କୈଳାଶରୁ ବାହାମାସ,କଳାଧନ କେଳେଙ୍କାରୀରେ ନୂଆ ମୁହଁ ମଞ୍ଜୁଳା ସ୍ରଫ୍

ଭୁବନେଶ୍ୱର: କଳାଧନ କେଳେଙ୍କାରୀ ଚକ୍ରବ୍ୟୂହରେ ବୈଜୟନ୍ତ ପଣ୍ଡା । ପତ୍ନୀ ଜଗି ମଙ୍ଗତ ପଣ୍ଡା ଓ ସହଯୋଗୀ ମଞ୍ଜୁଳା ଦେବୀ ସ୍ରଫ୍‌ଙ୍କ ସହ ମିଶି ବୈଜୟନ୍ତ କେଳେଙ୍କାରୀ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗର ତଦନ୍ତ ପାଇଁ ମଧ୍ୟ ଦିଲ୍ଲୀ ହାଇକୋର୍ଟ ଫେବ୍ରୁଆରୀ ମାସରୁ ନିର୍ଦ୍ଦେଶ ଦେଇଛନ୍ତି । ରାଜନୈତିକ ପତିଆରା ଓ ନିଜର ବ୍ୟକ୍ତିଗତ ପ୍ରଭାବ ଜରିଆରେ ତଦନ୍ତକୁ ଚାପିବାରେ ସକ୍ଷମ ହୋଇଛନ୍ତି ବୈଜୟନ୍ତ । ତେବେ ପ୍ରଶ୍ନ ଉଠୁଛି, ବୈଜୟନ୍ତଙ୍କ ଏହି କଳା ସାମ୍ରାଜ୍ୟର ଘନିଷ୍ଠ ସହଯୋଗୀ ମଞ୍ଜୁଳା ଦେବୀ ସ୍ରଫ୍‌ କିଏ?

Manjula Pooja Shroff, Founder-Director, Calorx Foundation

ଘଟଣା ସଂପର୍କରେ ଅନୁସନ୍ଧାନ ବେଳେ ଚାଞ୍ଚଲ୍ୟକର ତଥ୍ୟ ସାମ୍‌ନାକୁ ଆସିଛି । ଓରଟେଲ୍ ଓ ବୈଜୟନ୍ତଙ୍କ ସହ ମଞ୍ଜୁଳା ଦେବୀଙ୍କର ବହୁ ପୁରୁଣା ଓ ଘନିଷ୍ଠ ସଂପର୍କ । ଓଟିଭିକୁ ବେନାମୀ ପୁଞ୍ଜି ଆଣିବାରେ ମଞ୍ଜୁଳା ଦେବୀ ମାଧ୍ୟମ ଥିଲେ ବୋଲି ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ମଞ୍ଜୁଳା ଦେବୀଙ୍କର ଘନିଷ୍ଠ ସଂପର୍କ ରହିଛି ଦୁଷ୍କର୍ମ ଅଭିଯୁକ୍ତ ବିବାଦୀୟ ବାବା ନିତ୍ୟାନନ୍ଦଙ୍କ ସହ । ମଞ୍ଜୁଳା ନିତ୍ୟାନନ୍ଦଙ୍କର ଜଣେ ଘନିଷ୍ଠ ସହଯୋଗୀ । ନିତ୍ୟାନନ୍ଦଙ୍କ ସ୍ୱତନ୍ତ୍ର ଦେଶ କୈଳାସ ପାଇଁ ମଞ୍ଜୁଳା ସହଯୋଗ କରିଥିବା ଅଭିଯୋଗ ରହିଛି ।

