ଭାରତ ଚାରିପଟେ ପ୍ରାୟ ୧୨ଟି ଦେଶରେ ସେନା ବେସ୍ ନିର୍ମାଣ କରୁଛି ଚୀନ !

1 min read

ୱାଂଶିଟନ୍: ଆମେରିକା ପ୍ରତିରକ୍ଷା ବିଭାଗ ପେଣ୍ଟାଗନ୍ ଏକ ରିପୋର୍ଟରେ ଦାବି କରିଛି କି ଭାରତର ତିନି ପଡ଼ୋଶୀ ଦେଶ ସମେତ ପ୍ରାୟ ୧୨ଟି ଦେଶରେ ଚୀନ ନିଜ ଶକ୍ତି ବଢ଼ାଉଛି । ଚୀନ ଲମ୍ବା ଦୂରତାର ନିଜ ସେନାର ଆଧିପତ୍ୟ ବିସ୍ତାର ପାଇଁ ସେନା ବେସ୍ ନିର୍ମାଣ କରୁଛି । ରିପୋର୍ଟ ପ୍ରକାରେ ଭାରତର ପଡ଼ୋଶୀ ଦେଶ ପାକିସ୍ତାନ, ଶ୍ରୀଲଙ୍କା ଓ ମିଆଁମାର ବ୍ୟତୀତ ଚୀନ ଥାଇଲାଣ୍ଡ, ସିଙ୍ଗାପୁର, ଇଣ୍ଡୋନେସିଆ, ୟୁଏଇ, କେନ୍ୟା, ପୂର୍ବ ଆଫ୍ରିକୀୟ ଦେଶ ସେଶଲ୍ସ, ତଞ୍ଜାନିୟା, ଅଙ୍ଗୋଲା ଓ ତାଜାକିସ୍ତାନରେ ବେସ୍ ଖୋଲିବା ନେଇ ପ୍ରୋଜେକ୍ଟରେ କାମ କରୁଛି ।

ପେଣ୍ଟାଗନ ନିଜ ବାର୍ଷିକ ରିପୋର୍ଟ ‘ମିଲଟ୍ରି ଏଣ୍ଡ ସିକ୍ୟୁରିଟି ଡେଭଲପମେଣ୍ଟ୍ସ ଇନଭଲିଂ ଦ ପିପୁଲ୍ସ ରିପ୍ଲବିକ ଅଫ୍ ଚାଇନା’ (ପିଆରସି) ୨୦୨୦ ମଙ୍ଗଳବାର ଆମେରିକା କଂଗ୍ରେସକୁ ହସ୍ତାନ୍ତର କରିଛି । ଏହି ରିପୋର୍ଟରେ ପେଣ୍ଟାଗନ ପକ୍ଷରୁ କୁହାଯାଇଛି- ଜିବୁତିରେ ଚୀନ ସାମରିକ ବେସ୍ ବ୍ୟତୀତ ସେଠାରେ ନୌସେନା, ବାୟୁସେନା ସହ ସ୍ଥଳ ସେନାକୁ ମଜଭୁତ୍ କରିବାକୁ ଚାହୁଁଛି । ବୈଶ୍ୱିକ ପିଏଲଏର ସୈନ୍ୟ ଆଡ୍ଡା ନେଟୱର୍କ ଆମେରିକା ସୈନେୟ ଅଭିଯାନରେ ହସ୍ତକ୍ଷେପ କରିପାରେ ଓ ପିଆରସିର ବୈଶ୍ୱିକ ସୈନ୍ୟ ଉଦ୍ଦେଶ୍ୟ ପ୍ରକାରେ ଆମେରିକା ବିରୋଧରେ ଆକ୍ରାମଣାତ୍ମକ ଅଭିଯାନକୁ ସମର୍ଥନ କରିପାରେ । ଚୀନ ନାମ୍ବିୟା, ବନୁଆତୁ ଓ ସୋଲୋମନ ଦ୍ୱୀପରେ ପୂର୍ବରୁ କବଜା କରି ରଖିଛି ।

ପରମାଣୁ ଅସ୍ତ୍ର ଦ୍ୱିଗୁଣିତ ଯୋଜନା

ପିପୁଲ୍ସ ଲିବରେସନ୍ ଆର୍ମି (PLA) ନିକଟରେ ଏବେ ପାଖାପାଖି ୨୦୦ ପରମାଣୁ ଅସ୍ତ୍ରଶସ୍ତ୍ର ରହିଛି । ଆଗାମୀ ଦିନରେ ସ୍ଥଳ, ଜଳ ଯୁଦ୍ଧପୋତ ଓ ଆକାଶରୁ ଆକ୍ରମଣ କରୁଥିବା ମିସାଇଲ ସଂଖ୍ୟା ବୃଦ୍ଧି କରିବାରେ ଲାଗିଛି ଚୀନ୍ । ଏବେ ଚୀନ ନିକଟରେ ପରମାଣୁ ବାହକ ଏୟାର-ଲଞ୍ଚ୍ ବାଲିଷ୍ଟିକ ମିସାଇଲ ନାହିଁ । ଯାହାକୁ ବିକଶିତ କରୁଛି ଚୀନ । ରିପୋର୍ଟରେ କୁହାଯାଇଛି- ଆସନ୍ତା ୧୦ ବର୍ଷରେ ଚୀନ ନିଜ ପରମାଣୁ ଶକ୍ତିକୁ ବିସ୍ତାର କରିବା ସହ ଅସ୍ତ୍ରଶସ୍ତ୍ରକୁ ଦୁଇଗୁଣା କରିନେବ । ପ୍ରଥମ ଥର ପାଇଁ ଆମେରିକା ଚୀନର ଅସ୍ତ୍ରଶସ୍ତ୍ର ସଂଖ୍ୟା ସାର୍ବଜନୀନ କରିଥିଲା । ଏହା ଉପରେ ଡେପୁଟି ଆସିଷ୍ଟାଣ୍ଟ ଡିଫେନ୍ସ ସେକ୍ରେଟାରୀ ଫର ଚାଇନା ଚୈଡ୍ ସ୍ୱାଗ୍ରିୟା ଚିନ୍ତା ପ୍ରକଟ କରିଛନ୍ତି । ଅସ୍ତ୍ରଶସ୍ତ୍ର ସଂଖ୍ୟା ସହ ଚୀନ ପରମାଣୁ ବିକାଶ କ୍ଷେତ୍ରରେ ଆଗକୁ ବଢ଼ୁଛି ।

ବେଜିଂ ନିଜ ବିକାଶ ପାଇଁ ବୈଶ୍ୱିକ ପରିବହନ ଓ ବ୍ୟାପାର ସମ୍ବନ୍ଧକୁ ବିସ୍ତାର କରିବା ଓ ନିଜ ପରିଧିକୁ ଅନ୍ୟ ଦେଶ ସହ ସହ ଆର୍ଥିକ ଏକତ୍ରୀକରଣକୁ ପ୍ରଭାବିତ କରିବାକୁ ରଣନୀତି ପ୍ରସ୍ତୁତ କରୁଛି । ଯାହାର ଉଦାହରଣ ୱାନ୍ ବେଲ୍ଟ,ୱାନ୍ ରୋଡ୍ । ପେଣ୍ଟାଗନ ଚୀନ ସେନାର ବାର୍ଷିକ ରିପୋର୍ଟରେ ଏହି କଥାର ଆଶଙ୍କା କରିବା ସହ ଚୀନ୍ ବିଶ୍ୱରେ ସୁପର ପାୱାର ହେବାକୁ ଏମିତି କରୁଥିବା କୁହାଯାଇଛି ।

Leave a Reply