣ୍ଟରରେ ପରିଣତ କରିବା ହେଉ । ସବୁ କ୍ଷେତ୍ରରେ ଆଗରେ ରହିଛି ରେଳ ବିଭାଗ । ଆଜି ଏନେଇ ଗୃହମନ୍ତ୍ର।ଳୟ ଓ ରେଳ ମନ୍ତ୍ର।ଳୟ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଆଗାମୀ ଦଶ ଦିନରେ ୨୬୦୦ ଶ୍ରମିକ ଟ୍ରେନରେ ଯାତ୍ରା କରିବେ ୩୬ ଲକ୍ଷ ଯାତ୍ରୀ । ଏବେ ସୁଦ୍ଧା ଦେଶରେ ୨୬୦୦ ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରୁଛି ।

ଅନେକ ପ୍ରବାସୀ ଏହି ରେଳ ସେବାର ଲାଭ ଉଠାଇ ପାରିଛନ୍ତି । ବର୍ତ୍ତମାନ ସ୍ଥିତିରେ  ପ୍ରତିଦିନ ଶ୍ରମିକ ଟ୍ରେନ୍‌ର ସଂଖ୍ୟା ୨୦୦ରୁ ଅଧିକ ରହିଛି । ବସ୍‌ରେ ୪୦ଲକ୍ଷରୁ ଅଧିକ ଲୋକ ଯାତାୟତ କରିସାରିଛନ୍ତି । ୧ ଜୁନ୍‌ରୁ ଚାଲିବାକୁ ଥିବା ସ୍ୱତନ୍ତ୍ର ଟ୍ରେନ ପାଇଁ ୧୪ ଲକ୍ଷରୁ ଅଧିକ ବୁକିଂ ସରିଲାଣି । କିଛି କିଛି ଟ୍ରେନ୍‌ରେ ୧୦୦% ସିଟ୍‌ ବୁକିଂ ସରିଛି । ୮୦% ରେଳ ଯାତ୍ରା ବିହାର ଏବଂ ଉତ୍ତରପ୍ରଦେଶ ଶ୍ରମିକଙ୍କ ଦ୍ଵାରା ହୋଇଛି । ଆଗାମୀ ଦିନରେ ଆର୍ଥିକ ସ୍ଥିତି ପ୍ରଭାବିତ ନକରିବା ପାଇଁ ଆହୁରି ଅଧିକ ରେଳ ଚଳାଚଳ କରାଯିବ । ପ୍ରତ୍ୟେକ ଟ୍ରେନ୍‌ ଚଳାଚଳ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରଖି କରାଯାଉଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବରେ ଆଗାମୀ ଦଶଦିନ ପାଇଁ ଏକ ଖସଡ଼ା ପ୍ରସ୍ତୁତ କରିଛନ୍ତି ।

ରେଲ୍‌ଓ୍ୱେ ବୋର୍ଡ ଚେୟର୍‌ମ୍ୟାନ୍‌ କହିଛନ୍ତି ଯେ, RAC ଟିକେଟ୍ ଏବେ କନ୍‌ଫର୍ମ ହେବାର ଅଧିକ ସମ୍ଭାବନା ରହିଛି । ସାମ୍ବାଦିକ ସମ୍ମିଳନୀରେ ବିନୋଦ କୁମାର ଯାଦବ କହିଛନ୍ତି ଯେ, କେବଳ କନ୍‌ଫର୍ମ ଟିକେଟ୍‌ଧାରୀଙ୍କୁ ହିଁ ଟ୍ରେନ୍‌ ଯାତ୍ରା ପାଇଁ ଅନୁମତି ଦିଆଯାଇଛି । ତେଣୁ ରାସ୍ତାରେ କୌଣସି ଯାତ୍ରୀଙ୍କୁ ଟ୍ରେନ୍‌ରେ ଚଢ଼ିବାକୁ ଅନୁମତି ନାହିଁ, ତେଣୁ RAC ଟିକେଟ୍ କନ୍‌ଫର୍ମ ହେବାର ଅଧିକ ସମ୍ଭାବନା ରହିଛି ।

Leave a Reply