Education dept to raise Nithyananda case with CBSE

କେବଳ ସେତିକି ନୁହେଁ, ଗୁଜରାଟ ଅହମ୍ମଦନଗରରେ ଥିବା ଡିପିଏସ୍ ଓ୍ୱେଷ୍ଟ ପାଇଁ ସିବିଏସ୍‌ଇ ଆଫିଲିଏସନ୍‌ ଲାଗି ମଞ୍ଜୁଳା ଗୁଜରାଟ ସରକାରଙ୍କ ଶିକ୍ଷା ବିଭାଗରେ ଜାଲ କାଗଜପତ୍ର ଦାଖଲ କରିଥିଲେ । ଫଳରେ ଶିକ୍ଷା ବିଭାଗ ମଞ୍ଜୁଳାଙ୍କ ବିରୋଧରେ ଫୌଜଦାରି ମାମଲା ରୁଜୁ କରିଥିଲା । ସେଠାରେ ନିତ୍ୟାନନ୍ଦଙ୍କ ଗୁରୁକୁଳ ପାଇଁ ମଧ୍ୟ ମଞ୍ଜୁଳା ଜମି ପ୍ରଦାନ କରିଥିବା ନେଇ ଚର୍ଚ୍ଚାକୁ ଆସିଥିଲେ । ମଞ୍ଜୁଳା ଡିପିଏସ୍‌ ୱେଷ୍ଟର ଟ୍ରଷ୍ଟି ଥିଲେ । ଏହି ବିବାଦୀୟ ମହିଳା ମଞ୍ଜୁଳା ବୈଜୟନ୍ତଙ୍କ ବେଆଇନ୍ ଅର୍ଥ କାରବାରର ଘନିଷ୍ଠ ସହଯୋଗୀ ହୋଇଥିବାରୁ ଘଟଣାର ଗୁରୁତ୍ୱ ଆହୁରି ବଢିଯାଇଛି । ବୈଜୟନ୍ତ ଓ ଜଗିଙ୍କ ସହ ମିଶି ବାହାମସ୍‌ରେ ୩ଟି ଭୂତ କମ୍ପାନୀ ମାଧ୍ୟମରେ ଦେଶକୁ କଳାଟଙ୍କା ଆଣୁଥିଲେ ମଞ୍ଜୁଳା ।

Dr Manjula Pooja Shroff – digitalLEARNING Magazine

ବାହାମାସ୍ ରେଜିଷ୍ଟ୍ରାର ଅଫ୍ କମ୍ପାନିଜ୍‌ରେ ପଞ୍ଜିକୃତ ଏହି ୩ଟି କମ୍ପାନୀ ହେଲା, ଫିନ୍‌ଲେ କର୍ପୋରେସନ୍ ଲିମିଟେଡ୍, ମେସିନା ଲିମିଟେଡ୍ ଓ ପିକାକା କର୍ପୋରେସନ୍ ଲିମିଟେଡ୍ । ତିନିଟି ସଂସ୍ଥା ସମାନ ଠିକଣାରେ ରହିଛି । କୌଣସି ଜଣାଶୁଣା ବ୍ୟବସାୟିକ କାର୍ଯ୍ୟକଳାପରେ ସଂପୃକ୍ତ ନଥିବା ସହ ୩ କମ୍ପାନୀର ନିର୍ଦ୍ଦେଶକ କିଏ, ସେନେଇ ସ୍ପଷ୍ଟ ହୋଇନି । ବାହାମାସରେ ପଞ୍ଜିକୃତ ଏହି ତିନି କମ୍ପାନୀ ସିଧାସଳଖ ତଥା ସେମାନଙ୍କ ଭାରତୀୟ ସହଯୋଗୀ ଏମଏସ୍ ଟେଲିକମ୍ ଲିମିଟେଡ୍ ଏବଂ କାଲାରେକ୍ସ ହୋଲ୍‌ଡିଂ ପ୍ରାଇଭେଟ୍ ଲିମିଟେଡ୍ ଜରିଆରେ କୋଟି କୋଟି ଟଙ୍କା ପୁଞ୍ଜି ଖଟାଇଥିଲେ ।

MP Baijayant Jay Panda, suspended from BJD earlier this year, quits party - India News

ଇକ୍ୱିଟି ଓ ପ୍ରିଫରେନ୍‌ସ ସେୟାର ଓ ଋଣ ପ୍ରଦାନ ଆକାରରେ ପୁଞ୍ଜି ବିନିଯୋଗ ହୋଇଥିଲା । ଉଭୟ ଏମ୍‌ଏସ୍ ଟେଲିକମ୍ ଓ କାଲୋରେକ୍ସ ହୋଲ୍‌ଡିଂସର ଜଣେ ନିର୍ଦ୍ଦେଶିକା ଥିଲେ ମଞ୍ଜୁଳା ଦେବୀ ଶ୍ରଫ୍ । ପଣ୍ଡା ପରିବାର ଦ୍ୱାରା ପରିଚାଳିତ ଓଟିଭି, ଓରଟେଲ୍ ଓ କିଶନଗଡ଼ ଏନଭିରନମେଣ୍ଟାଲ ଡେଭଲପମେଣ୍ଟାଲ ଆକ୍ସନ୍ ପ୍ରାଇଭେଟ୍ ଲିମିଟେଡ୍‌ ସହ ସିଧାସଳଖ ସଂପୃକ୍ତ ଥିଲେ ବା ଅଛନ୍ତି ମଂଜୁଳା । ଓରଟେଲ୍ କମ୍ୟୁନିକେସନ୍ ବୈଜୟନ୍ତ ପଣ୍ଡା ଓ ଜାଗିମଙ୍ଗତ ପଣ୍ଡାଙ୍କ ମାଲିକାନାରେ ରହିଥିଲା ।

