ବଢ଼ୁଛି ସଂକ୍ରମଣ, ପୁଣି ଗୋଟିଏ ଜିଲ୍ଲାରୁ ୩ କରୋନା ଯୋଦ୍ଧା ଆକ୍ରାନ୍ତ

Corona Update: 3 more Corona Warriors Found Positive From same District

ରାୟଗଡ଼ା: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ଗୋଟିଏ ପଟେ ସାଧାରଣ ଲୋକ ତଥା ସ୍ଥାନୀୟ ଲୋକ ଆକ୍ରାନ୍ତ ହେବା  ଘଟଣା ସମସ୍ତଙ୍କୁ ଆତଙ୍କିତ କରି ରଖିଥିବା ବେଳେ ଏବେ କରୋନା ଯୋଦ୍ଧା ଆକ୍ରାନ୍ତ ହେଉଥିବା ଖବର ସାମ୍ନାକୁ ଆସୁଛି । ଯାହାକୁ ନେଇ ଲୋକ ଏବେ ଆତଙ୍କିତ ହୋଇପଡ଼ିଛନ୍ତି । ଯେଉଁମାନେ କରୋନା ସହ ଲଢ଼ି ଆକ୍ରାନ୍ତଙ୍କୁ ଚିକିତ୍ସା କରୁଛନ୍ତି ସେମାନେ ଯଦି ଆକ୍ରାନ୍ତ ହେବ ତେବେ ନିହାତି ଭାବେ ଏହା ବିପଦ ବୋଲି କୁହାଯାଇପାରେ ।

ରାୟଗଡ଼ା ଜିଲ୍ଲା ଗୁଣୁପୁର ଉପଖଣ୍ଡ ମେଡିକାଲରେ ୩ କୋଭିଡ୍‌ ଯୋଦ୍ଧା ସଂକ୍ରମିତ । ତିନି ଜଣଙ୍କ ମଧ୍ୟରେ ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ ଡକ୍ଟର ଥିବା ବେଳେ ଅନ୍ୟ ଦୁଇ ପୁରଷ ସ୍ୱାସ୍ଥ୍ୟକର୍ମୀ ବୋଲି ସୂଚନା ମିଳିଛି । ଏହି ତିନି ଜଣ ଆକ୍ରାନ୍ତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ କରୋନା ସଂକ୍ରମଣକୁ ନେଇ ଅଧିକ ଆତଙ୍କ ଖେଳିଯାଇଛି ।

GUNUPUR Corona  ତେଣୁ ବୁଧବାର ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଓ ଗୁଣୁପୁର ଉପଜିଲ୍ଲାପାଳ ସିଦ୍ଧେଶ୍ୱର ବଲିରାମ ବନ୍ଦର ମେଡିକାଲ୍ ଓ ଆଦର୍ଶ ବିଦ୍ୟାଳୟ କୋଭିଡ ସେଣ୍ଟର ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହାପରେ ମେଡିକାଲ୍ ସୁପରିଟେଣ୍ଡଣ୍ଟଙ୍କ ସହ କରୋନା ସଂକ୍ରମଣ ସ୍ଥିତି ନେଇ ଆଲୋଚନା କରିଛନ୍ତି । ମେଡିକାଲ୍‌ରେ ଜରୁରିକାଳିନ ସେବା ଚାଲିବ । ହେଲେ ଓଟି, ଲେବର୍‌ ରୁମ୍, ବର୍ହି ବିଭାଗକୁ ୭୨ ଘଣ୍ଟା ପାଇିଁ ବନ୍ଦ କରାଯାଇଛି ।

ପାଖ ମେଡିକାଲ୍ ଗୁଡିକୁ ଗୁରୁତର ରୋଗି ଆସିଲେ ରାୟଗଡ଼ା ଜିଲ୍ଲା ମେଡିକାଲ୍‌କୁ ସ୍ଥାନାନ୍ତର ପାଇିଁ ଜିଲ୍ଲାପାଳ କହିଥିବା ଜଣାପଡିଛି । ଗତ ୧୩ ତାରିଖରେ ଗୁଣୁପୁର ମେଡିକାଲ୍‌ରୁ ୮ ଜଣକର ସ୍ୱାବ ପରୀକ୍ଷା ପାଇିଁ ପଠାଯାଇଥିଲା । ସେଥିରୁ ୩ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପଜିଟିଭ୍ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି । ଗୁଣୁପୁର ଦମକଳ ବାହିନୀ ଦ୍ୱାରା ଉପଖଣ୍ଡ ମେଡିକାଲ୍‌କୁ ସଂମ୍ପୂର୍ଣ୍ଣ ରୁପେ ସାନିଟାଇଜ୍‌ କରାଯାଇଛି ।

Leave a Reply