ରାଜଧାନୀରେ ବଢ଼ୁଛି ସ୍ଥାନୀୟ ସଂକ୍ରମଣ ମାମଲା

1 min read

ଭୁବନେଶ୍ୱର: କଟକଣା କୋହଳ ହେବା ସହ ରାଜଧାନୀ ଭୁବନେଶ୍ୱରରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ତେବେ, କ୍ୱାରେଣ୍ଟାଇନ୍ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ବ୍ୟାପିବାରେ ଲାଗିଛି । ଯାହା ଚିନ୍ତା ବଢ଼ାଇଲାଣି । ବିଏମସି ଜାରି କରୁଥିବା ପ୍ରତିଦିନର ତଥ୍ୟ ଏମିତି ହିଁ କିଛି କହୁଛି । ଗତ ସପ୍ତାହେ ମଧ୍ୟରେ ରାଜଧାନୀରୁ ୧୨୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିରୁ ୩୭ଟି ସଂକ୍ରମଣ ମାମଲା ହୋମ୍ କ୍ୱାରେଣ୍ଟାଇନ୍ ହୋଇଥିବା ବେଳେ ଅବଶିଷ୍ଟ ୮୯ଟି ସ୍ଥାନୀୟ ସଂକ୍ରମଣ ମାମଲା ।

ବିଏମସି ପକ୍ଷରୁ ମିଳିଥିବା ସୂଚନା ମୁତାବକ ଜୁନ୍ ୩୦ ତାରିଖ ସୁଦ୍ଧା ରାଜଧାନୀରେ ମୋଟ ୩୨୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୮୫ ଜଣ ସୁସ୍ଥ ହୋଇଥିବା ବେଳେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ରାଜଧାନୀରେ ୧୩୦ଟି ସକ୍ରିୟ ସଂକ୍ରମିତ ମାମଲା ରହିଛି । ଯେତେବେଳେ କି ମାର୍ଚ୍ଚ ୧୬ରେ ରାଜଧାନୀରେ ରାଜ୍ୟର ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଯିଏ କି ଇଟାଲୀ ଫେରନ୍ତା ଥିଲେ ।

ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗୋଟିଏ ମାମଲା ହୋମ୍ କ୍ୱାରେଣ୍ଟାଇନରୁ ଆସିଥିବା ବେଳେ ଅନ୍ୟ ୫ଟି ଲୋକାଲ୍ କେସ୍ ବା ସ୍ଥାନୀୟ ସଂକ୍ରମଣ ମାମଲା । ଗତ ସପ୍ତାହକ ମଧ୍ୟରେ ରାଜଧାନୀରେ ଏହିଭଳି ଭାବେ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଇଛି ।

ନଜର ପକାନ୍ତୁ କେଉଁ ଦିନ କେତେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ରାଜଧାନୀରୁ-

ତାରିଖ ହୋମ୍ କ୍ୱାରେଣ୍ଟାଇନ୍ ସ୍ଥାନୀୟ ସଂକ୍ରମଣ
ଜୁନ୍ ୩୦
ଜୁନ୍ ୨୯ ୨୩
ଜୁନ୍ ୨୮
ଜୁନ୍ ୨୭
ଜୁନ୍ ୨୬ ୧୪
ଜୁନ୍ ୨୫ ୨୫ ୧୩
ଜୁନ୍ ୨୪ ୧୯

ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଅଧିକାଂଶ ସଂକ୍ରମିତ ବସ୍ତି ଅଞ୍ଚଳରୁ ଚିହ୍ନଟ ହେଉଛନ୍ତି । ଫଳରେ ବିଏମସି ସ୍ୱତନ୍ତ୍ର ଷ୍ଟ୍ରାଟେଜି ଆପଣଇବା ସହ ବସ୍ତି ଅଞ୍ଚଳକୁ ଫୋକସ୍ କରିଛି । ବିଭିନ୍ନ ବସ୍ତିରେ ସର୍ଭିଲାନ୍ସକୁ ଜୋରଦାର କରାଯିବା ସହ କରୋନାରେ ଅତ୍ୟଧିକ ପ୍ରଭାବିତ ଜିଲ୍ଲାରୁ ଆସୁଥିବା ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖାଯାଉଛି । କୌଣସି ବସ୍ତିରୁ ସଂକ୍ରମିତ ଚିହ୍ନଟ ହେବା ପରେ ଡୋର୍ ଟୁ ଡୋର୍ ସର୍ଭିଲାନ୍ସ କରାଯାଉଛି । ଆବଶ୍ୟକ ସ୍ଥଳେ ପ୍ରଶାସନ ବସ୍ତିକୁ ମଧ୍ୟ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରୁଛି ।

ବିଏମସି ଫୋକସରେ ବସ୍ତି, ହଟସ୍ପଟ ଜିଲ୍ଲାରୁ ଆସିଲେ ସରକାରୀ କ୍ୱାରେଣ୍ଟାଇନରେ ରହିବେ

Leave a Reply