ବୈଜୟନ୍ତଙ୍କ କଳାକାରନାମାକୁ ପ୍ରଣବ ପ୍ରକାଶଙ୍କ ସମାଲୋଚନା, ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତଦନ୍ତ ଶିଥିଳତା ନେଇ ଉଠାଇଲେ ପ୍ରଶ୍ନ

ଏହି କମ୍ପାନୀର ସେୟାରକୁ ପଣ୍ଡା ପରିବାର ମାଲିକାନାରେ ଥିବା ପଣ୍ଡା ଇନଭେଷ୍ଟମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ ଓ ମେଟ୍ରୋ ସ୍କାଏନେଟ୍ ଲିମିଟେଡ୍ ଶାଗମାଛ ଦରରେ କିଣି ନେଇଥିଲା । ଏହି ବେଆଇନ୍ କାର୍ଯ୍ୟରେ ପଣ୍ଡା ପରିବାରକୁ ସହଯୋଗ କରିଥିଲା ମଞ୍ଜୁଳା ଏମ୍‌ଡି ଥିବା କାଲୋରେକ୍ସ ହୋଲ୍‌ଡିଂ ପ୍ରାଇଭେଟ୍ ଲିମିଟେଡ୍ । କମ୍ପାନୀର ବଜାର ସେୟାର ମୂଲ୍ୟ ୭୯ ଟଙ୍କା ଥିବା ବେଳେ କାଲୋରେକ୍ସ ମାତ୍ର ୨ଟଙ୍କା ୫୫ପଇସାରେ କିଣି ନେଇଥିଲା । ସେହିଭଳି ଓରଟେଲ୍‌ର ୪୮ଲକ୍ଷରୁ ଅଧିକ ସେୟାରକୁ ପଣ୍ଡା ପରିବାର ମାଲିକାନାରେ ଥିବା ମେଟ୍ରୋ ସ୍କାଏନେଟ୍ ମାତ୍ର ଏକ ଟଙ୍କା ୯୫ ପଇସାରେ କିଣି ନେଇଥିଲା ।  ଠିକ୍ ଏହି ସମୟରେ ବୈଜୟନ୍ତଙ୍କ ମାଲିକାନାରେ ଥିବା ଓଟିଭି, ଉତ୍କଳ ମାନ୍ୟୁଫାକ୍‌ଚରିଂ ଆଣ୍ଡ ସର୍ଭିସ୍ ଲିମିଟେଡ୍, ଅରଟେଲ୍‌ର ସେୟାରକୁ ୭୯ଟଙ୍କାରେ କିଣିଥିଲା । ଏଭଳି ବହୁ ଆର୍ଥିକ କେଳେଙ୍କାରୀ କ୍ଷେତ୍ରରେ ବୈଜୟନ୍ତ ଓ ଜଗିଙ୍କ ସହ ମଞ୍ଜୁଳାଙ୍କର ସଂପୃକ୍ତି ରହିଛି  । ତେବେ ବଡ କଥା ହେଲା  ତିନି ଭୂତ କମ୍ପାନୀଙ୍କ ମଧ୍ୟରୁ ଦୁଇଟି ଢେର ଦିନ ହେଲା ବନ୍ଦ ହୋଇଥିବା ବାହାମସ ସରକାର କହୁଛନ୍ତି । କିନ୍ତୁ ଭାରତରେ ଏହି ଦୁଇ କଂପାନୀଙ୍କ ଟଙ୍କା ଲାଗିଛି । ଏହା କିପରି ସମ୍ଭବ ?

Leave a Reply