ଉପ-ନିର୍ବାଚନ ଲାଗି ପ୍ରଚାର କରିବେ ନବୀନ: ବୁଧବାର ତିର୍ତ୍ତୋଲ ଓ ୨୯ ରେ ବାଲେଶ୍ୱର ସଦରରେ ଭର୍ଚୁଆଲ୍ ପ୍ରଚାର

1 min read

ଭୁବନେଶ୍ୱର: ଉପ-ନିର୍ବାଚନ ନେଇ ଭୋଟ ଗ୍ରହଣ ତାରିଖ ପାଖେଇ ଆସୁଥିବା ବେଳେ ଚାଲିଛି ହାଇଭୋଲଟେଜ୍ ପ୍ରଚାର । ଏହି କ୍ରମରେ ସାମିଲ ହେବେ ଖୋଦ୍ ବିଜେଡିର ସଭାପତି ତଥା ଦଳର ସର୍ବୋଚ୍ଚ ଷ୍ଟାର ପ୍ରଚାରକ ନବୀନ ପଟ୍ଟନାୟକ । ବୁଧବାର ତିର୍ତ୍ତୋଲ ବିଧାନସଭା ଆସନ ଲାଗି ପ୍ରଚାର କରିବାକୁ ଥିବା ବେଳେ ଆସନ୍ତା ୨୯ ତାରିଖରେ ବାଲେଶ୍ୱର ସଦର ଆସନ ପାଇଁ ପ୍ରଚାର କରିବେ ନବୀନ । ବାଲେଶ୍ୱରର ଆଇଟିଆଇ ପଡ଼ିଆ ଓ ସିଦ୍ଧି କଲ୍ୟାଣ ମଣ୍ଡରେ ଭର୍ଚୁଆଲ୍ ପ୍ରଚାର କରିବେ । ତିର୍ତ୍ତୋଲରେ ପୂର୍ବତନ ବିଧାୟକ ସ୍ୱର୍ଗୀୟ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କ ସପକ୍ଷରେ ପ୍ରଚାର କରିବେ । ସେହିଭଳି ବାଲେଶ୍ୱର ସଦର ଆସନ ନେଇ ଦଳୀୟ ପ୍ରାର୍ଥୀ ସ୍ୱରୂପ ଦାସଙ୍କ ପାଇଁ ପଚ୍ରାର କରିବେ ବିଜେଡି ସୁପ୍ରିମୋ । ପୂର୍ବରୁ ନବୀନଙ୍କ ପ୍ରଚାରକୁ ନେଇ କିଛି ସ୍ପଷ୍ଟ ସୂଚନା ନଥିବା ବେଳେ ଆଜି ଏ ନେଇ ସ୍ପଷ୍ଟ ହୋଇଛି । ଯାହାକୁ ନେଇ ଦଳୀୟ ପ୍ରାର୍ଥୀ, ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

Naveen Patnaik: Odisha poll card: BJD's campaign centred on Naveen Patnaik

ଅପରପକ୍ଷରେ ଉପ ନିର୍ବାଚନ ନେଇ ଭୋଟ ଗ୍ରହଣକୁ ଦିନ କେଇଟା ଥିବା ବେଳେ ରୋମାଞ୍ଚକର ହେଉଛି ରାଜନୈତିକ ସମୀକରଣ । ତିର୍ତ୍ତୋଲରେ ସୋମବାର କଂଗ୍ରେସକୁ ସିପିଏମ୍ ସମର୍ଥନ କରିବା ନେଇ ଦୁଇଦଳ ମଧ୍ୟରେ ବୁଝାମଣା ହୋଇଛି । ଏନେଇ ବିଜେଡି କହିଛି ସମର୍ଥନ କୌଣସି ପ୍ରଭାବ ପଡ଼ିବ ନାହିଁ । ସେପଟେ ବାଲେଶ୍ୱରରେ ତିନିଦଳର ନେତା ଓ ପ୍ରାର୍ଥୀ ଜିତିବା ପାଇଁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି ।

ଉପନିର୍ବାଚନ ତାରିଖ ପାଖେଇବା ସହ ଜମୁଛି ପ୍ରଚାର, ଜିତିବା ପାଇଁ ଚାଲିଛି ପ୍ରାର୍ଥୀଙ୍କର ଆପ୍ରାଣ ଉଦ୍ୟମ ଚେଷ୍ଟା

ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ବିରିଡ଼ି ଅଞ୍ଚଳରେ ବିଜେଡିର ରୋଡ୍‌ ଶୋ’ । ରାଜ୍ୟସଭା ସଦସ୍ୟ ମୁନା ଖାନ୍‌ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ପାଇଁ ପ୍ରଚାର କରିଛନ୍ତି । ବିଜେଡିରେ ମିଶ୍ରଣ ପର୍ବ ସହ ପ୍ରଚାର ଜୋର ଧରିଛି । ସେପଟେ କଂଗ୍ରେସ ପକ୍ଷରୁ ଆଜି ସିପିଏମ୍‌ ସହିତ ବୁଝାମଣା କରାଯାଇଛି । ତେବେ କଂଗ୍ରେସକୁ ସିପିଏମ୍‌ର ସମର୍ଥନ ଦ୍ବାରା ବିଜେଡି ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମା କହିଛନ୍ତି । ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା ବି କର୍ମୀ ଓ ନେତାଙ୍କ ସହ ପ୍ରଚାର ଜାରି ରଖିଛନ୍ତି ।  ଅପରପକ୍ଷରେ ଉଭୟ ନିର୍ବାଚନ ମଣ୍ଡଳୀରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପ୍ରଚାର ଦଳକୁ ବେଶ ସୁହାଇବ ବୋଲି କର୍ମୀ ଆଶାବାଦୀ ।

Leave a Reply