ଚାକିରି ପ୍ରତିଶ୍ରୁତି ଦେଇ ଠକିଦେଲେ ପ୍ରୋଜେକ୍ଟ ଡାଇରେକ୍ଟର, ଏଡିଏମ କାର୍ଯ୍ୟାଳୟରେ ବସିଲା ଅସହାୟ ପରିବାର

ଚାକିରି ପାଇଁ ପ୍ରଥମେ ଲାଞ୍ଚ ଦେଇ ଚାକିରି ନମିଳିବା ପରେ ପାରାଦୀପର ଏଡିଏମ କାର୍ଯ୍ୟାଳୟରେ ବାରଣ୍ଡାରେ ବସିଛି ଏକ ନିରୁପାୟ ପରିବାର । ଆଓସିଏଲର ମେଣ୍ଟେନାନ୍ସ ବିଭାଗରେ ଚାକିରୀ କରିବା ପାଇଁ ପ୍ରୋଜେକ୍ଟ ଡାଇରେକ୍ଟରଙ୍କୁ ଦେଢ ଲକ୍ଷ ଟଙ୍କାର ଲାଞ୍ଚ ଦେଇଥିଲେ ସୁରେଶ ତରାଇ । ଅଭିଯୋଗ ଅନୁଯାୟୀ ସୁରେଶଙ୍କୁ ପ୍ରୋଜେକ୍ଟ ଡାଇରେକ୍ଟର ଏସ୍ କେ ସିଂ ଦେଢ ଲକ୍ଷ ଟଙ୍କାର ଲାଞ୍ଚ ବଦଳରେ କିଛି ଦିନ ଏକ କାମରେ ରଖିଥିଲେ । ଏହାପରେ ତାଙ୍କୁ କରୋନା ଆଳ ଦେଖାଇ ଚାକିରିରୁ ବାହାର କରିଥିଲେ । ଏବେ କରୋନା ଯୋଗୁଁ ସମସ୍ତଙ୍କ କ୍ଷେତ୍ରରେ ଆର୍ଥିକ ସଙ୍କଟ ଦେଖା ଯାଉଥିବା ହେତୁ ଏହି ପରିବାର ବି ସମାନ ଦଶା ଭୋଗୁଛି । ଚାକିରି ହରାଇ ଏବେ ନିଃସ୍ୱ ହୋଇପଡିଛି ।

ଆଜି ଉକ୍ତ ପ୍ରୋଜେକ୍ଟ ମ୍ୟାନେଜର ଏଡିଏମ କାର୍ଯ୍ୟାଳୟକୁ ଆସିଥିବା ଖବର ପାଇ ସୁରେଶ ତରାଇଙ୍କର ପୁରା ପରିବାର ଏଡିଏମ ଅଫିସ ସମ୍ମୁଖରେ ଛୋଟ ଛୋଟ ଛୁଆ ଦୁଇଟି ଙ୍କୁ ଧରି ମୁଣ୍ଡ ବାଡେଇ ନେହୁରା ହେଉଥିବାର ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ପରିବାର ଥାନାର ଦ୍ୱାରସ୍ଥ ହେବା ପରେ ପ୍ରୋଜେକ୍ଟ ଡାଇରେକ୍ଟର ଏସ୍ କେ ସିଂହ ଥାନାରେ କହିଛନ୍ତି ଯେ ତାଙ୍କଠାରୁ ସେ କୌଣସି ପ୍ରକାର ଲାଞ୍ଚ ନେଇ ନାହାନ୍ତି । ଓଲଟା ତାଙ୍କୁ ବିନା କୌଣସି ଲାଞ୍ଚରେ ଚାକିରି ଦିଆ ଯାଇଥିଲା ଓ ଏବେ ଶ୍ରମିକ ସଙ୍ଗଠନର ବିରୋଧ ପରେ ତାଙ୍କୁ ଚାକିରି ହରାଇବାକୁ ପଡିଛି । ଶ୍ରମିକ ସଙ୍ଗଠନର କହିବା କଥା ଯେ ଯଦି ସୁରେଶ ତରାଇ ଚାକିରିରେ ରହିବେ ତେବେ ତାଙ୍କ ପରିବାରର ଲୋକେ ମଧ୍ୟ ଚାକିରୀ କରିବେ  । ଏଣୁ ବାଧ୍ୟ ହୋଇ ମ୍ୟାନେଜମେଣ୍ଚ ସୁରେଶ ତରାଇଙ୍କୁ ଚାକିରୀରୁ ବାହାର କରାଯାଇଛି ।

Leave a Reply